ଅରବିନ୍ଦ ମହାପାତ୍ରଙ୍କ ସମର୍ଥନରେ ବାହାରିଲେ ଦଳୀୟ କର୍ମୀ, ନିଲମ୍ବନ ଆଦେଶର ଦଳ ସଭାପତି ପୁନର୍ବିଚାର କରିବାକୁ ଦାବି

NEWS7
india-new-zealand-1st-odi-india-needs-156-runs-to-win

କେନ୍ଦ୍ରାପଡ଼ା ୧୮।୧: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥନରେ ବାହାରିଲେ ଦଳୀୟ କର୍ମୀ l ଡେରାବିଶ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି l ନିଲମ୍ବନ ଆଦେଶର ଦଳ ସଭାପତି ପୁନର୍ବିଚାର କରିବା ପାଇଁ ସେମାନେ ଦାବି କରିଛନ୍ତି l ଆଜିର ଏହି ବୈଠକରେ ବହୁ ପୂର୍ବତନ ସରପଞ୍ଚ ସମିତି ସଭ୍ୟ, ଜିଲ୍ଲାସ୍ତରୀୟ ପୂର୍ବତନ ବିଜେଡି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l ତେବେ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ନହେଲେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ନେଇ ଅରବିନ୍ଦଙ୍କ ସମର୍ଥକ କିଛି ସ୍ପଷ୍ଟ କରିନାହାନ୍ତି l

କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ମୁହଁ ଖୋଲିଲେ ତାଙ୍କ ସମର୍ଥକ l ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ଠାରେ ଅରବିନ୍ଦଙ୍କ ସମର୍ଥକ ଏକଜୁଟ ହୋଇ ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଅରବିନ୍ଦଙ୍କ ନିଲମ୍ବନକୁ ଅଯଥାର୍ଥ ଓ ଅନୁଚିତ ବୋଲି ଦର୍ଶାଇଛନ୍ତି ତାଙ୍କ ସମର୍ଥକ ଗୋଷ୍ଠୀ l ନିର୍ବାଚିତ ହେବା ପରଠାରୁ ଅରବିନ୍ଦ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିବା ବେଳେ ବିଧାନସଭାରେ ପାଟକୁରା ସମସ୍ୟାକୁ ସଫଳ ଭାବେ ଉପସ୍ଥାପନ କରିଥିବା ନେଇ ସମର୍ଥକ ମାନେ କହିଛନ୍ତି l ତେବେ ଅରବିନ୍ଦଙ୍କ ନିଲମ୍ବନ ନେଇ ଦଳର ସଭାପତି ପୁନଃବିଚାର କରିବା ପାଇଁ ସମର୍ଥକ ମାନେ ଦାବି କରିଛନ୍ତି l ଏହି ବୈଠକରେ ବହୁ ପୂର୍ବତନ ସରପଞ୍ଚ ସମିତି ସଭ୍ୟ, ଜିଲ୍ଲାସ୍ତରୀୟ ପୂର୍ବତନ ବିଜେଡି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l ତେବେ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ନହେଲେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ନେଇ ଅରବିନ୍ଦଙ୍କ ସମର୍ଥକ ମାନେ କିଛି ସ୍ପଷ୍ଟ କରି ନାହାନ୍ତି l

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ ଗୋଷ୍ଠୀ ମେଳି କରିବା ପରେ କେନ୍ଦ୍ରାପଡା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି l ପାଟକୁରା ବିଜେଡିରେ ଏକ ନୂତନ ଗୋଷ୍ଠୀ ମୁଣ୍ଡ ଟେକିବା ନେଇ ପୂର୍ବାଭାଷ ମିଳିଛି l ଅନ୍ୟପକ୍ଷରେ ଅରବିନ୍ଦଙ୍କ ନିଳମ୍ବନରେ ଜିଲ୍ଲା ବିଜେଡିର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କ ସମ୍ପୃକ୍ତି ଥିବା ନେଇ ସମର୍ଥକ ମାନେ ସ୍ପଷ୍ଟ ସ୍ୱରରେ କହି ନଥିଲେ ସୁଦ୍ଧା ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି l ଆଗାମୀ ଦିନରେ ଅରବିନ୍ଦଙ୍କ ସମର୍ଥକଙ୍କ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି l ଆଜିର ମେଳି ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦଙ୍କ ସମର୍ଥକ ମାନେ ସୂଚନା ଦେଇଥିଲେ l ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ମହେନ୍ଦ୍ର ସିଂ, ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ବଟ ସାମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ ଦାସ, ହଳଧର ଦାସ, ବରିଷ୍ଠ ନେତା ତିର୍ଲୋଚନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ l