Kritika Kamra Marriage: ନିଜଠୁ ୭ବର୍ଷ ବଡ଼ କ୍ରିକେଟ ଉପସ୍ଥାପକଙ୍କୁ ବିବାହ କରିବେ କ୍ରିତିକା କାମରା, ବାହାଘରକୁ ନେଇ ଫ୍ୟାନ୍ସ ଏକ୍ସସାଇଟେଡ୍

NEWS7
if-you-are-the-owner-then-you-have-made-500-employees-of

ମୁମ୍ବାଇ : ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦୁଇ ଲଭ୍ ବାର୍ଡ।  ଅଭିନେତ୍ରୀ କ୍ରିତିକା କାମରା ଗତ ଡିସେମ୍ବରରେ ନିଜଠୁ ୭ ବର୍ଷ ବଡ଼ କ୍ରିକେଟ ଉପସ୍ଥାପକ ଗୌରବ କପୁରଙ୍କ ସହ ସଂପର୍କକୁ ସାର୍ବଜନୀନ କରିଥିଲେ । ଏହି ସମୟରେ ଇନଷ୍ଟାଗ୍ରାମରେ ଗୌରବଙ୍କ ସହ ନିଜର କିଛି ଫଟୋ ସେ ପୋଷ୍ଟ କରିଥିଲେ। ସେବେଠାରୁ ଏହି ଯେଡ଼ି ଚର୍ଚ୍ଚାରେ ରହି ଆସୁଛନ୍ତି। ସଦ୍ୟତମ ଖବର ଅନୁସାରେ ଖୁବ୍ ଶୀଘ୍ର କ୍ରିତିକା ଏବଂ ଗୌରବ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ଉଭୟଙ୍କ ସହ ଘନିଷ୍ଠ ଜଣେ ବ୍ୟକ୍ତିଙ୍କ ଅନୁସାରେ, ମାର୍ଚ୍ଚ ଶେଷ ଆଡ଼କୁ କିମ୍ବା ଏପ୍ରିଲ ମାସ ଆରମ୍ଭରେ ପ୍ରେମୀଯୁଗଳ ବିବାହ କରିବେ ।  ବିବାହ ଲାଗି କୌଣସି ଉବ୍ୟ ଡେଷ୍ଟିନେସନ୍ ବଦଳରେ ସେମାନେ ମୁମ୍ବାଇକୁ ବାଛିଛନ୍ତି।  ଯେପରିକି ପରିବାର ଏବଂ ବନ୍ଧୁମାନେ ସହଜରେ ସେଥିରେ ସାମିଲ ହୋଇପାରିବେ । ଏହାପରେ ମୁମ୍ବାଇରେ ହିଁ ସେମାନେ ରିସେପସନ୍ ପାର୍ଟି ଦେବେ । ତେବେ ଗୌରବଙ୍କ ଏହା ଦ୍ଵିତୀୟ ବିବାହ ହେବ ।  ସେ ୨୦୧୪ରେ କିରତ ଭଙ୍ଗଳଙ୍କୁ ବିବାହ କରିଥିଲେ । କିନ୍ତୁ ୬ ବର୍ଷର ଦାମ୍ପତ୍ୟ ଜୀବନ ପରେ ଉଭୟଙ୍କ ମଧ୍ୟରେ ଛଡ଼ପତ୍ର ହୋଇଥିଲା।

କ୍ରିତିକଙ୍କୁ ଶେଷ ଥର ପାଇଁ ଓଟିଟି ଫିଲ୍ମ ‘ଦ ଗ୍ରେଟ୍ ଶାମ ସୁଦ୍ଦିନ ଫ୍ୟାମିଲି’ରେ ଦେଖିବାକୁ ମିଳିଥିଲା। ତାହା ଗତବର୍ଷ ରିଲିଜ୍ ହୋଇଥିଲା। ଆଗକୁ ତାଙ୍କୁ ୱେବ ସିରିଜ୍ ‘ମଟ୍ କିଙ୍ଗ୍’ରେ ଦେଖିବାକୁ ମିଳିବ।