ମୁଁ ଇଣ୍ଡିଆ ମେଣ୍ଟ ଗଢ଼ିଥିଲେ ବି ପଶ୍ଚିମବଙ୍ଗରେ କଂଗ୍ରେସ ଓ ସିପିଆଇଏମ୍‌କୁ ଭୋଟ୍ ଦିଅ ନାହିଁ: ମମତା ବାନାର୍ଜୀ

Published By : Prameya-News7 Bureau | April 19, 2024 IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟ ସହ ହାତ ମିଳାଇଛନ୍ତି। ହେଲେ ସେ ରାଜ୍ୟରେ କାହାକୁ ଜାଗା ଛାଡ଼ିବାକୁ ନାରାଜ। କେବଳ ଟିଏମ୍‌ସି ହିଂ ରାଜ୍ୟରେ ରାଜ୍ କରିବ। ବାକି ବିରୋଧୀ କେହି ନାହାନ୍ତି ବୋଲି ମମତା ପରୋକ୍ଷରେ କହିଛନ୍ତି। ଗୁରୁବାର ସେ ଇଣ୍ଡିଆ ମେଣ୍ଟର ମୁଖ୍ୟ ଦଳ କଂଗ୍ରେସ ଓ ସହଯୋଗୀ ସିପିଆଇଏମ୍‌କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ଦୁଇ ଦଳ ବିଜେପି ପାଇଁ କାମ କରୁଛନ୍ତି। ରାଜ୍ୟରେ ବିରୋଧୀ ହିଁ ନାହିଁ ବୋଲି ମମତା କହିଛନ୍ତି। 

ଗୁରୁବାର ମୁର୍ଶିଦାବାଦରେ ନିର୍ବାଚନ ପ୍ରଚାର କଲା ବେଳେ ଏକ ରାଲିକୁ ସମ୍ବୋଧନ କରି ମମତା କଂଗ୍ରେସ ବିରୋଧରେ ପ୍ରଚାର କରିଛନ୍ତି। ରାଜ୍ୟରେ କଂଗ୍ରେସକୁ ଭୋଟ ଦିଅ ନାହିଁ। ଭୋଟ ଦେଲେ ଏହା ବେକାର ହୋଇଯିବ ବୋଲି ଲୋକଙ୍କୁ ମତାଇଛନ୍ତି ମମତା ବାନାର୍ଜୀ। 

ପଢ଼ନ୍ତୁ- ଦିନ ୧୧ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ୩୪.୫୪% ମତଦାନ; ଦ୍ବିତୀୟ ସ୍ଥାନରେ ରହଛି ପଶ୍ଚିମବଙ୍ଗ

ମମତା କହିଛନ୍ତି “ପଶ୍ଚିମବଙ୍ଗରେ ଇଣ୍ଡିଆ ମେଣ୍ଟ ନାହିଁ। ଯଦିଓ ମେଣ୍ଟ ଗଠନରେ ମୁଁ ପ୍ରମୁଖ ଭୂମିକା ନିର୍ବାହ କରିଥିଲି। ଏମିତିକି ମେଣ୍ଟର ନାଁ ବି ମୁଁ ଦେଇଥିଲି। ହେଲେ ଏଠି କଂଗ୍ରେସ ଓ ସିପିଆଇଏମ୍‌ ବିଜେପି ପାଇଁ କାମ କରୁଛନ୍ତି। ତେଣୁ ଯଦି ଆପଣମାନେ ବିଜେପିକୁ ପରାସ୍ତ କରିବାକୁ ଚାହୁଁଛନ୍ତି ତେବେ କଂଗ୍ରେସ ଓ ସିପିଆଇଏମ୍‌ରୁ ଆଦୌ ଭୋଟ୍ ଦିଅନ୍ତୁ ନାହିଁ।”

  • CM Mamata
  • West Bengal
  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.