ଶରଦ ପାୱାରଙ୍କ ମିଳିଲା ହସ୍ପିଟାଲରୁ ଛୁଟି, ୩-୪ ଦିନ ବିଶ୍ରାମ ପାଇଁ ଡାକ୍ତରଙ୍କ ପରାମର୍ଶ

NEWS7
husband-killed-wife-regarding-cooking-bad

ପୁଣେ ୧୪।୨: ଶରଦ ପାୱାରଙ୍କୁ ଶନିବାର ହସ୍ପିଟାଲରୁ ଛୁଟି ମିଳି ଯାଇଛି। ତାଙ୍କୁ ଛାତିରେ ସଂକ୍ରମଣର ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ହସ୍ପିଟାଲ ପ୍ରଶାସାନ ଓ ସୁପ୍ରିୟା ସୁଲେ ଏହି ସୂଚନା ଦେଇଛନ୍ତି। ୮୫ ବର୍ଷ ବୟଷ୍କ ରାଜ୍ୟସଭା ସଦସ୍ୟ ନିଶ୍ୱାସ ନେବାରେ ଅସୁବିଧା ଓ ଲଗାତାର କାସ ଯୋଗୁ ଚଳିତ ସପ୍ତାହ ପ୍ରାରମ୍ଭରେ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର ମୁଖ୍ୟ କାର୍ଡିୟୋଲଜିଷ୍ଟ ତଥା ମ୍ୟାନେଜିଂ ଟ୍ରଷ୍ଟି ପରଭେଜ ଗ୍ରାଣ୍ଟ କହିଛନ୍ତି ଯେ ପାୱାରଙ୍କ ସ୍ୱାସ୍ଥ୍ୟ ଏବେ ଭଲ ଅଛି ଓ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

ଶରଦ ପାୱାର ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ତାଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ଏକ୍ସ ରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିରେ ସେ ଡାକ୍ତର ତାଙ୍କୁ ୩-୪ ଦିନ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଥିବା କଥା ଉଲ୍ଲେଖ କରିଛନ୍ତି। ସେହି ଅନୁସାରେ ଶରଦ ପାୱାର ଏବେ ଘରେ ବିଶ୍ରାମ କରିବେ ଓ ପରେ ପୁଣି ସେ ତାଙ୍କର ଦୈନିକ କାର୍ଯ୍ୟ ଆରମ୍ଭ କରିପାରିବେ। ସୁପ୍ରିୟା ସୁଲେ ଉଲ୍ଲେଖ କରିଛନ୍ତି ଯେ ଶରଦ ପାୱାରଙ୍କୁ ଚିକିତ୍ସା ନିମନ୍ତେ ରୁବି ହଲ କ୍ଲିନିକ୍ ରେ ଆଡମିଟ କରାଯାଇଥିଲା। ଏହି ସମୟରେ ତାଙ୍କର ଅସଂଖ୍ୟ ଶୁଭେଚ୍ଛୁ ଶୁଭକାମନା ଜଣାଇଥିଲେ ଓ ତାଙ୍କ ସ୍ୱାସ୍ଥ୍ୟର ସୂଚନା ରଖୁଥିଲେ। ଏଥିଲାଗି ସୁପ୍ରିୟା ସୁଲେ ସମସ୍ତଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି।

ତେବେ ଡାକ୍ତର କହିଛନ୍ତି ଯେ ମେଡିକାଲ ଟିମ୍ ତାଙ୍କୁ କିଛିଦିନ ପର୍ଯ୍ୟନ୍ତ ଠିକରେ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। ଏହା ପରେ ସେ ତାଙ୍କର ଦୈନିକ ଦିଚର୍ଯ୍ୟା ଆରମ୍ଭ କରିବା ସହ ପୁଣି ପବ୍ଲିକକୁ ଯାଇ ପାରିବେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାର ଜାନୁୟାରୀ ୨୮ ତାରିଖରେ ଏକ ବିମାନ ଦୁର୍ଘଟଣାରେ ତାଙ୍କ ପୁତୁରା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ହରାଇଛନ୍ତି। ଏହି ଦୁଃଖରେ ମ୍ରିୟମାଣ ଥିବା ବେଳେ ସେ ଅଚାନକ ସ୍ୱାସ୍ଥ୍ୟଗତ ସଂକଟର ସମ୍ମୁଖୀ ହୋଇଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସିଛି।