LIVE TV

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରିଛନ୍ତି, ଦ୍ବିତୀୟ ପର୍ଯ୍ୟାୟରେ ଖୁବ୍‌ଶୀଘ୍ର ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

NEWS7
i-had-nightmares-that-bhuvneshwar-and-bumrah-getting-me-out-says-aaron-finch

ଭୁବନେଶ୍ବର ୩୦।୧୦: ଖୁବ୍‌ଶୀଘ୍ର ନୂଆପଡା ଉପନିର୍ବାଚନ ପ୍ରଚାର ମୈଦାନରେ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରିଛନ୍ତି, ଦ୍ଵିତୀୟ ପର୍ଯ୍ୟାୟରେ ଖୁବ୍‌ଶୀଘ୍ର ନୂଆପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ପ୍ରଚାର ଶେଷ ଭାଗକୁ ମୁଖ୍ୟମନ୍ତ୍ରୀଙ୍କ ରହିଛି ମାରାଥନ୍ ପ୍ରଚାର । ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । 
ସେପଟେ ନବୀନଙ୍କ ନୂଆପଡ଼ା ପ୍ରଚାର ନେଇ ରାଜସ୍ବ ମନ୍ତ୍ରୀ କହିଛନ୍ତି, ନବୀନ ବାବୁ ନବୀନ ନିବାସରୁ ବାହାରନ୍ତୁ । ଯେତେ ପ୍ରତିପକ୍ଷ ଶକ୍ତିଶାଳୀ ହେବ, ନବୀନ ବାବୁଙ୍କୁ ସେତେ ମୈଦାନକୁ ଓଲ୍ହାଇବାକୁ ସୁଯୋଗ ମିଳିବ | ଆମକୁ କାମ କରିବାକୁ ପ୍ରେରଣା ମିଳିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ନୂଆପଡ଼ାରେ ବିଜେଡି ପ୍ରଚାରର ମଙ୍ଗ ଧରିବେ ନବୀନ ପଟ୍ଟନାୟକ । ସାଧାରଣ ସଭା ସହ କରିବେ ରୋଡ୍ ଶୋ’ । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିବେ ଭୋଟ୍‌ । ନୂଆପଡ଼ା ଉପ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ଆଗକୁ ମଇଦାନକୁ ଓହ୍ଲାଇବେ ସବୁ ଦଳର ହେଭିଓ୍ବେଟ୍ । ଏହାରି ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ନୂଆପଡ଼ାରେ ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି । ନଭେମ୍ବର ୩ ତାରିଖରେ କୋମନା ଠାରେ ଏକ ସାଧାରଣ ସଭାରେ ଯୋଗଦେବେ ନବୀନ । କୋମନା ବିଜେଡିର ଏକ ବଡ଼ ଭୋଟ୍ ବ୍ୟାଙ୍କ ହୋଇଥିବାରୁ ଏଠାରେ ଭୋଟ୍‌ ଯେମିତି ଭାଗ ନହୁଏ ସେଥିପାଇଁ ବଡ଼ ପ୍ଲାନ୍‌ କରିଛି ବିଜେଡି । ଆଉ ନବୀନଙ୍କ କୋମନା ଗସ୍ତ ବଡ଼ ପ୍ରଭାବ ପକାଇବ ବୋଲି ଆଶା ରଖିଛି ଦଳ ।
ସେହିଭଳି ନଭେମ୍ବର ୭ ତାରିଖରେ  ଖରିଆର୍‌ ରୋଡ୍ ଠାରୁ ନୂଆପଡ଼ା ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର ରୋଡ୍‌ ଶୋ’ କରିବେ ନବୀନ । ନୂଆପଡ଼ା ଉପ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍‌ ଦେବାକୁ ନୂଆପଡ଼ାବାସୀଙ୍କୁ ଅପିଲ୍ କରିବେ ବିରୋଧୀ ଦଳ ନେତା । ତେବେ ନୂଆପଡ଼ା ପ୍ରଚାରରେ ନବୀନଙ୍କ ଏଣ୍ଟ୍ରିକୁ ନେଇ ଉତ୍ସାହିତ ଅଛି ବିଜେଡି କ୍ୟାମ୍ପ୍ । ନୂଆପଡ଼ାରେ ବିଜେଡିର ନିଶ୍ଚିତ ବିଜୟକୁ ନେଇ ଦମ୍ଭୋକ୍ତି କରିଛନ୍ତି ଦଳୀୟ ନେତା ।