କେମିତି ଅଛି ରାଜ୍ୟର ସ୍ୱାସ୍ଥ୍ୟାବସ୍ଥା? ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ

NEWS7
income-tax-department-has-extended-the-last-date-for-this-tax-related-work

ଭୁବନେଶ୍ୱର ୦୫/୧୨: ରାଜ୍ୟର ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଶୂନ୍ୟକାଳରେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଶୂନ୍ୟକାଳରେ SCB ମେଡିକାଲ କଲେଜରେ ଡାଇଲେସିସ ମେସିନ ଅଚଳା ଅବସ୍ଥା ଘୋର ଚିନ୍ତାର ବିଷୟ ବୋଲି କହି ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ଖାଲି ଯେ scb ରେ ନୁହେଁ ସେଠାରେ ନ ହେବା କାରଣରୁ ଜିଲ୍ଲା ଗୁଡ଼ିକରେ ଡାଇଲେସିସ ହେଉନାହିଁ। ଯାହା ପାଇଁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଆହୁରି ବି ଆମ ସରକାର ସମୟରେ ନିରାମୟରେ ୨୦୦ପ୍ରକାରର ମେଡିସିନ ମିଳୁଥିଲା । ଏବେ ନୂଆ ସରକାର ୧୨୦ଟି ମେଡିସିନ କରିଦେଲେ ହେଲେ ସେଥିରୁ ମଧ୍ୟ ୮୦ଟି ଗୁରୁତ୍ତ୍ୱପୂର୍ଣ ମେଡିସିନ ମିଳୁନାହିଁ ରୋଗୀଙ୍କୁ । ସ୍ୱାସ୍ଥ୍ୟମନ୍ତ୍ରୀ ତାହାକୁ ଗୁରୁତର ସହ ନେଇ ଯୋଗାଇ ଦିଅନ୍ତୁ ମେଡିସିନ । ତା ସହ ନକଲି ମେଡିସିନ ରାଜ୍ୟରେ ଗ୍ରସିବାରେ ଲାଗିଛି। ଯାହାକୁ ଗୁରୁତର ସହ ସରକାର ନେଇ ବନ୍ଧ କରନ୍ତୁ।