ବାଲିଯାତ୍ରା ୨୦୨୫
LIVE TV

ଭୁବନେଶ୍ୱରରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ନେଇ କରିବେ ଆଲୋଚନା

NEWS7
iifl-finance-launches-gold-loan-in-hinjilicut

ଭୁବନେଶ୍ୱର ୧୦।୧୧ : ଭୁବନେଶ୍ୱରରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ରାଜ୍ୟରେ ଆୟୋଜିତ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଛନ୍ତି । ଦିନିକିଆ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ପ୍ରଥମେ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ, ପରେ କଟକ ଯାଇ ସେଠାରେ ଚାଷୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସେ ମାଣ୍ଡିଆର ପ୍ରଚାରପ୍ରସାରକୁ ନେଇ କହିଛନ୍ତି ଯେ, ମାଣ୍ଡିଆ ଗୋଟେ ସଂପୂର୍ଣ୍ଣ ଅନ୍ନ । ଏହା ପୋଷଣତତ୍ୱରେ ଭରପୁର । ଏହା ଶରୀରକୁ ପୋଷଣ ଦେବା ସହ ପାଟି ପାଇଁ ସ୍ୱାଦ ବି ଲାଗେ । କମ୍‌ ପାଣି ଓ ଖରାପ ମାଟିରେ ଏହା ମଧ୍ୟ ଉତ୍ପାଦନ ହୋଇପାରିବ । ଆଗାମୀ ପିଢି ପାଇଁ ମଧ୍ୟ ମାଟିକୁ ସୁରକ୍ଷିତ ରଖିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମିଲେଟର ପ୍ରଚାର ପ୍ରସାର ପାଇଁ ଯଥେଷ୍ଟ ପ୍ରସାସ କରାଯାଉଛି। ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି । ଆମକୁ ମାଣ୍ଡିଆ ଉତ୍ପାଦନ ବୃଦ୍ଧି କରିବା ସହ ବଜାର ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ କାର୍ଯ୍ୟ କରିବାର ଅଛି । ମାଣ୍ଡିଆ ମିଡ୍‌ ଡେ ମିଲ୍‌ରୁ ଆରମ୍ଭ କରି ଲୋକଙ୍କ ଦୟନୀୟ ଜୀବନରେ କେମିତି ବ୍ୟବହାର ହେବ, ସେନେଇ ଆଲୋଚନା କରାଯିବ ବୋଲି କହିଛନ୍ତି । ଏହି ଶ୍ରୀଅନ୍ନର ଏକ୍ସପୋର୍ଟ ମଧ୍ୟ ହେଉଛି । ଆଗକୁ ଏହାକୁ ଆହୁରି ବୃଦ୍ଧି କରିବୁ । ପ୍ରୋସେସିଂ, ପ୍ୟାକେଜିଂ ବ୍ରାଣ୍ଡିଂ, ମାର୍କେଟିଂରେ ଅଧିକ ଧ୍ୟାନ ଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଶ୍ରୀଅନ୍ନ କାର୍ଯ୍ୟକ୍ରମ ପରେ ମୁଁ ଚାଷୀଙ୍କ ସହ ଆଲୋଚନା କରିବି । ଡାଲି ମିଶନ ଓ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାକୁ ନେଇ କଟକ ଆଇସିଆର ସଂସ୍ଥାରେ ରାଜ୍ୟରେ , ଚାଷୀ ଓ ବୈଜ୍ଞାନିକଙ୍କ ସହ ଆଲୋଚନା କରିବି । ଆଜି ଦିନଟା ଚାଷୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ଓକୃଷିମନ୍ତ୍ରୀଙ୍କ ମିଲେଟ୍‌ର ପ୍ରଚାର ପ୍ରସାର ପାଇଁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।