ସରକାରୀ ଜମି ସୁରକ୍ଷିତ ରଖିବାକୁ ନୂଆ ଆଇନ ଆଣିବେ ସରକାର, ଗୋଟିଏ ଇଞ୍ଚ ବି ସରକାରୀ ଜମିର ଦୁର୍ବ୍ୟବହାର ହେବନି

NEWS7
if-a-peepal-plant-starts-growing-in-your-house-never-do-these-things

ଭୁବନେଶ୍ୱର ୨୦।୦୧ : ଜମିର ସଠିକ ପରିଚାଳନା ଏବଂ ଆଗାମୀ ଶହେ ବର୍ଷ ପାଇଁ ସରକାରୀ ଜମି ସୁରକ୍ଷିତ ରଖିବାକୁ ନୂଆ ଆଇନ ଆଣିବେ ସରକାର। ନୂଆ ଆଇନରେ କାର୍ଯ୍ୟାନୁଷ୍ଠାନକୁ ଶାଣିତ, ଆଉ ବ୍ୟବସ୍ଥାକୁ ସରଳ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । ଜବରଦଖଲ ଉଛେଦ ଆଇନ କଡାକଡି କରାଯିବ । ଲିଜ ନେଇ ସରକାରୀ ଜମିର ଦୁରୁପଯୋଗ କରିଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଗୋଟିଏ ଇଞ୍ଚ ବି ସରକାରୀ ଜମିର ଦୁର୍ବ୍ୟବହାର ହେବନି । ସବୁ ଜମି ଲୋକଙ୍କ କାମରେ ଲାଗିବ ତାହା ହିଁ ପ୍ରାଥମିକତା ରହିବ। ତ୍ରୁଟି ବିଚ୍ୟୁତି ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ନୂଆ ଆଇନରେ ପ୍ରାବଧାନ କଡା ରହିବ । ଏହି ଡ୍ରାଫ୍ଟ ପଲିସିକୁ ରାଜସ୍ବ ବିଭାଗ ୱେବସାଇଟରେ ଉପସ୍ଥାପିତ ହେବ । ସାଧରଣ ଲୋକଙ୍କ ସହ ସବୁ ବର୍ଗର ଲୋକ ଏହାକୁ ନେଇ ମତାମତ ରଖି ପାରିବେ । ଡ୍ରାଫ୍ଟ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯିବ ।