ପତ୍ନୀଙ୍କ ସ୍ମୃତିରେ ନିର୍ମାଣ କଲେ ୬୫ ଫୁଟର ଉଚ୍ଚ ମନ୍ଦିର, ପ୍ରତିଦିନ ସକାଳେ ମୂର୍ତ୍ତି ସାମ୍ନାରେ ରଖନ୍ତି କପେ ଚା’

NEWS7
income-tax-notice-to-farmer

ନୂଆଦିଲ୍ଲୀ ୨୧।୦୨; ବିହାର ଛାପ୍ରାର ଜଣେ ଦମ୍ପତିଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚା ସାଉଁଟୁଛି । ସ୍ଥାନୀୟ ଅଞ୍ଚଳର ବାଲ୍ କିସୁନ୍ ରାମଙ୍କ ବାହାଘର ୧୭ ବର୍ଷ ବୟସରେ ହୋଇଥିଲା । ସେତେବେଳେ ତାଙ୍କ ଘରର ଆର୍ଥିକ ସ୍ଥିତି ଭଲ ନଥିଲା । ତେଣୁ ବାଲ କିସୁନ୍ଙ୍କ ପାଠପଢ଼ା ଅଧାରେ ରହିଯାଇଥିଲା । ତାଙ୍କ ସ୍ତ୍ରୀ ଶାରଦା ଦେବୀ କିନ୍ତୁ ସ୍ୱାମୀଙ୍କୁ ପାଠ ପଢ଼ାଇବା ପାଇଁ ମନ କଲେ । ସେ ନିଜେ ଦିନ ମଜୁରିଆ ଭାବେ କାମ କରି ଘରର ଓ ଦାୟିତ୍ବ ନେଲେ । ଏପରିକି ସ୍ଵାମୀଙ୍କୁ ପାଠ ପଢ଼ାଇବା ପାଇଁ ସେ ତାଙ୍କର ସମସ୍ତ ସୁନା ଗହଣା ବିକ୍ରି କରି ଦେଇଥିଲେ। ଏତେସବୁ ମଧ୍ୟରେ ଏହି ପତିପତ୍ନୀଙ୍କ ମଧ୍ୟରେ ପରସ୍ପର ପ୍ରତି କୌଣସି ଅଭିଯୋଗ ନଥିଲା । କେବଳ ନିରୁତା ପ୍ରେମ ଓ ଭଲପାଇବା ।

 

ବାଲ୍ କିସୁନ୍‌ଙ୍କୁ ସରକାରୀ ଚାକିରି ମଧ୍ୟ ମିଳିଗଲା। ହେଲେ ଅବସର ନେବାର ଛଅ ମାସ ପୂର୍ବରୁ ଶାରଦା ଦେବୀଙ୍କର ୨୦୨୨ ମସିହାରେ ହୃଦଘାତରେ ମୃତ୍ୟୁ ହେଲା । ଶାରଦାଙ୍କ ମୃତ୍ୟୁ ପରେ ବାଲ୍ କିସୁନ୍ ଭାଙ୍ଗି ପଡ଼ିଥିଲେ। ସେ ତାଙ୍କର ଅବସରକାଳୀନ ସହାୟତା ରାଶିରେ ସ୍ତ୍ରୀଙ୍କ ପାଇଁ ଏକ ମନ୍ଦିର ତିଆରି କରିବାକୁ ଇଚ୍ଛା କଲେ । ସେ ବୁଝିଲେ ଧନ ଓ ସମ୍ପତ୍ତିରେ କିଛି ଅର୍ଥ ନାହିଁ ଯଦି ପ୍ରତି ମୁହୂର୍ତ୍ତରେ ସାଥ୍ ଦେଇ ଆସୁଥିବା ଜୀବନ ସାଥୀ ପାଖରେ ନଥିବ । ବାଲ୍ କିସୁନ୍ ପତ୍ନୀଙ୍କ ସ୍ମୃତିରେ ୬୫ ଫୁଟର ଏକ ମନ୍ଦିର ତିଆରି କଲେ। ପ୍ରାୟ ୬୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସେଠାରେ ସେ ଶାଗବା ଦେବୀଙ୍କ ତାଙ୍କ ମୂର୍ତ୍ତିକୁ ମୂର୍ତ୍ତିକୁ ସ୍ଥାପନା କରିଛନ୍ତି। ଏ ଲାଗି ତାଙ୍କୁ ୬୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲେ ବି ସେ କରିଥାନ୍ତେ ବୋଲି ବାଲ୍ କିସୁନ୍ କହିଛନ୍ତି ।

ପ୍ରତିଦିନ ସକାଳେ ଓ ସଂଧ୍ୟାବେଳେ ସେ ଶାରଦାଦେବୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳିତ କରିବା ସହ ଏକ କପ୍ରେ ଚା’ ରଖି ଦିଅନ୍ତି । ସେ ନିତିଦିନ ତାଙ୍କ ପତ୍ନୀଙ୍କ ମୂର୍ତ୍ତି ସମ୍ମୁଖରେ ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ମଧ୍ୟ ରଖିଥାନ୍ତି I ଏହାକୁ ନେଇ ବାଲ କିସୁନ କହିଛନ୍ତି ଯଦି ସ୍ତ୍ରୀମାନେ ସ୍ୱାମୀଙ୍କୁ ପତି ପରମେଶ୍ବର କହି ପୂଜା କରିପାରୁଛନ୍ତି। ତେବେ ଜଣେ ସ୍ବାମୀ ତା ସ୍ତ୍ରୀକୁ ଦେବୀ ଭାବେ ପୂଜା କାହିଁକି କରିପାରିବ ନାହିଁ ।

ଅଧିକ ପଢନ୍ତୁ- AI ସମିଟରେ ଚମକିଲେ ଭାରତର କୁନି ପୁଅ; ୮ ବର୍ଷ ବୟସରେ କିନୋଟ ସ୍ପିକର, ସୁନ୍ଦର ପିଚାଇ ଓ ଅଲ୍ଟମ୍ୟାନ ସହ କଲେ ଆଲୋଚନା