ପୋଖରୀକୁ କେମିତି ଆସିଲା ମୃତଦେହ ? ୪ ଦିନ ତଳେ ଚାଷ ଜମିକୁ ଯାଇ ଫେରିନଥିଲେ ଘରକୁ

NEWS7
india-vs-new-zealand-india-win-2nd-odi-by-90-runs

ବଲାଙ୍ଗିର ୯।୧: ପୋଖରୀରୁ ମିଳିଲା ମୃତଦେହ । ୪ ଦିନ ତଳେ ନିଖୋଜ ଥିଲେ ଆଜି ମିଳିଲା ମୃତଦେହ । ପୋଖରୀରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ । ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ପଥରଚେପା ନିକଟ ଏକ ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ପ୍ରବୀଣ କୁମାର ମହାଲିଙ୍ଗ । ତାଙ୍କ ଘର ବଲାଙ୍ଗିର ସହର ଶାନ୍ତି ପଡ଼ାରେ ବୋଲି ଜଣାପଡ଼ିଛି । ସେ ପ୍ରତିଦିନ ପଥର ଚେପାରେ ଥିବା ଚାଷ ଜମିକୁ ଯାଆନ୍ତି । ୪ ଦିନ ତଳେ ମଧ୍ୟ ସେଠାକୁ ଯାଇଥିଲେ । ହେଲେ ସେ ସେଠାରୁ ଆଉ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରି ତାଙ୍କ ସନ୍ଧାନ ପାଇ ନଥିଲେ । ଏ ନେଇ ପରିବାର ଲୋକ ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ ।

ତେବେ ଶୁକ୍ରବାର ତାଙ୍କ ମୃତଦେହ ପାଣିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ଏନେଇ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ତାଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗିଦେଇଥିବା ଅଭିଯୋଗ ଆସିଛି ।