ଟାଟା ପାୱାର ବିରୋଧରେ ଜନସ୍ୱାର୍ଥ ମାମଲା, ଓଇଆରସି ଆକ୍ଟ ଏବଂ ଓଡ଼ିଶା ବିଦ୍ୟୁତ ନିର୍ଦ୍ଦେଶାବଳୀର ଉଲ୍ଲଙ୍ଘନ ଅଭିଯୋଗ

NEWS7
india-may-not-host-t20-world-cup-due-to-covid-19-epidemic

କଟକ: ଟାଟା ପାୱାର ବିରୋଧରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା। ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ ସହ ତୁରନ୍ତ ପ୍ରତ୍ୟାହାର ଦାବିରେ ହାଇକୋର୍ଟରେ ଦାୟର ହେଲା ଜନସ୍ୱାର୍ଥ ମାମଲା। ମଙ୍ଗଳବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଆଇନ ଏବଂ ଓଡ଼ିଶା ବିଦ୍ୟୁତ ନିର୍ଦ୍ଦେଶାବଳୀର ଉଲ୍ଲଙ୍ଘନ ଅଭିଯୋଗରେ ହାଇକୋର୍ଟରେ ଭଏସ ଅଫ କଟକ ପକ୍ଷରୁ ମାମଲା ଦାୟର ହୋଇଛି। ଏହି ଜନ ସ୍ବାର୍ଥ ମାମଲାରେ ଶକ୍ତି ସଚିବ, ଟାଟା ପାୱାର ଏବଂ ଓଇଆରସି ପକ୍ଷଭୁକ୍ତ କରାଯାଇଛି।

ସୂଚନାଥାଉକି, ଓଡି଼ଶା ବିଦ୍ୟୁତ ସେବାରେ ନିୟୋଜିତ ଥିବା ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମା ଟଙ୍କା ଆଦାୟ ପାଇଁ ନୋଟିସ ଦେବା ପରେ ଉପଭୋକ୍ତା ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି। ଏପ୍ରସଙ୍ଗରେ ରାଜନୀତି ମଧ୍ୟ ଜୋର ଧରିଛି। ବିରୋଧୀ ବିଜେଡି ଓ କଂଗ୍ରେସ, ଉପଭୋକ୍ତା ମହାସଂଘ ସହିତ ବୁଦ୍ଧିଜୀବୀଗଣ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିରୋଧ ପ୍ରଦର୍ଶନ କରିବା ସହ ପ୍ରତ୍ୟାହାର ପାଇଁ ଓଇଆରସି ଓ ଟାଟା ପାୱାର ନିକଟରେ ଦାବି କରିଛନ୍ତି।