LIVE TV

ଦୈନିକ ସଂକ୍ରମଣରେ ହ୍ରାସ, ଦେଶରେ ଗତ ୨୪ ଘଣ୍ଟାରେ ୧୬୩୭୫ କରୋନା ସଂକ୍ରମିତ ଚିହ୍ନଟ

NEWS7

ନୂଆଦିଲ୍ଲୀ ୦୫।୦୧: କରୋନା ଭାଇରସର ଦୈନିକ ସଂକ୍ରମଣରେ ବଡ଼ଧରଣ ହ୍ରାସ ପାଇଛି । ଗତ ୨୪ଘଣ୍ଟାରେ ୧୬,୩୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୋମବାର ତୁଳନାରେ ଆଜିର ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତକାଲି ୧୬,୫୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ସେହିପରି ଦେଶରେ ମୋଟ ସୁସ୍ଥ ହୋଇଥିବା ସଂଖ୍ୟା ୯୯ଲକ୍ଷ ପାର୍‌ ହୋଇଛି ।  

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୧୬,୩୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୩,୫୬,୮୪୫ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୯,୮୫୦ରେ ପହଞ୍ଚିଛି ।

wp:html /wp:html

ଦେଶରେ ଲଗାତର ଭାବେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ସଂଖ୍ୟାରେ ଏବେ ୯୯,୭୫,୯୫୮ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୨୯,୦୯୧ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ କରୋନାର ଆକ୍ଟିଭ କେସ୍‌ ୩ଲକ୍ଷ ତଳେ ରହିଛି । ଏବେ ଦେଶରେ ମୋଟ ଆକ୍ଟିଭ୍‌ କେସ୍‌ ୨,୩୧ସ୦୩୬ରେ ପହଞ୍ଚିଛି ।