ବାଂଲାଦେଶରୁ ସମାପ୍ତ ହେବ ୟୁନୁସଙ୍କ ୧୩୨ ଆଇନ! ତାରିକ୍ ରହମାନ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

NEWS7
illegal-relations-led-to-death-sister-in-law-burnt-brother-in-law-with-kerosene-oil

ଢାକା ୨୧।୨: ବାଂଲାଦେଶରେ ମହମଦ ୟୁନସଙ୍କ ଦେଢ ବର୍ଷର ଅନ୍ତରୀଣ ସରକାର ଅଧ୍ୟାଦେଶ ବଳରେ ୧୩୨ଟି ଆଇନ ଆଣିଥିଲେ। ଏବେ ଦେଶରେ ନିର୍ବାଚିତ ସରକାର ଦାୟିତ୍ୱଗ୍ରହଣ କରିସାରିଲେଣି। ଏଥିରେ ଯଦି ୨୫ ଦିନ ମଧ୍ୟରେ ଅଧ୍ୟାଦେଶଗୁଡିକୁ ଗୃହୀତ କରାନଯାଏ ତେବେ ସେଗୁଡିକ ରଦ୍ଦ ହୋଇଯିବ। ଏବେ ଖବର ଆସୁଛି ମହମଦ ୟୁନୁସଙ୍କ ଅନ୍ତରୀଣ ସରକାର କାଳରେ କରାଯାଇଥିବା ନିଷ୍ପତ୍ତି ବାତିଲ କରିବା ପାଇଁ ନବନିର୍ବାଚିତ ସରକାର ପ୍ରସ୍ତୁତି କରିସାରିଲେଣି। ବାଂଲାଦେଶରେ ଯେଉଁ ଅଧ୍ୟାଦେଶ ବାତିଲ ହେବାର କଥା କୁହାଯାଉଛି ସେଥିରେ କିଛି ଭାରତକୁ ନେଇଥିବା ବେଳେ ଆଉ କିଛି ଶେଖ ହସିନାଙ୍କ ସମ୍ପର୍କରେ ରହିଛି।

ତେବେ ରିପୋର୍ଟ ମୁତାବକ ତାରିକ ରହମାନ ସରକାର କିଛି ନିଷ୍ପତ୍ତିକୁ ସଂସଦରେ ଗୃହୀତ କରିବା ପାଇଁ ପ୍ରସ୍ତୁତିରେ ଅଛନ୍ତି। ଏଣୁ ୟୁନୁସ ସରକାରଙ୍କ ଅଧିକାଂଶ ନିଷ୍ପତ୍ତି ମନକୁ ମନ ରଦ୍ଦ ହୋଇଯିବ ବୋଲି ଜଣାପଡିଲାଣି। ରିପୋର୍ଟ ଅନୁସାରେ ମହମଦ ୟୁନୁସଙ୍କ ସରକାର ସୁଧାର, ଶକ୍ତି ଓ ବୈଦେଶିକ ସମ୍ପର୍କ ଆଧାରିତ ୧୩୨ଟି ଅଧ୍ୟାଦେଶ ଜାରି କରିଥିଲେ। ଏବେ ତାରିକ୍ ରହମାନ ସରକାର ସେହି ଅଧ୍ୟାଦେଶଗୁଡିକର ସମୀକ୍ଷା କରୁଛନ୍ତି। ତେବେ ସଂଶୋଧନ ସମ୍ପର୍କିତ ସବୁ ଅଧ୍ୟାଦେଶ ବାତିଲ ହେବ। ଏହା ଛଡା ସେହି ଅଧ୍ୟାଦେଶଗୁଡିକୁ ଆଗକୁ ବଢାଯିବନି ଯେଉଁଗୁଡିକ ବିବାଦୀୟ।

ଏହି କ୍ରମରେ ଶେଖ ହସିନାଙ୍କ ପାର୍ଟି ଉପରୁ ବ୍ୟାନ ମଧ୍ୟ ହଟିପାରେ। କାରଣ ନିର୍ବାଚନ ପରେ କେତେକ ଜିଲ୍ଲାରେ ଆବାମୀ ଲିଗର ଆକ୍ଟିଭିଟି ପୁଣି ଆରମ୍ଭ ହୋଇଗଲାଣି। କୁହାଯାଉଛି ଆବାମୀ ଲିଗ୍ ବିରୋଧୀ ରାଜନୀତିରେ ସକ୍ରିୟ ରହିବ। ସେହିପରି ଜୁଲାଇ ବିଦ୍ରୋହ ସମ୍ପର୍କିତ କେତେକ ଅଧ୍ୟାଦେଶର ସମୀକ୍ଷା କରାଯାଉଛି। ସେଥିରେ ମଧ୍ୟ ପରିବର୍ତ୍ତନ ହେବ। ପାର୍ଟି ସାଂସଦ ଶପଥଗ୍ରହଣ କାଳରେ ସମ୍ବିଧାନ ସଂସ୍କାର ସଦସ୍ୟ ରୂପେ ଶପଥପାଠ କରି ନାହାନ୍ତି। ଦେଶରେ ଜୁଲାଇ ଚାର୍ଟର ଲାଗୁ କରିବା ପାଇଁ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ ଥିଲା। ହେଲେ ଏପରି କିଛି ହୋଇ ନାହିଁ।

ବାଂଲାଦେଶ ଗୃହମନ୍ତ୍ରୀ ଶଲାହାଉଦ୍ଦିନ ଚୌଧୁରୀ କହିଛନ୍ତି ଯେ ନିଷ୍ପତ୍ତି ସଂସଦରେ ହେବ। ଜୁଲାଇ ଚାର୍ଟର ସମ୍ବିଧାନ ସଂଶୋଧନର ଏକ ପ୍ରସ୍ତାବ ଏହି ପ୍ରସ୍ତାବ ଅନୁସାରେ ବାଂଲାଦେଶରେ କେହି ବି ବ୍ୟକ୍ତି ୨ ଥରରୁ ଅଧିକ ଅର୍ଥାତ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆସନରେ ବସି ପାରିବେ ନାହିଁ।