LIVE TV

‘କଂଗ୍ରେସକୁ ଆଗକୁ ବଢାଇବାକୁ ଚାହୁଁନାହାନ୍ତି ଭକ୍ତ ଦାସ, ବୟସ୍କ ଲୋକ ନିଜ ସିଷ୍ଟାଚାର ଭିତରେ ରୁହନ୍ତୁ’

NEWS7
india-set-82-runs-target-to-sri-lanka

ଭୁବନେଶ୍ବର ୧୫୧୦: ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଖୋଲା ଚାଲେଞ୍ଜ ଦେଲେ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଶତ୍ରୁ ପିସିସି ସଭାପତି ଭକ୍ତ ଦାସ ବୋଲି ନାଣ୍ଡୁ କହିଛନ୍ତି । ସେ କହିଛନ୍ତି, ମୋତେ ତାଲା ପକେଇ ନାହାନ୍ତି । କଂଗ୍ରେସକୁ ଆଗକୁ ବଢାଇବାକୁ ଚାହୁଁନାହାନ୍ତି ଭକ୍ତ ଦାସ । ଭକ୍ତ ଦାସଙ୍କ ନାଁରେ ୬୦ରୁ ଅଧିକ କ୍ରିମିନାଲ କେସ୍ ରହିଛି । ସେ କଣ କହିବେ ମୋ ବିଷୟରେ । ୟସ୍କ ଲୋକ ନିଜ ସିଷ୍ଟାଚାର ଭିତରେ ରୁହନ୍ତୁ । ଭକ୍ତ ଦାସଙ୍କ ମାନସିକ ସ୍ଥିତି ବିଗିଡି ଯାଇଛି । ତେବେ ଆସନ୍ତାକାଲି ପେଡ଼ି ଖୋଲିବି ବୋଲି ଖୋଲା ଚାଲେଞ୍ଜ ଦେଇଛନ୍ତି ନାଣ୍ଡୁ

ଏହା ପୂର୍ବରୁ ଭକ୍ତ କହିଥିଲେ, ତୁଳସୀ ଗଣନାଟ୍ୟ କିଣ ମୁଁ ଜାଣିନାହିଁ । ଦଳରେ ସାମିଲ ହେବାକୁ କହିଥିଲେ, ମୁଁ ହଁ କରିଥିଲି । ହେଲେ ତାପରେ ଉପ ନିର୍ବାଚନ ଘୋଷଣା ହୋଇଛି । ଗଣନାଟ୍ୟ ଲୋକ ଜଏନ କରିବେ ବୋଲି କଣ ମୁଁ ଏଠି ତିନୋଟି ଜଏନିଂ କାର୍ଯ୍ୟକ୍ରମ ଛାଡି ଯାଇଥାନ୍ତି । ମୋର ୨୦ରୁ ୩୦ ହଜାର ଭୋଟରଙ୍କୁ ଛାଡିକି ମୁଁ କାହିଁକି ତାଙ୍କୁ ଜଏନ କରାଇବାକୁ ଯାଇଥାନ୍ତି । ରାଜନୈତିକ ଦୃଷ୍ଟିକୋଣରୁ ଯଦି ନିର୍ବାଚନ ପ୍ରଚାର ଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାନ୍ତା ମୁଁ ନିଶ୍ଚିତ ହୋଇଥାନ୍ତି । ମୁଁ ବ୍ୟସ୍ତ ଅଛି । ସେ ଆହୁରି କହିଛନ୍ତି, ମୁଁ କଣ ଶୁଣିଲି ସେ ଗୋଟିଏ ବଡ଼ ତୋପ । ତୋପ ମାନଙ୍କୁ ସମ୍ଭାଳିବା ମୋର ଦମ୍ ନାହିଁ । ମୁଁ ନିରୀହ ପ୍ରାଣୀ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଭବନ ବାହାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା ଯେମିତି ଯାତ୍ରା ଚାଲିଥିଲା ଥାଟ ପାଟୁଆର ସହ ବେକରେ ଫୁଲମାଳ ପକାଇ କଂଗ୍ରେସ ଭବନ ଆଗରେ ପହଞ୍ଚିଥିଲେ ଯାତ୍ରା ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବିରାଟ ପ୍ରସେସନରେ ରାମମନ୍ଦିର ଛକରୁ ସମର୍ଥକଙ୍କ ଗହଣରେ ଆସି ପହଞ୍ଚିଥିଲେ କଂଗ୍ରେସ ଭବନ ନିକଟରେ ଦ୍ଦେଶ୍ୟ, କଂଗ୍ରେସରେ ମିଶି ରାଜନୀତି କରିବେ ଏପଟେ କଂଗ୍ରେସ ଭବନରେ କିନ୍ତୁ ନାଣ୍ଡୁଙ୍କୁ ନୋ ଏଣ୍ଟ୍ରି ନାଣ୍ଡୁଙ୍କୁ ପୁରାଇ ନଦେବାକୁ କଂଗ୍ରେସ ଅଫିସ୍‌ରେ ତାଲା ଠୁଙ୍କି ଦେଇଥିଲେ କର୍ମୀ ଯାହାକୁ ନେଇ ବେଶ୍ କିଛି ସମୟ ଧରି ଚାଲିଥିଲା ହାଇଡ୍ରାମା ପୋଲିସ ଏବଂ ନାଣ୍ଡୁଙ୍କ ସମର୍ଥକଙ୍କ ମଧ୍ୟରେ ଚାଲିଥିଲା ଧସ୍ତାଧସ୍ତି ନାଣ୍ଡୁଙ୍କ ସମର୍ଥକଙ୍କୁ ଘଉଡ଼ାଇଥିଲା ପୋଲିସ ପିସିସି ସଭାପତି କି ଅନ୍ୟ କୌଣସି ବରିଷ୍ଠ ନେତା ନଥିବାରୁ ମିଶ୍ରଣ ପାଇଁ ନାଣ୍ଡୁଙ୍କୁ କିଏ ଅନୁମତି ଦେଲା ବୋଲି କର୍ମଚାରୀ ପଚାରିଥିଲେ ଫଳରେ ଯେଉଁ ବାଟେ ବାଟେ ଆସିଥିଲେ ସେହି ବାଟରେ ଶିଶୁପାଳ ହୋଇ ଫେରିଥିଲେ ନାଣ୍ଡୁ ବାବୁ