ନବୀନ ନିବାସରେ ଚାଲିଛି ମାରାଥନ ବୈଠକ, ବିଧାୟକଙ୍କୁ ଡାକି ସ୍ଥିତି ବୁଝୁଛନ୍ତି ନବୀନ

NEWS7
india-became-the-best-team-in-oneday-cricket

ଭୁବନେଶ୍ଵର: ସଂପ୍ରତି ନବୀନ ନିବାସରେ ବିଧାୟକଙ୍କ ସହ ମାରାଥନ ଆଲୋଚନା ଜାରି ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସୋମବାର ପରି ମଙ୍ଗଳବାର ସନ୍ଧ୍ୟାରେ ନବୀନ ନିବାସରେ ବିଜୁ ଜନତା ଦଳର ୯ ଜଣ ବିଧାୟକ ମାନଙ୍କୁ ଭେଟି ସେମାନଙ୍କ ନିର୍ବାଚନ ମଣ୍ଡଳୀ ର ସମସ୍ୟା ଓ ଦଳୀୟ ସଂଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜବୂତ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାର ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ଶ୍ରୀ ପଟ୍ଟନାୟକ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟ ରେ ମଧ୍ୟ ସେ ପଚାରି ବୁଝି ଥିଲେ.। ବିଜୁ ଜନତା ଦଳ ର ଆଦର୍ଶ ରେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ଏହି ଅବସରରେ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ।

ଆଜିର ବୈଠକରେ ବିଧାୟିକା ମନୋରମା ମହାନ୍ତି ,ବିଧାୟକ ସର୍ବଶ୍ରୀ ନିରଞ୍ଜନ ପୂଜାରୀ, ଅଶ୍ବିନୀ ପାତ୍ର,ବ୍ରଜକିଶୋର ପ୍ରଧାନ,ବ୍ୟୋମକେଶ ରାୟ,ସଂଜୀବ ମଲ୍ଲିକ,ଚକ୍ରମଣି କଂହର,ଗୌତମ ବୁଦ୍ଧ ଦାସ,ଓ ମାଧବ ଧଡ଼ା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

ଏହା ପୂର୍ବରୁ ଗତକାଲି ବସିଥିବା ବୈଠକରେ ବିଧାୟିକା ପ୍ରମିଳା ମଲ୍ଲିକ,ବିଧାୟିକା ସୁଜାତା ସାହୁ,ବିଧାୟକ ସର୍ବଶ୍ରୀ ବିଶ୍ଵରଞ୍ଜନ ମଲ୍ଲିକ,ଅନନ୍ତ ନାରାୟଣ ଜେନା,ସୁଶାନ୍ତ ରାଉତ,ପ୍ରଦୀପ ସାହୁ,ତୁଷାର କାନ୍ତି ବେହେରା,ନବ ମଲ୍ଲିକ,ସାରଦା ଜେନା ଓ ରମାକାନ୍ତ ଭୋଇ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ।