୨୦୫୦ ସୁଦ୍ଧା ଏହା ୩୪ କୋଟି ଟପିବ ବରିଷ୍ଠ ନାଗରିକଙ୍କ ସଂଖ୍ୟା, ସିଲ୍‌ଭର ଇକୋନୋମିରେ ଦ୍ରୁତ ବୃଦ୍ଧି

Published By : Prameya-News7 Bureau | April 19, 2024 IST

businesstoday

ନୂଆଦିଲ୍ଲୀ: ଭାରତରେ ବୟସ୍କଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ୨୦୫୦ ସୁଦ୍ଧା ଏହା ୩୪ କୋଟି ଟପିଯିବ। ଯାହା ବିଶ୍ୱର ବୟସ୍କଙ୍କ ଜନସଂଖ୍ୟାର ୧୭ ପ୍ରତିଶତ ହେବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ବୟସ୍କ ସଂଖ୍ୟା ବୃଦ୍ଧି ହେବା ଯୋଗୁ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଦେଶକୁ ଏକ ଲାଭ ହେଉଛି। ଦେଶର ସିଲ୍‌ଭର ଇକୋନୋମି ବୃଦ୍ଧି ପାଉଥିବା ଜଣାପଡ଼ିଛି। 

ସିଲ୍‌ଭର ଇକୋନୋମି- ୫୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କୁ ଲକ୍ଷ୍ୟ କରି ହେଉଥିବା ସମସ୍ତ ଅର୍ଥନୈତିକ କାର୍ଯ୍ୟ, ଉତ୍ପଦାନ ଓ ସେବା ଆଦିକୁ ସିଲ୍‌ଭର ଇକୋନୋମି କୁହାଯାଏ। ଯେହେତୁ ବୟସ୍କଙ୍କ ସଂଖ୍ୟା ବଢ଼ୁଛି ତେଣୁ ଭବିଷ୍ୟତରେ ଏ ସମ୍ପର୍କିତ ଅର୍ଥନୈତିକ ବିକାଶ ହେବା ଆଶା ଉଜ୍ଜ୍ୱଳ ଦେଖାଯାଉଛି।  

୨୦୫୦ ପର୍ଯ୍ୟନ୍ତ ବିଶ୍ୱର ୧୭ ପ୍ରତିଶତ ବୟସ୍କ ଭାରତରେ ଥିବେ

ରିଏଲ୍ ଇଷ୍ଟେଟ୍ କନସଲଟାଣ୍ଟ ଫାର୍ମ CBRE ସାଉଥ୍‌ ଏସିଆ ପ୍ରାଇଭେଟ ଲିମିଟେଡ୍ (CBRE South Asia Pvt. Ltd) ଦ୍ରୁତ ଗତିରେ ବଢ଼ୁଥିବା ସିଲ୍‌ଭର ଇକୋନୋମିକୁ ନେଇ ସିନିୟର କେୟାରର ଭାରତରେ ଭବିଷ୍ୟତ ନେଇ ଏକ ରିପୋର୍ଟ ଜାରି କରିଛି। ଏଥିରେ କୁହାଯାଇଛି ଯେ ସାରା ବିଶ୍ୱରେ ବରିଷ୍ଠ ନାଗରିକଙ୍କ ଜନସଂଖ୍ୟା ବୃଦ୍ଧି ପାଉଛି। ଭାରତରେ ବୟସଙ୍କ ସଂଖ୍ୟା ଅଧିକ ଗତିରେ ବଢୁଛି। ୨୦୫୦ ସୁଦ୍ଧା ବିଶ୍ୱର ମୋଟ ବୟସ୍କ ଜନସଂଖ୍ୟାର ୧୭ ପ୍ରତିଶତ କେବଳ ଭାରତରେ ଦେଖିବାକୁ ମିଳିବ ବୋଲି ରିପୋର୍ଟରେ କୁହାଯାଇଛି। 

ରିପୋର୍ଟ ଅନୁଯାୟୀ, ଜନସଂଖ୍ୟା ଅନୁକୂଳ ସ୍ଥିତି, ପୁରୁଣା ଅବସ୍ଥା ଏବଂ ସଚେତନତା ବୃଦ୍ଧି ହେତୁ ବୟସ୍କଙ୍କ ଜନସଂଖ୍ୟାରେ ବୃଦ୍ଧି ହେଉଛି। ବରିଷ୍ଠ ନାଗରିକଙ୍କ ପାଇଁ ବିଶେଷ ଯତ୍ନ ଓ ଲାଇଫ୍‌ଷ୍ଟାଇଲ୍ ଅପ୍‌ସନ୍‌ର ଡିମାଣ୍ଡ ବଢ଼ୁଥିବାରୁ କିଛି ବର୍ଷ ହେବ ବରିଷ୍ଠ ନାଗରିକଙ୍କ ସ୍ୱତନ୍ତ୍ର ସୁବିଧାର ଡିମାଣ୍ଡ ବଢୁଛି। 

ସିନିୟର କେୟାର ଓ ଲିଭିଂ ସେଗ୍‌ମେଣ୍ଟରେ ବୃଦ୍ଧି

CBRE ରିପୋର୍ଟରେ କହିଛି ଯେ ଭାରତରେ ବରିଷ୍ଠ ନାଗରିକଙ୍କ କେୟାର ସହ ଜଡ଼ିତ ପୃଷ୍ଠଭୂମି ଦ୍ରୁତ ଗତିରେ ବିକାଶିତ ହେଉଛି। ଏଥିସହିତ ଜଡ଼ିତ ପ୍ରାୟ ୧୮,୦୦୦ ୟୁନିଟ୍ ଦେଶରେ ବିସ୍ତାରଲାଭ କରିଛି। ସଂଗଠିତ ସିନିୟର ଲିଭିଂ ଏବଂ କେୟାର ସେଗ୍‌ମେଣ୍ଟ ସପ୍ଲାଏରେ ଦକ୍ଷିଣ ଭାରତର ଭାଗ ୬୨ ପ୍ରତିଶତ ରହିଛି। ଏହାର ମୁଖ୍ୟ କାରଣ ନ୍ୟୁକ୍ଲିୟର ଫ୍ୟାମିଲି ଷ୍ଟ୍ରକଚ୍‌ର(ବାପାମା ଓ ଛୁଆ ସାଙ୍ଗରେ ମିଶି ରହିବା) ଓ ଉଚ୍ଚ ସୁଲଭତା ଏବଂ ଗ୍ରହଣୀୟତା।

ଉତ୍ତର ଭାରତ ତୁଳନାରେ ଦକ୍ଷିଣ ଭାରତରେ ବୟସ୍କ ଜନସଂଖ୍ୟା ଅଧିକ। କାରଣ ହେଉଛି ସେଠାରେ ପ୍ରଶିକ୍ଷଣ ପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଅଧିକ ଥିବାରୁ ବରିଷ୍ଠ ନାଗରିଙ୍କ ଯତ୍ନ ସେଠାରେ ଭଲ ଭାବେ ନିଆଯାଉଛି।

୧୨ ବର୍ଷରେ ୨୩ କୋଟି ହୋଇଯିବ ବୟସ୍କଙ୍କ ସଂଖ୍ୟା

ବରିଷ୍ଠ ନାଗରିକଙ୍କ ଯତ୍ନ ସହ ଜଡ଼ିତ କମ୍ପାନୀଗୁଡ଼ିକ ଚେନ୍ନାଇ, କୋଏମ୍ବାଟୁର ଏବଂ ବାଙ୍ଗାଲୋର ପରି ଦକ୍ଷିଣ ଭାରତର ଟିଅର-୧ ଓ ଟିଅର-୨ ଶହରରେ ରହିଛନ୍ତି। ଭବିଷ୍ୟତରେ, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, କୋଏମ୍ବାତୁର, ପୁଣେ ଏବଂ ଏନସିଆରରେ ସିନିୟର କେୟାର ୟୁନିଟ୍‌ସ ସହ ଜଡ଼ିତ ସେବା ବିସ୍ତାର ହେଉଛି। ଏହା ବ୍ୟତୀତ ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶରେ ସିନିୟର ଲିଭିଂ ଓ କେୟାର ୟୁନିଟ୍ସ ଭାଗ ପାଖାପାଖି ୨୫ ପ୍ରତିଶତ ରହିଛି।

ରିପୋର୍ଟ ଅନୁଯାୟୀ, ୨୦୨୪ରେ ୧୦ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଏହି ସୁବିଧା ସହିତ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୧୦ ବର୍ଷରେ ୨୫ ଲକ୍ଷ ଲୋକଙ୍କୁ ଏଥିରେ ଯୋଡ଼ିବାକୁ ଯୋଜନା କରାଯାଇଛି। ବର୍ତ୍ତମାନ ଦେଶରେ ୧୫ କୋଟି ବରିଷ୍ଠ ନାଗରିକ ଅଛନ୍ତି। ଯାହା ଆସନ୍ତା ୧୦ ରୁ ୧୨ ବର୍ଷ ମଧ୍ୟରେ ପ୍ରାୟ ୨୩ କୋଟିକୁ ବୃଦ୍ଧି ପାଇବ ବୋଲି ରିପୋର୍ଟରେ କୁହାଯାଇଛି। 

ସିନିୟର ଲିଭିଂ ସେଗ୍‌ମେଣ୍ଟ ଉପରେ ଡେଭଲପର୍ସଙ୍କ ଫୋକସ୍

ସିବିଆର୍‌ଇ ଅଧ୍ୟକ୍ଷ ଓ ସିଇଓ ଇଣ୍ଡିଆ ଅଂଶୁମାନ ମ୍ୟାଗଜିନ ଏହି ରିପୋର୍ଟକୁ ନେଇ କହିଛନ୍ତି ଯେ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୨୫୪ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିବ। ଯାହା ସାରା ବିଶ୍ୱରେ ଏକ ନମ୍ବର ହେବ। ଗତ ଦଶନ୍ଧୀରେ ସିନିୟର ଲିଭିଂ ସହ ଜଡ଼ିତ ପ୍ରୋଡେକ୍ଟର ଚାହିଦା ବଢିଛି। ଏହା ଭାରତରେ ବୟସ୍କଙ୍କ ସଂଖ୍ୟା ବିଶ୍ୱ ବୟସ୍କଙ୍କ ସଂଖ୍ୟା ତୁଳନାରେ ୧୭ ପ୍ରତିଶତ ଅଧିକ ହେବ ବୋଲି ଦର୍ଶାଉଛି। ଡେଭଲପର୍ସମାନେ ମଧ୍ୟ ସିନିୟର ଲିଭିଂ ସେଗ୍‌ମେଣ୍ଟକୁ ନେଇ ଉତ୍ସାହିତ ଅଛନ୍ତି। ତେଣୁ ଏ କ୍ଷେତ୍ରରେ ଡିମାଣ୍ଡ ବଢ଼ିଲେ ସେଗ୍‌ମେଣ୍ଟର ସାମଗ୍ରୀ ବଢ଼ିବ ବୋଲି ଅଂଶୁମାନ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.