ବାତିଲ ହେଲା ଏଏନଏମ ଦ୍ବିତୀୟ ବର୍ଷର ପରୀକ୍ଷା, ବିଧାନସଭାରେ ବିବୃତ୍ତି ରଖିଲେ ମନ୍ତ୍ରୀ

NEWS7
india-australia-match-test-second-test

ଭୁବନେଶ୍ବର: ବାତିଲ ହେଲା ଏଏନଏମ ଦ୍ବିତୀୟ ବର୍ଷର ପରୀକ୍ଷା । ଏନେଇ ଶୁକ୍ରବାର ଗୃହରେ ବିବୃତ୍ତି ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଛନ୍ତି ପ୍ରଶ୍ନପତ୍ର ପ୍ରଘଟ ପରେ ପରୀକ୍ଷା ବାତିଲ କରିବାକୁ ସ୍ବାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି।

ସୂଚନାଥାଉକି, ଶୁକ୍ରବାର ଏଏନଏମର ଦ୍ୱିତୀୟ ବର୍ଷର ପରୀକ୍ଷା ହେବାର ଥିଲା। ହେଲେ ହଠାତ ପରୀକ୍ଷା ସ୍ଥଗିତ କରିଦିଆଯାଇଥିଲା। ପୂର୍ବରୁ ପରୀକ୍ଷା ଆରମ୍ଭ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଏବଂ ଅନ୍ୟ କାରଣ ଲାଗି ଏହାକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା ONMEB ।

ଏହାକୁ ନେଇ ବିଧାନସଭାରେ କଂଗ୍ରେସ ବିଧାୟକ ରାଜନ ଏକ୍କା ପ୍ରଶ୍ନ ଉଠାଇଥିଲେ । ପଏଣ୍ଟ ଅଫ୍ ଅର୍ଡରରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ରାଜନ ଏକ୍କା । ପରୀକ୍ଷାକୁ ବାତିଲ ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ । ଶୁକ୍ରବାର ୨ଟା ବେଳେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଦିନ ୧୧ଟା ବେଳେ ବଜାରରେ ପ୍ରଶ୍ନପତ୍ର ବିକ୍ରି ହେଉଥିବା ନେଇ ବିଧାୟକ ପ୍ରଶ୍ନ କରିଥିଲେ।