LIVE TV
LIVE TV

ବାରବାଟୀରେ ବିସିସିଆଇ କ୍ୟୁରେଟର, ଭାରତ-ଦ.ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ପିଚ୍ ପ୍ରସ୍ତୁତିର ଅନୁଧ୍ୟାନ କଲେ

NEWS7
ias-ips-resuffle-satyajit-mohanty-new-police-commissioner

କଟକ ୨।୧୨: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ କଟକ ବାରବାଟୀ ଷ୍ଟାଡ଼ିୟମ୍ରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏହାରି ଭିତରେ ବାରବାଟୀ ମ୍ୟାଚ୍ ପାଇଁ ପଡିଆରେ ପିଚ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିସିସିଆଇ କ୍ୟୁରେଟର ଆଶିଷ ଭୌମିକ । ପିଚ୍ ପ୍ରସ୍ତୁତି ସହ ପଡିଆର ପ୍ରସ୍ତୁତି ନେଇ ମଧ୍ୟ ବିସିସିଆଇ କ୍ୟୁରେଟର ଅନୁଧ୍ୟାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଡ଼ିସେମ୍ବର ୯ ତାରିଖରେ ଆନ୍ତର୍ଜାତୀୟ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମୁକାବିଲା । ଫଟାଫଟ୍ କ୍ରିକେଟର ମଜା ଉଠାଇବା ପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଏବେଠୁ ଦେଖିବାକୁ ମିଳିଲାଣି ଉତ୍ସାହ । ତେବେ ବାରବାଟୀ ମ୍ୟାଚ୍ କୁ ନେଇ ଅନଲାଇନ୍ ଟିକେଟ ବିକ୍ରି ପ୍ରକ୍ରିୟା ସରିଛି । ସୋମବାର ଅପରାହ୍ନ ୨ଟାରେ ୱେବସାଇଟ୍ ଖୋଲିବା ମାତ୍ରେ ଦର୍ଶକ ମାନେ ଅନଲାଇନ ମାଧ୍ୟମରେ ନିଜର ଟିକେଟ ବୁକିଂ କରିଛନ୍ତି । ଏବଂ ଏହି ଟିକେଟ ସେମାନେ ଆସନ୍ତା ଡ଼ିସେମ୍ବର ୮ ଓ ୯ ତାରିଖରେ କଟକ କ୍ୟାମ୍ବ୍ରିଜ୍ ସ୍କୁଲରୁ ସଂଗ୍ରହ କରିବେ । ପୂର୍ବ ମ୍ୟାଚ୍ ରେ ଅନଲାଇନରେ ୪,୦୦୦ ହଜାର ଟିକେଟ ବିକ୍ରି ହୋଇଥିବା ବେଳେ ଚଳିତ ମ୍ୟାଚ୍ ପାଇଁ ମାତ୍ର ୨ ହଜାର ଟିକେଟ୍ ରଖାଯାଇଥିଲା ।

ସେହିଭଳି ପୂର୍ବ ମ୍ୟାଚ୍ ରେ ୧୧,୫୦୦ ଟିକେଟ କାଉଣ୍ଟରରେ ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ମାତ୍ର ୧୦,୦୦୦ ଟିକେଟ୍ ବିକ୍ରି ହେବ । ଏହି ଟିକେଟ ଦର ପୂର୍ବ ମ୍ୟାଚ ଭଳି ସମାନ ଦାମ୍ ରହିଛି ବୋଲି କହିଥିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ।