ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଘର ଉପରେ ହମଲା, ଧରା ପଡ଼ିଲା ଆକ୍ରମଣକାରୀ

NEWS7
including-israel-australia-and-fiji-which-have-gone-mask-free-are-seeing-sharp-rise-in-fresh-covid-cases

ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଓହାୟୋ ସ୍ଥିତ ବାସଭବନ ଉପରେ ହମଲା। ଭେନେଜୁଏଲାର ରାଷ୍ଟ୍ରପତିଙ୍କୁ ଅପହରଣ କରାଯିବା ପରେ ଉପୁଜିଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଆମେରିକାର ଉପରାଷ୍ଟ୍ରପତିଙ୍କ ବାସଭବନ ଉପରେ ହମଲା ହୋଇଛି। ସିଏନଏନର ରିପୋର୍ଟ ମୁତାବକ ଜଣେ ବ୍ୟକ୍ତି ଅଚାନକ ତାଙ୍କ ଘର ଉପରେ ପଥରମାଡ଼ କରିଛି। ତେବେ ଏହି ସମୟରେ ଭାନ୍ସ ଘରେ ନ ଥିଲେ। ପଥରମାଡ଼ ପରେ ଦୁର୍ବୃତ୍ତ ଫେରାର ମାରିବାକୁ ଚେଷ୍ଟା କଲା ବେଳେ ଆମେରିକା ପୋଲିସ ତାକୁ କାବୁ କରି ନେଇଛନ୍ତି।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ଭାନ୍ସଙ୍କ ଘରର କବାଟର କାଚ ଭାଙ୍ଗି ଯାଇଛି। ତଦନ୍ତକାରୀ ଏଜେନ୍ସି ଏହି ଘଟଣା ପଛର ଉଦ୍ଦେଶ୍ୟ କଣ ? କାହିଁକି ଆକ୍ରମଣକାରୀ ଏମିତି ହମଲା କଲା ତାର କାରଣ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି। ଦୁର୍ବୃତ୍ତ ଉପରାଷ୍ଟ୍ରପତି ଭାନ୍ସଙ୍କୁ ନା ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଟାର୍ଗେଟ୍ କରିବାକୁ ଚାହୁଁଥିଲା ତାର ମଧ୍ୟ ଖୋଳତାଡ଼ କରାଯାଉଛି।

ଜେଡି ଭାନ୍ସଙ୍କ ଘର ଓ୍ଵାଶିଂଟନ ଡିସି ବାହ୍ୟ ଅଞ୍ଚଳରେ ଅବସ୍ଥିତ। ପୋଲିସର କହିବା କଥା ରାତି ପ୍ରାୟ ୧୨ଟାରେ ଜଣେ ବ୍ୟକ୍ତି ତାଙ୍କ ଘର ଅଭିମୁଖେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ଏହା ମଧ୍ୟ କୁହାଯାଉଛି ଯେ, ଭେନେଜୁଏଲା ଉପରେ ଆମେରିକାର ହମଲା ଓ ରାଷ୍ଟ୍ରପତି ମାଦୁରୋଙ୍କୁ ଅପହରଣ କରିବା କାରଣରୁ  ଏହି ଧରଣର ହମଲା କରାଯାଇ ଥାଇପାରେ।

ସ୍ଥାନୀୟ ମିଟିଆ ମୁତାବକ, ଜେଡି ଭାନ୍ସ ବର୍ତ୍ତମାନ ଫ୍ଲୋରିଡ଼ାରେ ଅଛନ୍ତି। କିଛି ସମୟ ପାଇଁ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଲ୍ଫ କ୍ଲବରେ ଥିଲେ। ଭାନ୍ସ ଓ ଟ୍ରମ୍ପ ଭେନେଜୁଏଲା ଉପରେ ହମଲା ଓ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରାଯିବା ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅପରେସନ ପରେ ଭାନ୍ସ କହିଥିଲେ ଯେ, ମାଦୁରୋଙ୍କୁ କ୍ଷମତା ଛାଡ଼ିବା ପାଇଁ ଅନେକ ବିକଳ୍ପ ଦିଆଯାଇଥିଲା। ମାତ୍ର ମାଦୁରୋ ସବୁ ପ୍ରତ୍ୟାଖ୍ୟାନ କରିଥିଲେ।

ଉଲ୍ଲେଖନୀୟ ଜେଡି ଭାନ୍ସ ଆମେରିକାର ୫୦ତମ ଉପରାଷ୍ଟ୍ରପତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଗତ ବର୍ଷ ସେ ପ୍ରଥମ ଥର ଉପରାଷ୍ଟ୍ରପତି ପଦରେ ଶପଥ ନେଇଥିଲେ। ତାଙ୍କ ପତ୍ନୀ ଉଷା ଜିଲୁକୁରୀ ଭାନ୍ସ ଭାରତୀୟ ବଂଶୋଦ୍ଭବ।