ବାଲଟିକ୍ ସାଗରରେ ବୁଡିଥିବା ଜାହାଜରୁ ମିଳିଲା ୧୭୦ ବର୍ଷ ତଳର ବିୟର, ପିଇ ହେବ କି ନା ଚାଲିଛି ବୈଜ୍ଞାନିକ ପରୀକ୍ଷଣ

NEWS7
husband-looted-57-lakhs-rupee-and-gold-her-wife-and-flew-police-arrested

ଆଲେଣ୍ଡ ଦ୍ୱୀପ ସମୂହ ନିକଟରେ ବାଲଟିକ୍ ସାଗରର ଥଣ୍ଡା ପାଣି ତଳେ ଗବେଷକମାନେ ଏକ ପ୍ରତ୍ନତାତ୍ୱିକ ଆବିଷ୍କାର କରିଛନ୍ତି, ଯାହା ଉନବିଂଶ ଶତାବ୍ଦୀରେ ମଦ ପ୍ରସ୍ତୁତି ପ୍ରକ୍ରିୟାର ବିରଳ ଉଦାହରଣ ଉପସ୍ଥାପନ କରୁଛି। ୧୮୪୦ ମସିହାରେ ବୁଡିଥିବା ଏକ ଜାହାଜରୁ ବୁଡାଳୀମାନେ ୧୫୦ରୁ ଅଧିକ ସାମ୍ପେନ ଓ ୫ଟି ବିୟର ବୋତଲ ଉଦ୍ଧାର କରିଛନ୍ତି। ଏଥିରୁ ଅନେକ ବୋତଲ ସିଲବନ୍ଦ ଥିବା ବେଳେ ୧୭୦ରୁ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲା ଥଣ୍ଡାପାଣିରେ ରହିଛି। ବୈଜ୍ଞାନିକମାନେ ଏହି ବୋତଲଗୁଡିକ ମଧ୍ୟରୁ ୨ଟିର ବିସ୍ତୃତ ବିଶ୍ଲେଷଣ କରିଛନ୍ତି। ଏହି ଅନୁସନ୍ଧାନକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି, କାରଣ ଏହା ଐତିହାସିକ ପେୟ ପଦାର୍ଥର ପ୍ରତ୍ୟକ୍ଷ ଅଧ୍ୟୟନର ଅନୁମତି ଦେଉଛି।

ବୈଜ୍ଞାନିକ ବିଶ୍ଲେ,ଷଣରୁ ଏହାର ସଂରଚନା, ମଦ ପ୍ରସ୍ତୁତିର ବୈଷୟିକ ଜ୍ଞାନକୌଶଳ, ପାଖାପାଖି ୨ ଶତାବ୍ଦୀ ପର୍ଯ୍ୟନ୍ତ ପାଣି ତଳେ ରହିବା ଯୋଗୁ ରସାୟନିକ ପରିବର୍ତ୍ତନର ତଥ୍ୟାତ୍ମକ ପ୍ରମାଣ ମିଳୁଛି। ଏପରି ଅଧ୍ୟୟନ କ୍ୱଚିତ ସମ୍ଭବ ହୋଇଥାଏ ଓ ଏଥିରୁ ମଦ ତିଆରିର ଇତିହାସ, ଦୀର୍ଘ ସମୟ ଧରି କାର୍ବନିକ ଯୌଗିକର ସ୍ଥିରତା ସମ୍ପର୍କରେ ଆମର ଏପର୍ଯ୍ୟନ୍ତ ଥିବା ଅଭିଜ୍ଞତାକୁ ଯୋଗଦାନ ଦେଉଛି। ଏହି ଜାହାଜର ଧ୍ୱଂସାବଶେଷକୁ ୨୦୧୦ ମସିହା ଗ୍ରୀଷ୍ଣ ଋତୁରେ ବାଲଟିକ୍ ସାଗରରେ ଆଲେଣ୍ଡ ଦ୍ୱୀପର ଦକ୍ଷିଣ ଦିଗରେ ପାଖାପାଖି ୫୦ ମିଟର ଗଭୀରତାରେ ଖୋଜା ଯାଇଥିଲା।

ପ୍ରତ୍ନତାତ୍ୱିକ ପ୍ରମାଣ ଅନୁସାରେ ଏହି ଜାହାଜଟି ୧୮୪୦ ମସିହାରେ ବୁଡି ଯାଇଥିଲା। ତେବେ ଏହାର ନାମ, ଗନ୍ତବ୍ୟ ଓ ଶେଷ ବନ୍ଦର ଆଦି ଅଜ୍ଞାତ ରହିଛି। ସାମ୍ପେନ ଭଳି ବିଳାଶମୟ ପେୟ ସହିତ ୫ ବୋତଲ ବିୟର ବି ଉପରକୁ ଅଣାଯାଇଛି। ଏଥିରୁ ବାହାରକୁ ଅଣାଯିବା ବେଳେ ଗୋଟିଏ ବୋତଲ ଭାଙ୍ଗି ଯାଇଥିଲା ଓ ସେଥିରୁ ଫେଣ ଯୁକ୍ତ ତରଳ ପଦାର୍ଥ ବାହାରିଥିଲା ଯାହା ସମୁଦ୍ର ଜଳରୁ ବି ପତଳା ହୋଇଥିବା ସତ୍ତ୍ୱେ ଦେଖିବାକୁ ଓ ଚାଖିବାକୁ ବିୟର ଭଳି ହିଁ ଥିଲା ବୋଲି ବୁଡା଼ଳି କହିଛନ୍ତି।

