ବଜେଟ୍ ପୂର୍ବରୁ ହଠାତ କମିଗଲା ଦାମ୍ : ଶସ୍ତା ହୋଇଗଲା ସୁନା ରୁପା, ଏବେ ଏତିକି ଅଛି ଦର...

NEWS7
in-just-45-minutes-the-virus-will-be-detected

ନୂଆଦିଲ୍ଲୀ, ୦୧|:ବଜେଟ୍ ପୂର୍ବରୁ କ୍ରାସ୍ । ଶସ୍ତା ହେଲା ସୁନା ଏବଂ ରୁପା । ବଜେଟ୍ ଆସିବାର କିଛି ଘଣ୍ଟା ପୂର୍ବରୁ ସୁନା ଏବଂ ରୁପା ଦର କମିଯାଇଛି । ଗୋଟିଏ ଝଟକାରେ ଦୁଇ ଧାତୁର ଦରରେ ଅହେତୁକ ହ୍ରାସ ଘଟିଛି ।

ଗତ ସପ୍ତାହରେ ସୁନା ଏବଂ ରୁପା ଦାମରେ ଅହେତୁକ ହ୍ରାସ ପରିଲକ୍ଷିତ ହୋଇଥିଲା । ରୁପା ଗୋଟିଏ ଦିନରେ ୩୦ ପ୍ରତିଶତ ଶସ୍ତା ହୋଇଥିବା ବେଳେ ସୁନା ବି ୧୭ ପ୍ରତିଶତ କମିଥିଲା । ରବିବାର ବଜେଟ୍ ଦିନରେ ମଧ୍ୟ ଏହି ଟ୍ରେଣ୍ଡ୍ ଜାରି ରହିଛି । କମୋଡିଟି ମାର୍କେଟ୍ ଏମସିଏକ୍ସ ସହ ସେୟାର ବଜାରରେ ମଧ୍ୟ ସୁନା-ରୁପା ଟ୍ରେଡ୍ କରୁଛି । ମାର୍କେଟ୍ ଖୋଲୁଖୋଲୁ ଦାମ୍ ଖସି ଯାଇଛି ।

ବଜାର ଖୋଲୁଖୋଲୁ ୧ କେଜି ରୁପା ହଠାତ ୨୭ ହଜାର ଟଙ୍କା ଶସ୍ତା ହୋଇଯାଇି । ସେହିପରି ସୁନା ମଧ୍ୟ ୯ ହଜାର ଟଙ୍କା ଶସ୍ତା ହୋଇଯାଇଛି । ​​​​​​​

ଜାନୁଆରୀ ଶେଷ ବେଳକୁ ସୁନା-ରୁପା ଦର ରେକର୍ଡ ସ୍ତରରେ କମିଥିଲା । ଏହାପୂର୍ବରୁ ଗୁରୁବାର ରୁପା ୪ ଲକ୍ଷ ଅତିକ୍ରମ କରିଥିଲା । କିନ୍ତୁ ଏହାପର ଦିନ ଅର୍ଥାତ ଶୁକ୍ରବାର ରୁପା ଦାମ୍ ଲକ୍ଷେ ୨୮ ହଜାର କମି ୨ ଲକ୍ଷ  ହଜାରକୁ ଆସିଯାଇଥିଲା । ଏବେ ବଜେଟ୍ ଦିନରେ ୯ ପ୍ରତିଶତ ଅର୍ଥାତ ୨୭ ହଜାର ୫୦୦ ଟଙ୍କା ଦାମ୍ ହ୍ରାସ ପାଇଛି । ଅର୍ଥାତ ଏବେ ରୁପା ଦର ହୋଇଯାଇଛି ୨ ଲକ୍ଷ ୬୫ ହଜାର ୬୫୨ ଟଙ୍କା ।

ସେହିପରି ସୁନାର ଏପ୍ରିଲ ୨ ଦର ଏମସିଏକ୍ସରେ ୧୦ ଗ୍ରାମ୍ ପିଛା ଲକ୍ଷେ ୯୩ ହଜାରର ଐତିହାସିକ ସ୍ତର ଛୁଇଁଥିଲା । ପରେ ୪୨ ହଜାର ୨୪୭ ଟଙ୍କା ଶସ୍ତା ହୋଇଯାଇଥିଲା ।  ଏମସିଏକ୍ସରେ ସୁନା ଦର ୧୦ ଗ୍ରାମ୍ ପିଛା ରହିଛି ଲକ୍ଷେ ୫୦ ହଜାର ୮୪୯ ଟଙ୍କାରେ ପହଁଚିଥିଲା । ରବିବାର ଏହା ଆଉ ୧୩ ହଜାର ୫୦୦ ଟଙ୍କା ଶସ୍ତା ହୋଇ ଲକ୍ଷେ ୩୮ ହଜାର ୬୩୪ ଟଙ୍କା ହୋଇଯାଇଛି । ​​​​​​​