LIVE TV

ଜବତ ବାଣକୁ ପ୍ରଶାସନ ଫୁଟାଇବା ବେଳେ ଅଗଟଣ : ଥରିଲା ୬ ଗାଁ, ଉଠିଲା ପ୍ରବଳ ଧୂଆଁ

NEWS7
india-corona-so-high

ସୋର ୨୧୧୦: ପବିତ୍ର ଦୀପାବଳି ଅବସରରେ ଲୋକେ ଖୁସି ମନାଉଥିବା ବେଳେ ପ୍ରଶାସନର ଖାମଖିଆଲି ନୀତି ପାଇଁ ଭାଙ୍ଗିଛି ଘରଦ୍ବାର । ଜବତ ବାଣ ସବୁ ନିଷ୍କ୍ରିୟ ବେଳେ ଏଭଳି ଅଘଟଣ ଘଟିଛି । ବାଣ ବିସ୍ଫୋରଣ ବେଳେ ୬ଟି ଗାଁର ଶତାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏମିତି କି ଲୋକଙ୍କ ଘରଦ୍ବାର ମଧ୍ୟ ଭାଙ୍ଗିଯାଇଛି l ରୋଗୀ ତଳେ ପଡ଼ି ଆହତ l ବାଣ ବିସ୍ଫୋରଣ ବେଳେ ଲୋକେ ଭୟରେ ଘରୁ ବାହାରକୁ ଦୌଡିଥିଲେ l ଏହି ସମୟରେ ପ୍ରବଳ ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିଲା । ବାଲେଶ୍ବର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତରେ ଏଭଳି ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତ ବେହେରା ସାହିରେ ପୋଲିସ ପକ୍ଷରୁ ବେଆଇନ ଜବତ ବାଣ ବିସ୍ଫୋରଣ ବେଳେ ଅଘଟଣ ଘଟିଛି । ବିସ୍ଫୋରଣ ଫଳରେ ୬ଟି ଗାଁରେ ଶତାଧିକ ପରିବାରର ଛାତ ଖସିବା, କାନ୍ଥ ଫାଟିବା, କାଚ ଝର୍କା ଭାଙ୍ଗିଯାଇଛି l  ବେଆଇନ ବାଣ ବିସ୍ଫୋରଣ ଯୋଗୁ ୬ଟି ଗାଁର ଗ୍ରାମବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି l ପ୍ରଶାସନ ଜବତ ବାଣକୁ ପିକଅପରୁ ଅନଲୋଡ଼ କରି ଜେସିବିରେ ମାଟି ଗାତ ଖୋଳି ଜବତ ବାଣକୁ ବେହେରା ସାହିରେ ବିସ୍ଫୋରରଣ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ବିସ୍ଫୋରକ ବିଶେଷଜ୍ଞ ପ୍ରଶାସନ ପକ୍ଷରୁ ରାଧିକା ନଗର ଠାରେ ଜେସିବିରେ ଗାତ ଖୋଳି ବାଣ ବିସ୍ଫୋରଣରୁ ବିରାଟ ଶବ୍ଦ ହୋଇ କୁତ୍ରିମ ଭୂମିକମ୍ପ ଭଳି ହୋଇ ତଳନଗର ପଞ୍ଚାୟତର ସlଲମପୁର, ଅସ୍ତବlଙ୍କ, ସୁନାରୀ, ତଳନଗର ଗ୍ରାମ ଓ ସବିରା ପଞ୍ଚାୟତ ରାଧିକାନଗର କ୍ଷତିଗ୍ରସ୍ତ ହୋଇଛି l କିଛି କ୍ଷତିଗ୍ରସ୍ତ ପରିବାର ଥାନାରେ ଅଭିଯୋଗ କରିଛନ୍ତି l ପ୍ରଶାସନ ଅପରିଣାମଦର୍ଶି ଯୋଗୁ କୋକୁଆ ଭୟ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତି ଦେବାକୁ ତଳନଗର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ଦାସ ଓ ସବିରା ସରପଞ୍ଚ ରାଜୀବ ରାଉତ ଦାବି କରିଛନ୍ତି ।