LIVE TV

ନକ୍ସଲ ଦମନରେ ବଡ଼ ସଫଳତା, ୬୦ ସହଯୋଗୀଙ୍କ ସହ ଶୀର୍ଷ ମାଓ ନେତା ସୋନୁର ଆତ୍ମସମର୍ପଣ

NEWS7
husband-hatya-wife-in-sundergarh

ନୂଆଦିଲ୍ଲୀ: ନକ୍ସଲବାଦ ଉପରେ ସରକାରଙ୍କୁ ପୁଣି ବଡ଼ ସଫଳତା ମିଳିଛି । ମହାରାଷ୍ଟ୍ରର ଗଡ଼ଚିରୋଲୀରେ କୁଖ୍ୟାତ ମାଓବାଦୀ ନେତା ମାଲ୍ଲୌଜୁଲା ଭେଣୁଗୋପାଳ ରାଓ ଓରଫ୍ ଭୂପତି ଓରଫ୍ ସୋନୁ ନିଜର ୬୦ ସହଯୋଗୀଙ୍କ ସହ ଆତ୍ମସର୍ପମଣ କରିଛି । ସୋନୁ ମୁଣ୍ଡରେ ଏକ କୋଟି ଟଙ୍କାର ପୁରସ୍କାର ରାଶି ଥିଲା । ଏହି ଆତ୍ମସମର୍ପଣ ସହ ଅବୁଝମାଡ଼ରେ ନକ୍ସଲବାଦର ଅଣ୍ଟା ଭାଙ୍ଗି ଯାଇଛି ।

ସିପିଆଇ-ମାଓବାଦୀ ପୋଲିତ ବ୍ୟୁରୋ ସଦସ୍ୟ ମଲ୍ଲୌଜୁଲା ଭେଣୁଗୋପାଳ ରାଓ ଓରଫ ସୋନୁ ମଙ୍ଗଳବାର ମହାରାଷ୍ଟ୍ରର ଗଡଚିରୋଲିରେ ୬୦ ଜଣ ମାଓବାଦୀଙ୍କ ସହ ଆତ୍ମସମର୍ପଣ କରିଛି । ଏହା ସିପିଆଇ-ମାଓବାଦୀଙ୍କ ପାଇଁ ଏକ ବଡ଼ ଝଟକା । ଏହା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ପୋଲିସ ଏବଂ ଦେଶବ୍ୟାପୀ ରାଜ୍ୟ ସରକାରଙ୍କ ନିରନ୍ତର ଅପରେସନର ଫଳାଫଳ ବୋଲି କୁହାଯାଉଛି ।

ରିପୋର୍ଟ ଅନୁସାରେ ଭେଣୁଗୋପାଳ ଓରଫ୍ ସୋନୁ ମାଓବାଦୀ ସଂଗଠନକ ସବୁଠୁ ପ୍ରଭାବଶାଳୀ ରଣନୀତିକାର ମଧ୍ୟରୁ ଜଣେ ଥିଲା । ସେ ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ପ୍ଲାଟୁନ୍ ଅଭିଯାନର ନିରୀକ୍ଷଣ କରୁଥିଲା । ପୋଲିସର କହିବା ଅନୁସାରେ ଗତ କିଛି ମାସ ହେଲା ସୋନୁ ଓ ଅନ୍ୟ ନକ୍ସଲ ନେତୃତ୍ୱଙ୍କ ମଧ୍ୟରେ ମତଭେଦ ଯୋଗୁଁ ଆଭ୍ୟନ୍ତୀରଣ ସଂଘର୍ଷ ଚାଲିଥିଲା । ନିଜ ବଡ଼ ଭାଇ ତଥା ଶୀର୍ଷ ମାଓ ନେବା କିଶନଜୀଙ୍କ ମୃତ୍ୟୁ ପରେ ଭେଣୁଗୋପାଳ ପଶ୍ଚିମବଙ୍ଗରେ ଖାସକରି ଲାଲଗଡ଼ ଆନ୍ଦୋଳନ ବେଳେ ଅପରେସନ ଗ୍ରୀନ ହଣ୍ଟ ବିରୁଦ୍ଧରେ ସଶସ୍ତ୍ର ପ୍ରତିରୋଧର ନେତୃତ୍ୱ ନେଇଥିଲା । ଦୀର୍ଘ ବର୍ଷ ଧରି ତାଙ୍କୁ ମାଓବାଦୀ ପଦାନୁକ୍ରମରେ ପ୍ରମୁଖ ରଣନୀତିକାର ଓ ବିଚାରକ ଭାବେ ଦେଖାଯାଉଥିଲା ।

ସେପ୍ଟେମ୍ୱରରେ ସୋନୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ହତିଆର ଛାଡ଼ିବା ସୂଚନା ଦେଇଥିଲା । ସୋନୁକୁ ଛତିଶଗଡ଼ ଓ ଦେଶର ଅନ୍ୟ ଭାଗରେ ମାଓବାଦୀ କାର୍ଯ୍ୟକର୍ତ୍ତାଙ୍କ ବଡ଼ ଅଂଶର ସମର୍ଥନ ଥିଲା । ସବୁ ରାଜ୍ୟରେ ସୁରକ୍ଷା ବାହିନୀ ନକ୍ସଲବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି । ପୂର୍ବରୁ, ଛତିଶଗଡ଼ର ବିଜାପୁର ଜିଲ୍ଲାର ବାସାଗୁଡ଼ା ଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଆଠ ଜଣ ସକ୍ରିୟ ନକ୍ସଲଙ୍କୁ ଗିରଫ କରିଥିଲେ । ଗିରଫ ନକ୍ସଲଙ୍କ ମଧ୍ୟରୁ ତିନି ଜଣଙ୍କ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।