LIVE TV

ଡିଜିଟାଲ ଦର୍ଶକ ସଂଖ୍ୟାରେ ଐତିହାସିକ ସଫଳତା ହାସଲ କଲା ମହିଳା ବିଶ୍ୱକପ ମୁକାବିଲା: JioStarରେ ଦେଖିଲେ ୪୪୬ ମିଲିଅନ ଦର୍ଶକ

NEWS7
india-pakistan-news-today

ନୂଆଦିଲ୍ଲୀ: ପୁରୁଷଙ୍କ ଭଳି ଭାରତରେ ମହିଳା କ୍ରିକେଟର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି। ଏଥରର ବିଶ୍ୱକପ୍‌ ଡିଜିଟାଲ ଦର୍ଶକଙ୍କ ସଂଖ୍ୟାରେ ଏକ ଐତିହାସିକ ରେକର୍ଡ କରିଛି। ପ୍ରଥମ ଏସୀୟ ଟିମ୍‌ ଭାବରେ ଏଥର ଭାରତ ବିଶ୍ୱ ବିଜୟୀ ହୋଇଥିବା ବେଳେ ଡିଜିଟାଲ ଦର୍ଶକଙ୍କ ସଂଖ୍ୟାରେ ଏହା ପୁରୁଷ ଟି-୨୦ ବିଶ୍ୱକପ୍ ସହିତ ସମାନ ହୋଇଯାଇଛି। ଯାହା କ୍ରୀଡ଼ା ଇତିହାସରେ ପ୍ରଥମ।

ଶୁକ୍ରବାର JioStar ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, ସେଦିନ ଚାମ୍ପିଅନସିପ୍ ମୁକାବିଲାକୁ JioHotstar ରେ ୧୮୫ ମିଲିଅନ ଦର୍ଶକ ଦେଖିଥିଲେ। ଯାହା ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୪ ଫାଇନାଲରେ ରେକର୍ଡ କରାଯାଇଥିବା ଭିୟୁ ସହିତ ସମାନ।

ଏଥର ଟୁର୍ଣ୍ଣାମେଣ୍ଟର ମୋଟ ଡିଜିଟାଲ ଦର୍ଶକ ସଂଖ୍ୟା ୪୪୬ ମିଲିଅନ ବୃଦ୍ଧି ପାଇଥିଲା। ଯାହା ଡିଜିଟାଲ୍ ପ୍ଲାଟଫର୍ମରେ ଷ୍ଟ୍ରିମିଂ ହୋଇଥିବା ଗତ ତିନୋଟି ଆଇସିସି ମହିଳା ବିଶ୍ୱକପର ମୋଟ ସଂଖ୍ୟା ଠାରୁ ବି ଅଧିକ ଥିଲା ବୋଲି ଜିଓ କହିଛି। ଏଥିରୁ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଲୋକେ କେବଳ ପୁରୁଷ କ୍ରିକେଟ୍‌କୁ ନୁହେଁ ମହିଳା କ୍ରିକେଟ୍‌କୁ ବି ସମପରିମାଣରେ ଫୋକସ କରୁଛନ୍ତି, ଏବଂ ଭଲ ପାଉଛନ୍ତି।   

ଡିଜିଟାଲ ଦର୍ଶକଙ୍କ ସଂଖ୍ୟାରେ ବୃଦ୍ଧି ଏକ ନୂଆ ଯୁଗ ଆଡ଼କୁ ସଂକେତ ଦେଉଛି। ବିଶ୍ୱକପ ଫାଇନାଲ ମୁକାବିଲାକୁ ଲୋକେ କେବଳ ମୋବାଇଲ୍ ସ୍କ୍ରିନ୍‌ରେ ଦେଖି ନଥିଲେ ସିଟିଭି(କନେକ୍ଟେଡ୍ ଟିଭି) ମାଧ୍ୟମରେ ବି ଦେଖିଥିଲେ। ସିଟିଭି ଅର୍ଥାତ୍ ଆପ୍ ମାଧ୍ୟମରେ ଟିଭି କିମ୍ବା ସ୍ମାର୍ଟ ଟିଭିକୁ ଇଣ୍ଟରନେଟ୍‌ ସହ ଯୋଡ଼ି ବଡ଼ ସ୍କ୍ରିନ୍‌ରେ ଲାଇଭ ଷ୍ଟ୍ରିମିଂ କରି ଦେଖିବା। ଏଭଳି ୯୨ ମିଲିଅନ ଲୋକେ ବିଶ୍ୱକପ୍ ଦେଖିଛନ୍ତି ଯାହା ଆସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୪ ଫାଇନାଲ୍ ଏବଂ ୨୦୨୩ ପୁରୁଷ ଦିନିକିଆ ବିଶ୍ୱକପ୍ ଫାଇନାଲ୍ ପାଇଁ ସିଟିଭି ଦର୍ଶକଙ୍କ ସଂଖ୍ୟା ସହିତ ସମାନ ଥିଲା।