୨୦୨୯ ସୁଦ୍ଧା ପ୍ରବାସୀ ଶ୍ରମିକ ସଂଖ୍ୟା ଶୂନ କରିବା ପାଇଁ ଲକ୍ଷ୍ୟ ରହିଛି

NEWS7
india-beat-pakistan-by-89-run-7th-time-in-icc-cricket-world-cup

ଭୁବନେଶ୍ବର ୫।୧୨: ନିଯୁକ୍ତି ବ୍ୟାଧିର ଆଣ୍ଟିବାୟୋଟିକ୍ ଔଷଧ ଦେବା ଆମ ସରକାର ଆରମ୍ଭ କରିଛି । ବିଭିନ୍ନ ପରୀକ୍ଷାରେ ପୂର୍ବରୁ ଦୁର୍ନୀତି ହେଉଥିଲା । ଆମ ସରକାର ଆସିବା ପରେ ଠିକ୍ ଢଙ୍ଗରେ ପରୀକ୍ଷା କରାଯାଉଛି । ଯେଉଁମାନେ ଦୁର୍ନୀତି କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି । ଆଉଟସୋର୍ସିଂ କାହାର ଶିଶୁ ଥିଲା ବିରୋଧୀ କୁହନ୍ତୁ । ଆମେ ତାକୁ କବର ଦେବା ପ୍ରକ୍ରିୟା ଆରମ୍ଭ କରିଛୁ । ଲୋକ କିଭଳି କାମ ପାଇଁ ବାହାରକୁ ନ ଯିବେ ତାର ପ୍ରକ୍ରିୟା ମଧ୍ୟ ସରକାର ଆରମ୍ଭ କରିଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ସାଢ଼େ ୩ ଲକ୍ଷ ନିଯୁକ୍ତି ଦିଆଯିବ । ଦେଢ଼ ଲକ୍ଷ ସରକାରୀ ସ୍ଥାୟୀ ନିଯୁକ୍ତି ଦିଆଯିବ ଓ ୨ ଲକ୍ଷ ପ୍ରାଇଭେଟ୍ ଚାକିରି ଦିଆଯିବ ।

କୋଭିଡ୍ ସମୟରେ ୧୦ ଲକ୍ଷରୁ ଅଧିକ ଲୋକ ରାଜ୍ୟକୁ ଫେରିଥିଲେ । ପୂର୍ବ ସରକାର ରେଜିଷ୍ଟ୍ରେସନ୍ ମଧ୍ୟ କଲେ । ସମସ୍ତଙ୍କ ସ୍କିଲ୍ ଆଧାରରେ ନିଯୁକ୍ତି ଦେବେ ବୋଲି କହିଥିଲେ ପୂର୍ବ ସରକାର । କିନ୍ତୁ ଜଣଙ୍କୁ ବି ନିଯୁକ୍ତି ଦେଲେ ନାହିଁ । ସମସ୍ତେ ପୁଣି କାମ ପାଇଁ ଅନ୍ୟ ରାଜ୍ୟ ଓ ଦେଶକୁ ଫେରିଗଲେ । ୨୦୨୯ ସୁଦ୍ଧା ପ୍ରବାସୀ ଶ୍ରମିକ ସଂଖ୍ୟା ଶୂନ କରିବା ପାଇଁ ଲକ୍ଷ୍ୟ ରହିଛି । ସେଥିପାଇଁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ସ୍ପେଶାଲ ଟାସ୍କ ଫୋର୍ସ ଗଠନ ହୋଇଛି । ୩ ଥର କମିଟି ବୈଠକ ବସିସାରିଲାଣି । ୪ ଦିଗକୁ ନେଇ ପ୍ରାରମ୍ଭିକ ପରାମର୍ଶ ଦେଇଛି କମିଟି ।