ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ସପ୍ତାହ, ସଫେଇ କର୍ମଚାରୀଙ୍କ ପାଦ ଧୋଇଲେ, କମ୍ବଳ ପ୍ରଦାନ କଲେ

NEWS7
india-may-donate-10-million-doses-of-vaccines-to-neighbour-country

ଆନନ୍ଦପୁର: ସଫେଇ କର୍ମଚାରୀଙ୍କ ପାଦ ଧୋଇଲେ, କମ୍ବଳ ପ୍ରଦାନ କଲେ। ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ସପ୍ତାହ ଅବସରରେ ଆନନ୍ଦପୁର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଆଦର୍ଶ ସେବା ସଂଘ ତରଫରୁ ଏଭଳି ଏକ ନିଆରା ପଦକ୍ଷେପ ଗ୍ରହଣ ହୋଇଛି।

ସଂଘ ତରଫରୁ ଘଷିପୁରା ଗାୟତ୍ରୀ ହୋଟେଲ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସମସ୍ତ ସଫେଇ କର୍ମଚାରୀ, ସ୍ବଚ୍ଛ ସାଥୀ ଓ ଅଙ୍ଗନାବାଡ଼ି ପାଚିକାଙ୍କୁ ନିମନ୍ତ୍ରଣ କରାଯାଇ ସମ୍ନାନୀତ କରାଯାଇଛିା ସଂଘ କର୍ମକର୍ତ୍ତାମାନେ ନିମନ୍ତ୍ରିତ ସଫେଇ କର୍ମଚାରୀଙ୍କ ପାଦ ଧୋଇ କମ୍ବଳ ପ୍ରଦାନ କରିଛନ୍ତି। ଆଦର୍ଶ ସେବାସଂଘର ଦ୍ବାରା ଏଭଳି ସମ୍ନାନ ପାଇ ଖୁସିରେ ଆତ୍ମବିଭୋର ହୋଇଉଠିଥିଲେ କର୍ମଚାରୀ। ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ପୈରପାଳିକାର ସମସ୍ତ କାଉଁସିଲର ଅତିଥିଭାବେ ଯୋଗଦେଇ ଆଦର୍ଶ ସେବା ସଂଘ ସଦସ୍ୟଙ୍କୁ ଉତ୍ସାହିତ କରିବା ସହ ଏଭଳି କାର୍ଯ୍ୟକୁ ବେଶ ପ୍ରସଂଶା କରିଛନ୍ତି।