LIVE TV

ଢେଙ୍କାନାଳରେ ବର୍ଷା ଯୋଗୁଁ ଭାଙ୍ଗିଲା ଲକ୍ଷ୍ମୀପୂଜା ପାଇଁ ତିଆରି ଲାଇଟ୍ ତୋରଣ

NEWS7
ignore-the-2013-batch-of-contract-based-teachers

ଢେଙ୍କାନାଳ ୩୧୦: ଗୁରୁବାର ଠାରୁ ଢେଙ୍କାନାଳରେ ତୁହାକୁ ତୁହା ବର୍ଷା ଚାଲିଥିଲା । ତେବେ ପୂର୍ବାହ୍ନ ୧୧ଟା ପରଠାରୁ ପାଗ ଶୁଖିଲା ରହିଛି । ଗଜଷ୍ମୀ ପୂଜା ପାଇଁ ପ୍ରସ୍ତୁତିରେ ଏହି ବର୍ଷା ସାମାନ୍ୟ ବାଧକ ସାଜିଥିବା ଜଣାପଡିଛି । ଏପରିକି ବର୍ଷା ଯୋଗୁଁ ସହରର ଦକ୍ଷିଣକାଳୀ କାଳୀକା ନଗରବଜାର କମିଟି ପକ୍ଷରୁ ବାଉଁଶରେ ତିଆରି ଚାଲିଥିବା ଏକ ଲାଇଟ୍ ତୋରଣଟି ଉପୁଡି ପଡିଛି । ସୌଭାଗ୍ୟ ବତଃ ଏହି ତୋରଣଟି ଖସିପଡିବା ସମୟରେ କୌଣସି ପଥଚାରୀ କିମ୍ବା ଗାଡି ଚାଳକ ସେହି ରାସ୍ତା ଦେଇ ଯାଉନଥିଲେ । ତେଣୁ କୌଣସି ଧନଜୀବନ ହାନି ହୋଇନଥିବା ଜଣାପଡିଛି । ଏହି ତୋରଣ ନିର୍ମାଣରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର  ବାଉଁଶ ଓ ଲାଇଟ୍ ଲଗା ଆରମ୍ଭ ହୋଇଥିଲା । ଆସନ୍ତା ୬ ତାରିଖରେ ଲକ୍ଷ୍ମୀ ପୂଜା ଆରମ୍ଭ ହେବାକୁ ଥିବାରୁ ସହରରେ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଲାଇଟ୍ ତୋରଣ ନିର୍ମାଣ ଚାଲିଛି । ମାତ୍ର ଅନ୍ୟ ତୋରଣ ଗୁଡିକର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

ମାତ୍ର ଏହି ତୋରଣର ମୁଖ୍ୟ ଖମ୍ବ ସଠିକ୍ ଗାତ ଖୋଳା ନଯାଇ ଉପରେ ଉପରେ ପୋତା ଯାଇଥିବା କାରଣରୁ ଉପୁଡି ପଡିଥିବା ଜଣାପଡିଛି । ତେବେ ତୋରଣଟି ଦକ୍ଷିଣକାଳୀ ମୁଖ୍ୟ ରାସ୍ତାରେ ପଡିଯାଇଥିବାରୁ କିଛି ସମୟ ପାଇଁ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ପୂଜା କମିଟି ସଦସ୍ୟ ମାନଙ୍କ ସହାୟତାରେ ତୋରଣରେ ବନ୍ଧା କପଡା କାଟି ରାସ୍ତା ଅବରୋଧ ହଟାଇଥିବା ଜଣାପଡିଛି ।