ଉତ୍ତର କୋରିଆର ଆଗାମୀ ଶାସିକା : ସାମ୍ନାକୁ ଆସିଲେ ଜୁ ଏଇ, କିମ୍‌ଙ୍କ ପରେ ନେବେ ଶାସନ ଭାର !

NEWS7
increase-in-women-vote-percentage-will-be-helpful-for-this-party

ସିଓଲ, ୦୨/୦୧ : ଉତ୍ତର କୋରିଆରେ ଚାଲିଛି ତାନାଶାହୀ ଶାସନ । ଦେଶର ନେତା କିମ୍ ଜଙ୍ଗ୍ ଉନଙ୍କ ହାତରେ ଜନତାଙ୍କ ଭାଗ୍ୟ ଏବଂ ଭବିଷ୍ୟତ । କଥା କଥାକେ ସେ ପରମାଣୁ ଆକ୍ରମଣର ଧମକ ଦିଅନ୍ତି । ଋଷ ଏବଂ ଚାଇନାର ସାହାଯ୍ୟରେ ଆମେରିକାକୁ ଦେଖାନ୍ତି ନାଲି ଆଖି । ଏସବୁ ଭିତରେ ତାଙ୍କ ପରେ ଦେଶର କିଏ ନେତୃତ୍ୱ ନେବ ସେନେଇ ଚର୍ଚ୍ଚା ଜୋର । ଏବେ କିନ୍ତୁ ଏହା ଉପରୁ ଧିରେ ଧିରେ ହଟୁଛି ସସପେନ୍ସ । ନିଜ ଝିଅ ଜୁ ଏଇଙ୍କୁ ସେ କରିପାରନ୍ତି ଆଗାମୀ ରାଷ୍ଟ୍ରମୁଖ୍ୟ ।

କିମଙ୍କ ପରିବାର ଲୋକଙ୍କ କଥା ସାମ୍ନାକୁ ଆସେନି । ଉତ୍ତର କୋରିଆରେ ଗଣମାଧ୍ୟମ ବି କିମଙ୍କ ଅଧିନରେ । ତେଣୁ ପୁରା ଗୋପନୀୟ ଭାବେ ରହେ କିମଙ୍କ ପରିବାର କଥା । ଏବେ କିନ୍ତୁ ସାମ୍ନାକୁ ଆସିଛନ୍ତି କିମଙ୍କ ଝିଅ ଜୁ । ନିଜ ପିତାମାତାଙ୍କ ସହ ସେ କୁମସୁସାନ୍ ଥିବା ଏକ ସ୍ମାରକି ବୁଲି ଦେଖିଛନ୍ତି । ଏଠାରେ ଦେଶର ପୂର୍ବତନ ସୈନ୍ୟ ଏବଂ ନେତାଙ୍କୁ କବର ଦିଆଯାଇଛି ।

ଗତ ତିନି ବର୍ଷ ହେଲା ଜୁ ଗଣମାଧ୍ୟମର ଶିରୋନାମାରେ ରହି ଆସୁଛନ୍ତି । ହେଲେ କୌଣସି ବଡ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନଥିଲା । ଦେଶର ଚଚୁର୍ଥ ପୀଢିର ଶାସିକା ଭାବେ ସେ ଦାୟିତ୍ୱ ନେବେ ବୋଲି ଚର୍ଚ୍ଚା ହୋଇ ଆସୁଛି । ଏବେ କିନ୍ତୁ ସାଧାରଣ କାର୍ଯ୍ୟକ୍ରମରେ ସେ କିମଙ୍କ ସହ ନଜର ଆସିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

ରିପୋର୍ଟ ଅନୁସାରେ, କିମ୍ ପତ୍ନୀ ଲି ସୋଲ ଜୁ ଏବଂ ଝିଅ ଏଇ ଜୁଙ୍କ ସହ ଏକ ସ୍ମାରକିକୁ ଗସ୍ତ କରିଥିଲେ । ସେଠାରେ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଯାହାର ଫଟୋ ସାମ୍ନାକୁ ଆସିଛି । ଏଥିରେ ବାପା ଏବଂ ମାଆଙ୍କ ମଝିରେ ଏଇ ଜୁ ଠିଆ ହୋଇଛନ୍ତି । ତାଙ୍କ ପଛରେ ଅନ୍ୟ ବରିଷ୍ଠ ଅଧିକାରୀ ଠିଆ ହୋଇ ରହିଛନ୍ତି ।

କୁହାଯାଉଛି ଯେ, ୨୦୧୦ରେ ଜୁ ଏଇଙ୍କ ଜନ୍ମ । ଗତ ସେପ୍ଟେମ୍ବରରେ ସେ ପିତା କିମଙ୍କ ସହ ଚୀନ୍ ଗସ୍ତ କରିଥିଲେ । ତେବେ ଉତ୍ତର କୋରିଆ କେବେ ହେଲେ ଜୁଙ୍କ ବୟସ ବାବଦରେ ସ୍ପଷ୍ଟ କରିନି । ତାଙ୍କୁ ୧୭ ବର୍ଷ ହୋଇଥିବା କେହି କେହି କହୁଥିବା ବେଳେ ଆଉ କେହି ୨୦ ବର୍ଷ ହୋଇଥିବା ନେଇ ଆକଳନ କରିଥାନ୍ତି ।