LIVE TV

କଂଗ୍ରେସ ସଭାରେ ବାଂଲାଦେଶ ଜାତୀୟ ସଙ୍ଗୀତ ଗାନ ଉପରେ କଠୋର ଆସାମ ସରକାର, ଦେଶଦ୍ରୋହ ମାମଲା ରୁଜୁ

NEWS7
india-australlia-t20-match-today

ନୂଆଦିଲ୍ଲୀ: ଆସାମର ଶ୍ରୀଭୂମିରେ କଂଗ୍ରେସ ସେବା ଦଳ ସଭାରେ ବାଂଲାଦେଶର ଜାତୀୟ ସଙ୍ଗୀତ କାନ ପରେ ଏବେ ପୋଲିସ ଆକ୍ସନ ନେଇଛି । କଂଗ୍ରେସ ନେତାମାନଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲାର ରୁଜୁ କରାଯାଇଛି । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଆସାମ ସରକାର କଠୋର ଅଭିମୁଖ୍ୟ ଦେଖାଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଏହି ମାମଲାରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ବାଂଲାଦେଶ ଜାତୀୟ ସଙ୍ଗୀତ ଗାଇବା ପାଇଁ ଶ୍ରୀଭୂମି ଜିଲ୍ଲାରେ କଂଗ୍ରେସ ଦଳ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବ ।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବୁଧବାର ଶ୍ରୀଭୂମି ଜିଲ୍ଲାର କଂଗ୍ରେସ ନେତାମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେବା ପରେ ଆସାମ ପୋଲିସ ଏକ ମାମଲା ରୁଜୁ କରିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳ ଦ୍ୱାରା ଏଭଳି ଆଚରଣ ବାଂଲାଦେଶୀ ନେତାଙ୍କ ଏକ ଗୋଷ୍ଠୀର ଦାବିକୁ ସମର୍ଥନ କରୁଛି, ଯେଉଁମାନେ ସମଗ୍ର ପୂର୍ବୋତ୍ତରକୁ ତାଙ୍କ ଦେଶର ଅଂଶ ବୋଲି କହୁଛନ୍ତି । ସେ କହିଛନ୍ତି, "କଂଗ୍ରେସ ବୈଠକ ଭାରତୀୟ ଜାତୀୟ ସଙ୍ଗୀତ ପରିବର୍ତ୍ତେ ବାଂଲାଦେଶ ଜାତୀୟ ସଙ୍ଗୀତ ଗାନ କରି ଆରମ୍ଭ ହୋଇଥିଲା । ଏହା ଭାରତର ଜନତା ଏବଂ ଏହାର ଜାତୀୟ ସଙ୍ଗୀତ ପ୍ରତି ଘୋର ଅପମାନ।"

ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ଶ୍ରୀଭୂମି ସହରରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ସେବା ଦଳ ବୈଠକରେ ନେତାମାନେ ବାଂଲାଦେଶୀ ଜାତୀୟ ସଙ୍ଗୀତ "ଅମର ସୋନାର ବାଂଲା"ର ଦୁଇଟି ଧାଡ଼ି ଗାଇ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ସୋସିଆଲ୍ ମିଡିଆରେ ସାମନାକୁ ଆସିଥିବା ଭିଡିଓରେ, କଂଗ୍ରେସ ଅଧିକାରୀ ବିଧୂ ଭୂଷଣ ଦାସ ଦକ୍ଷିଣ ଆସାମର ବାରକ ଉପତ୍ୟକାର ଶ୍ରୀଭୂମି ଜିଲ୍ଲାରେ ଏକ କଂଗ୍ରେସ ସେବା ଦଳ ବୈଠକରେ ବାଂଲାଦେଶ ଜାତୀୟ ସଙ୍ଗୀତ "ଅମର ସୋନାର ବାଂଲା" ଗାଉଥିବାର ନଜର ଆସୁଛନ୍ତି । ଶ୍ରୀଭୂମି ଜିଲ୍ଲା ବାଂଲାଦେଶ ସୀମା ନିକଟରେ ଅବସ୍ଥିତ ।