ଦିଅଁ ଦର୍ଶନ ଆହୁରି ହେବ ସହଜ, ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

NEWS7
income-tax-survey-continue-at-sonu-sood-house-and-office

ପୁରୀ ୦୨/୦୧: ଶ୍ରୀମନ୍ଦିର ଧାଡ଼ି ଦର୍ଶନ ଢାଞ୍ଚାରେ ତ୍ରୁଟି ସାମ୍ନାକୁ ଆସିଛି । ଧାଡ଼ି ଦର୍ଶନ କାର୍ଯ୍ୟକାରୀ ସ୍ଥିତିକୁ ଗଲା ବେଳେ ସାମାନ୍ୟ ତ୍ରୁଟି ଦେଖା ଦେଇଛି । ତ୍ରୁଟିକୁ ଖୁବଶୀଘ୍ର ସମାଧାନ କରାଯିବ । ଏହାପରେ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଲାଗୁ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଏଥିପାଇଁ କାମ କରୁଥିବା ଏଜେନ୍ସି ମାନଙ୍କୁ କୁହାଯାଇଛି । ସେହି ତ୍ରୁଟିକୁ ଟେକ୍ନୋଲୋଜି ଉପଯୋଗ କରି ସୁଧାରିବା ପାଇଁ ଚେଷ୍ଟା ଚାଲିଛି ।

ମନ୍ତ୍ରୀଙ୍କ କହିବା କଥା ଅଧାପନ୍ତରିଆ ଭାବେ କରି ପରେ ପୁଣି ଭୁଲ ତ୍ରୁଟି ବାହାରିଲେ ପୁଣି ସଜଡ଼ା ଯିବ । ସେମିତି କୌଣସି ସ୍ଥାନରେ କାମ କରାଯାଏ ନାହିଁ । ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ ହେଲେ ଯାଏଁ ଧାଡ଼ି ଦର୍ଶନ ଚାଲୁ କରାଯିବ । ଲୋକଙ୍କର ମନ୍ଦିର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ପ୍ରକ୍ରିୟାକୁ ଆହୁରି ସୁଗମ ଓ ସୁରୁଖୁରୁ କରାଯିବାର ଯୋଜନା ଚାଲିଛି । ଭିନ୍ନକ୍ଷମ ଓ ବୟସ୍କ ମାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ଏହାସହ ପୁରୀ ବାସିନ୍ଦାଙ୍କ ଦର୍ଶନ ପାଇଁ ଦାବି ଥିଲା । ସେଥିପାଇଁ ମଧ୍ୟ ଯୋଜନା କରିବାକୁ ତର୍ଜମା ଚାଲିଛି ।