ଫିନଲ୍ୟାଣ୍ଡର ଭିଟିଟି ଟେକ୍ନିକାଲ ରିସର୍ଚ୍ଚ ସେଣ୍ଟର ଓ ମ୍ୟୁନିକ ଟେକନିକ୍ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାହାଜ ଧ୍ୱଂସାବଶେଷରୁ ଉଦ୍ଧାର ୨ଟି ବିୟର ବୋତଲର ବିସ୍ତୃତ ରସାୟନିକ ଅଧ୍ୟୟନ କରିଛନ୍ତି। ଜର୍ଣ୍ଣାଲ ଅଫ ଏଗ୍ରିକଲଚର ଆଣ୍ଡ ଫୁଡ କେମେଷ୍ଟ୍ରିରେ ପ୍ରକାଶିତ ରିପୋର୍ଟ ଅନୁସାରେ ବୋତଲରେ ୨ଟି ଅଲଗା ଅଲଗା ବିୟର ଥିଲା। ଯେଉଁଥିରୁ ପ୍ରତ୍ୟେକରେ ଅଲଗା ଅଲଗା ହପ ଓ ସ୍ୱାଦର ଯୌଗିକ ପ୍ରଫାଇଲ ମିଳିଥିବା କୁହାଯାଇଛି। ଗବେଷଣାରୁ ଜଣାପଡିଛି ଯେ ଉଭୟ ବିୟରର ଘଟକ ଓ ବିଘଟନ ଉତ୍ପାଦରେ ସ୍ପଷ୍ଟ ଅନ୍ତର ରହିଛି।

୧୮୪୦ ଦଶକରେ ଘଟକରେ କିଛି ଅମ୍ଳ ଆଜିକା ତୁଳନାରେ ଅଧିକ ମାତ୍ରାରେ ଥିଲା। ସାମ୍ପଲରେ ଥିବା କାର୍ବନିକ ଅମ୍ଳ, ଗ୍ଲୁକୋଜ ଓ କାର୍ବନିକ ଯୌଗିକ ଦୀର୍ଘ ଅବଧି ରହିବା ପରେ ଗୁରୁତ୍ୱପୂର୍ଣ୍ଣ ଜୀବାଣୁ ଓ ଏଞ୍ଜାଇମ ଗତିବିଦ୍ଧିର ସଂକେତ ଦେଇଛି। ସମୟ ସହିତ ରସାୟନିକ ପରିବର୍ତ୍ତନ ସତ୍ତ୍ୱେ କିଛି ସ୍ୱାଦ ଯୌଗିକ ଆଧୁନିକ ବିୟର ସହ ସମାନସ୍ତରରେ ରହିଛି। ଗବେଷଣାରୁ ଏହା ଜଣାପଡିଛି ଯେ ଜାହାଜ ଭଗ୍ନାବଶେଷରୁ ମିଳିଥିବା ବୋତଲରେ ଥିବା ବିୟରରେ ସୋଡିୟମ ମାତ୍ରା ଆଧୁନିକ ବିୟର ତୁଳନାରେ ଅନେକ ଅଧିକ ଥିଲା। ଏଣୁ ବୈଜ୍ଞାନିକ ଭାବୁଛନ୍ତି ସୋଡିୟମ ଆୟନ ହୁଏତ କର୍କ ମାଧ୍ୟମରେ ବିୟରରେ ଫେଣ୍ଟି ହୋଇଯାଇଛି ନଚେତ ସମୟ ସହିତ ସମୁଦ୍ର ପାଣି ବୋତଲରେ ପଶି ଯାଇଛି। ଏଣୁ ମୂଳ ତରଳ ପାଖାପାଖି ୩୦% ପର୍ଯ୍ୟନ୍ତ ପତଳା ହୋଇଯାଇଛି।

ବିୟରରୁ ମିଳୁଥିବା ରସାୟନିକ ଚିହ୍ନ ଏହା ବୁଝିବାକୁ ସହାୟତା କରୁଛି ଯେ ୧୮୦୦ ଦଶକ ମଧ୍ୟରେ ବିୟର ପ୍ରସ୍ତୁତିରେ ପ୍ରଯୁକ୍ତି ପ୍ରଣାଳୀ ଓ ବିୟର କିପରି ଆଜିର ବିୟର ତୁଳନାରେ ଭିନ୍ନ ଥିଲା। ଏହି ଗବେଷଣାରେ ବୈଜ୍ଞାନିକ ଏହା ବୁଝିପାରିଛନ୍ତି ଯେ ଲୋକେ ପୂର୍ବରୁ କିପରି ବିୟର ପ୍ରସ୍ତୁତ କରୁଥିଲେ ଓ ସେମାନଙ୍କୁ କଣ ପସନ୍ଦ ଥିଲା। ସେହିପରି ପ୍ରସ୍ତୁତ ପେୟ ରସାୟନିକ କେତେ ସମୟ ପର୍ଯ୍ୟନ୍ତ ସ୍ଥିର ରହେ। ଏହି ୧୭୦ ବର୍ଷ ପୁରୁଣା ବିୟର ଅଧ୍ୟୟନରୁ ଏଥିରେ ଉପଯୋଗ ହୋଇଥିବା ସାମଗ୍ରୀ, ପ୍ରସ୍ତୁତି ବିଧି ଓ ସମୟ ସହିତ ଏଥିରେ ହୋଇଥିବା ରସାୟନିକ ପରିବର୍ତ୍ତନର ସୂଚନା ମିଳୁଛି।