ଲଣ୍ଡନରେ DDLJର ଜଲୱା; Leicester Squareରେ ରାଜ-ସିମରନ୍‌ ଆଇକିନକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ, ଭାବୁକ ହେଲେ ଶାହାରୁଖ-କାଜୋଲ

NEWS7
ias-ips-spending-lavishly-for-repairing-work-of-office-and-quarters

ନୂଆଦିଲ୍ଲୀ ୦୫।୧୨; 'ଦିଲୱାଲେ ଦୁଲହାନିଆ ଲେ ଜାଏଙ୍ଗେ' (DDLJ) ରିଲିଜର ୩୦ ବର୍ଷ ପୂରଣ କରିଛି । ଫିଲ୍ମର ମୁଖ୍ୟ କଳାକାର ଶାହାରୁଖ ଖାନ ଏବଂ କାଜୋଲ ଏହି ଅବସରକୁ ଏକ ସ୍ୱତନ୍ତ୍ର ଉପାୟରେ ପାଳନ କରିଛନ୍ତି । ଲଣ୍ଡନରେ ଏହାକୁ ସେଲିବ୍ରେଟ କରିଛନ୍ତି ସେଲିବ୍ରିଟି । ଲଣ୍ଡନର ଲିସେଷ୍ଟର ସ୍କୋୟାରରେ ଫିଲ୍ମରୁ ସେମାନଙ୍କ ଆଇକନିକ ପୋଜର ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଯାହା ଭାରତୀୟ ଚଳଚ୍ଚିତ୍ର ପାଇଁ ପ୍ରଥମ। ୟଶ ରାଜ ଫିଲ୍ମସର ବ୍ଲକବଷ୍ଟର "ଦିଲୱାଲେ ଦୁଲହାନିଆ ଲେ ଜାଏଙ୍ଗେ" ଏହାର ୩୦ତମ ବାର୍ଷିକୀ ପାଳନ କରୁଛି । ଏହି ଅବସରରେ ଫିଲ୍ମର ମୁଖ୍ୟ ଚରିତ୍ର ରାଜ ଏବଂ ସିମରନଙ୍କର ଏକ ସିଗ୍ନେଚର୍ ପୋଜ୍ ଦେଇଛନ୍ତି । ଗୁରୁବାର ଦିନ ଲିସେଷ୍ଟର ସ୍କୋୟାରରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଥିଲା । ପୂର୍ବରୁ କୌଣସି ଭାରତୀୟ ଚଳଚ୍ଚିତ୍ର ଏହି ସମ୍ମାନ ପାଇନାହିଁ।

ଉନ୍ମୋଚନ ଉତ୍ସବରେ ୟଶ ରାଜ ଫିଲ୍ମସ୍ ସିଇଓ ଅକ୍ଷୟ ବିଧାନୀ ଏବଂ ହାର୍ଟ ଅଫ୍ ଲଣ୍ଡନ ବିଜନେସ୍ ଆଲାଏନ୍ସ ସିଇଓ ରସ୍ ମୋର୍ଗାନ୍ ମଧ୍ୟ ଉପସ୍ଥିତ ଥିଲେ । ଏହା 'ହ୍ୟାରି ପଟର୍', 'ମେରୀ ପପିନ୍ସ', 'ପ୍ୟାଡିଂଟନ୍' ଏବଂ 'ସିଙ୍ଗିନ୍' ଇନ୍ ଦ ରେନ୍' ଭଳି ଚଳଚ୍ଚିତ୍ରର ଚରିତ୍ରମାନଙ୍କ ସମ୍ମାନରେ ନିର୍ମିତ ପ୍ରତିମୂର୍ତ୍ତି ତାଲିକାରେ ସାମିଲ ହୋଇଛି । ଶାହାରୁଖ ଖାନଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଶାହାରୁଖ ଖାନ ଏବଂ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି । ଏହା ଉନ୍ମୋଚନ ସମୟରେ ଶାହାରୁଖ ଏବଂ କାଜୋଲ ଏକାଠି ଫଟୋ ଉଠାଇଥିଲେ। ଶାହାରୁଖ ବ୍ଲାକ ସୁଟରେ ନଜର ଆସିଥିବା ବେଳେ କାଜୋଲ ଗ୍ରୀନ ଶାଢ଼ୀରେ ସୁନ୍ଦର ଦେଖାଯାଉଥିଲେ ।

କହିରଖୁଛୁ କି, ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ, ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ ସବୁଠାରୁ ପ୍ରିୟ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଏହାର ଚରିତ୍ର, ରାଜ ଏବଂ ସିମରନ୍, ଲୋକଙ୍କ ହୃଦୟକୁ ଆକର୍ଷିତ କରିଚାଲିଛନ୍ତି । ଏହା ଭାରତୀୟ ସିନେମାର ସବୁଠାରୁ ଦୀର୍ଘକାଳୀନ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ । ବ୍ଲକବଷ୍ଟର ଥିବା ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ ଚଳଚ୍ଚିତ୍ରଟି ୧୦ ଟି ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲା । ଏହି ଚଳଚ୍ଚିତ୍ରର ସଫଳତା ଶାହାରୁଖଙ୍କ କ୍ୟାରିଅରରେ ଚାର ଚାନ୍ଦ ଲଗାଇଦେଇଥିଲା ।