LIVE TV
LIVE TV

IPL ୨୦୨୬ ମିନି ଅକ୍ସନ ପାଇଁ ୧୩୫୫ ଖେଳାଳି କରିଛନ୍ତି ପଞ୍ଜୀକରଣ, ୪୫ ଜଣଙ୍କ ବେସ୍ ପ୍ରାଇସ୍ ୨ କୋଟି

NEWS7
iaf-wing-commander-abhinandan-varthamanam-reach-wagah-border

ନୂଆଦିଲ୍ଲୀ: ଆଇପିଏଲ୍ ମିନି ଅକ୍ସନ ଡିସେମ୍ୱର ୧୬ରେ ଆବୁ ଧାବିରେ ଆୟୋଜିତ ହେବ । ଦୁବାଇର ଆବୁ ଧାବିରେ ହେବାକୁ ଥିବା ଏହି ନିଲାମ ପାଇଁ ଖେଳାଳିଙ୍କ ଲିଷ୍ଟ ମଧ୍ୟ ଜାରି କରାଯାଇଛି । ଚଳିତ ଥର ମିନି ଅକ୍ସନ ପାଇଁ ୧୩୫୫ ଖେଳାଳି ନିଜ ନାଁ ପଞ୍ଜୀକରଣ କରିଛନ୍ତି । ଏହି ସୂଚୀରେ ଅନେକ ଭାରତୀୟ ଓ ବିଦେଶୀ ଖେଳାଳି ସାମିଲ ଅଛନ୍ତି । ଚଳିତ ଥର ଆଇପିଏଲର ସମସ୍ତ ୧୦ ଫ୍ରାଞ୍ଚାଇଜ୍ ପାଖରେ ମୋଟ ୭୭ଟି ସ୍ଲାଟ୍ ଖାଲି ରହିଛି । ଏଥିରୁ ୩୧ଟି ସ୍ଥାନ ବିଦେଶୀ ଖେଳାଳିଙ୍କ ପାଇଁ ରହିଛି । ରିପୋର୍ଟ ଅନୁସାରେ ନଭେମ୍ୱର ୩୦ରେ ରେଜିଷ୍ଟ୍ରେସନ ବନ୍ଦ ହେବା ପରେ ଏହି ଲିଷ୍ଟ ସବୁ ଟିମ୍ ସହ ସେୟାର କରାଯାଇଛି ।

ଏହି ଲିଷ୍ଟରେ ୪୫ ଖେଳାଳି ସବୁଠୁ ଅଧିକ ୨ କୋଟି ଟଙ୍କାର ବେସ୍ ପ୍ରାଇସ୍ ରଖିଛନ୍ତି । ଏହି ଟପ୍ କ୍ୟାଟେଗୋରୀରେ କାମେରନ୍ ଗ୍ରୀନ, ଲିୟାମ ଲିଭିଙ୍ଗଷ୍ଟୋନ, ମଥିଶା ପଥିରାନା ଓ ୱାର୍ନିନ୍ଦୁ ହସରଙ୍ଗା ପରି ବଡ଼ ବିଦେଶୀ ଖେଳାଳିଙ୍କ ନାଁ ରହିଛି । ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏହି ଗ୍ରୁପରେ କେବଳ ଭେଙ୍କଟେଶ ଆୟର ଓ ରବି ବିଷ୍ନୋଇଙ୍କ ନାଁ ରହିଛି ।

ସବୁ ଟିମ୍ ପାଖରେ ମୋଟ ୨୩୭.୫୫ କୋଟି ଟଙ୍କା ରହିଛି । ଅନେକ ଫ୍ରାଞ୍ଚାଇଜ୍ ପାଖରେ ବଡ଼ ଖେଳାଳିଙ୍କ ପାଇଁ ସ୍ଥାନ ଖାଲି ରହିଛି । ଟିମଗୁଡ଼ିକ ଡିସେମ୍ୱର ୫ ସୁଦ୍ଧା ନିଜର ସର୍ଟଲିଷ୍ଟ ପଠାଇବେ, ଯାହା ପରେ ଫାଇନାଲ୍ ପ୍ଲେୟର ପୁଲ୍ ପ୍ରସ୍ତୁତ କରାଯିବ । ଚଳିତ ଥର ନିଲାମୀର ସବୁଠୁ ବଡ଼ ନାଁ ଅଷ୍ଟ୍ରେଲିଆ ଅଲରାଉଣ୍ଡର କାମେରନ୍ ଗ୍ରୀନ, ଯିଏ ଗତ ମେଗା ନିଲାମରେ ଆହତ ଯୋଗୁ ସାମିଲ ହୋଇପାରି ନଥିଲେ । ତାଙ୍କ ଉପରେ ଏଥର ଅଧିକ ଟଙ୍କା ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । କେକେଆର୍ ପାଖରେ ୬୪.୩ କୋଟି ଟଙ୍କା ଓ ସିଏସ୍‌କେ ପାଖରେ ୪୩.୪ କୋଟି ଟଙ୍କାର ବଡ଼ ପର୍ସ ରହିଛି । ଆନ୍ଦ୍ରେ ରସେଲଙ୍କ ଅବସର ପରେ କେକେଆର୍ ଏହି ଅଲରାଉଣ୍ଡର ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିପାରେ । ବିଦେଶୀ ଖେଳାଳିଙ୍କ ବ୍ୟତୀତ ଭାରତର ଅନେକ ଚର୍ଚ୍ଚିତ ନାଁ ମଧ୍ୟ ଏଥର ନିଲାମରେ ନିଜ ଭାଗ୍ୟ ପରୀକ୍ଷା କରିବେ । ଏମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରୱାଲ, କେଏସ୍ ଭରତ, ରାହୁଲ ଚହର, ପୃଥ୍ୱୀ ଶ’ ଏବଂ ନବଦୀପ ସାଇନଙ୍କ ପରି ମୋଟ ୧୬ ଭାରତୀୟ ଖେଳାଳି ସାମିଲ ଅଛନ୍ତି । ଏଥର ୧୪ ଦେଶର ଅନେକ ଇଣ୍ଟରନ୍ୟାସନାଲ୍ ଖେଳାଳି ଅକ୍ସନରେ ସାମିଲ ହେବେ ।