ମଣ୍ଡି ଅବବ୍ୟସ୍ଥାକୁ ନେଇ ଗୃହରେ ଅଚଳାବସ୍ଥା, ଚାଲିପାରିଲାନି ପ୍ରଶ୍ନକାଳ

NEWS7
hydrabad-rape-accused-are-murdered-9-ladies-before-veterinary-doctor-in-same-way

ଭୁବନେଶ୍ୱର ୨୪/୦୨: ଗୃହ କାର୍ଯ୍ୟ ଆରମ୍ଭରୁ ହଟଗୋଳ । ଆଜିବି ଚାଲିପାରିଲାନି ବିଧାନସଭା ପ୍ରଶ୍ନକାଳ । ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହ ମଧ୍ୟଭାଗରେ ନାରାବାଜି । ଗୃହ କାର୍ଯ୍ୟ ଆରାମ୍ଭରୁ ବିରୋଧୀଙ୍କ ହଟଗୋଳ ଏବଂ ନାରାବାଜୀ ।

ବିଜେଡ଼ି ପକ୍ଷରୁ ଧାନ ସଂଗ୍ରହ, ମଣ୍ଡି ଅବ୍ୟବସ୍ଥା ପରିସ୍ଥିତି ପ୍ରସଙ୍ଗ ନେଇ ନାରାବାଜୀ । ସେହିଭଳି କଂଗ୍ରେସ ପକ୍ଷରୁ ଧାନ ସଂଗ୍ରହ ଓ ମଣ୍ଡି ଅବ୍ୟବସ୍ଥା ନେଇ ଗୃହରେ ନାରାବାଜୀ ଓ ହଟଗୋଳ । ଗୃହ ମଧ୍ୟଭାଗରେ ବିରୋଧୀଙ୍କ ହଟଗୋଳ । ଫଳରେ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ ।

​​​​​​​ସୂଚନା ଥାଉକି, ଆଜି ବଜେଟ୍ ଅଧିବେଶନରେ ପ୍ରଥମ ପର୍ଯ୍ୟାୟର ଶେଷ ଦିନ । ଗୃହ ଆରମ୍ଭ ଦିନଠାରୁ ଲାଗି ରହିଛି ଅଚଳାବସ୍ଥା । ଚାଲି ପାରୁନି ପ୍ରଶ୍ନ କି ଶୂନ୍ୟକାଳ ଗୋଟେ ବି ମୁଲତବୀ ପ୍ରସ୍ତାବ ଉପରେ ହୋଇନାହିଁ ଆଲୋଚନା । ସମ୍ମାନ ଅବସ୍ଥା ମଧ୍ୟ ଆଜି ଗୃହରେ ଦେଖିବାକୁ ମିଳିପାରେ । ଚାଷୀ ପ୍ରସଙ୍ଗରେ ବିଜେଡି ତ୍ ଏଫଷ୍ଟିନ ଫାଇଲ କଥା ଉଠାଇ ଗୃହରେ ହଲାବୋଲ କରିପାରନ୍ତି ବିରୋଧୀ ।

ପଂଚାୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଙ୍ଗଲ,ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ, ସରକାରୀ ଉଦୋଗ୍ୟ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ଭଳି ବିଭାଗର ରହିଛି ପ୍ରଶ୍ନ କାଳ। ଶୂନ୍ୟକାଳ ଅପେକ୍ଷାରେ ବିଧାୟକ । ଅପରାହ୍ନରେ କମିଟି ରିପୋର୍ଟ, ରିପୋର୍ଟ ଓ କାଗଜ ହେବ ଉପସ୍ଥାପନ । ବଜେଟ୍ ଉପରେ ସାଧାରଣ ଆଲୋଚନାରେ ଭାଗ ନେଇ ଗୃହରେ ବିବୃତି ରହିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ।

also read..

​​​​​​​ଲଭ୍ କେଲିୟେ କୁଛ୍ ଭି କରେଗା...ନବବଧୂ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