LIVE TV

ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି, ନଭେମ୍ୱର ୭ରେ ଛାତ୍ରଛାତ୍ରୀ ଗାଇବେ ବନ୍ଦେ ମାତରମ

NEWS7
india-west-indies-3rd-t-20-new-bowler-shahabad-nadim-debut

ଭୁବନେଶ୍ୱର ୦୪/୧୧: ଆସନ୍ତା ୭ରେ ଛାତ୍ରଛାତ୍ରୀ ଗାଇବେ ବନ୍ଦେ ମାତରମ । ନଭେମ୍ବର ୭ରେ ପାଳନ ହେବ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି । ସ୍କୁଲ, କଲେଜରେ ରାଷ୍ଟ୍ରୀୟ ସଙ୍ଗୀତ 'ବନ୍ଦେ ମାତରମ' ଗାନ କରିବେ ଛାତ୍ରଛାତ୍ରୀ । ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି । 

ସୂଚନା ଥାଉକି, ନଭେମ୍ବର ୭ରେ ପାଳନ ହେବ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି। ନଭେମ୍ବର ୭ ତାରିଖ ସମସ୍ତ ସ୍କୁଲ ଓ କଲେଜରେ 'ରାଷ୍ଟ୍ରୀୟ ଗୀତ' ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏ ନେଇ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଗୋଟିଏ ଦିନ ଦେଶ ପାଇଁ ପୁଣି ଏକ ହେବ ଓଡ଼ିଶା। ଛାତ୍ରଛାତ୍ରୀ ଗାଇବେ ରାଷ୍ଟ୍ରୀୟ ସଙ୍ଗୀତ।

ଗତ କିଛି ଦିନ ତଳେ ବନ୍ଦେ ମାତରମରକୁ ସ୍ମରଣୀୟ କରିବାକୁ ଅପିଲ୍ କରିଥିଲେ ପିଏମ୍ । ମନ୍‌ କି ବାତ୍‌ ଜରିଆରେ ସେ ଦେଶବାସୀଙ୍କୁ ଅନୁରୋଧ କରିଥିଲେ । ପୂର୍ତ୍ତି ଉତ୍ସବକୁ ଚିର କାଳ ପାଇଁ ମନେ ରଖିବାକୁ ସେ କହିଥିଲେ । ଓଡ଼ିଶା ସରକାର ନଭେମ୍ବର ୭ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସଂସ୍କୃତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।