ନିର୍ଦ୍ଦୟ ସରକାରଙ୍କ ଖେଳ ଖତମ୍, ପରିବର୍ତ୍ତନର ଝଡ଼କୁ ରୋକିପାରିବନି ଟିଏମସି... କୋଲକାତାରେ ଗର୍ଜିଲେ ମୋଦୀ

NEWS7
husband-hatya-wife-in-khurda

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଶନିବାର କୋଲକାତାରେ ଟିଏମସି ସରକାରଙ୍କ ଉପରେ ବର୍ଷିଛନ୍ତି । ଆଜି ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଏକ ରାଲିକୁ ସମ୍ବୋଧନ ଅବସରରେ ମୋଦୀ ଟିଏମସି ସରକାର ବିରୋଧରେ ରଣହୁଙ୍କାର ଦେଇଛନ୍ତି । ରାଜ୍ୟରୁ ଖୁବଶୀଘ୍ର କୁଶାସନ ଏବଂ ଜଙ୍ଗଲରାଜ୍ ଶେଷ ହେବ ବୋଲି କହିଛନ୍ତି ପିଏମ ମୋଦୀ । ସେ କହିଛନ୍ତି, ପ୍ରତିଟି କୋଣରୁ ଶୁଭୁଛି ଏଥର ବେଙ୍ଗଲରେ ବିଜେପି ସରକାର ।

ଅଧିକ ପଢ଼ନ୍ତୁ: ଯୌତୁକ ମାଗିଲେ ମିଳିବନି ଗ୍ୟାସ୍ ସିଲିଣ୍ଡର, ଶାଶୂ ଘର ଲୋକଙ୍କ ଉପରେ ସରକାରୀ କଟକଣା

‘ଟିଏମସିକୁ ଘାରିଛି ଚୌକି ଯିବାର ଭୟ’
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ପରିବର୍ତ୍ତନ ସଂପର୍କରେ ଏବେ କାନ୍ଥରେ ଲେଖାଯାଇଛି ଏବଂ ଲୋକଙ୍କ ହୃଦୟରେ ଲେଖାଯାଇଛି। ଏବେ ରାଜ୍ୟରେ ନିଷ୍ଠୁର ସରକାରର ପତ୍ତନ ହେବ। ଜଙ୍ଗଲରାଜ୍ର ଅନ୍ତ ଘଟିବ । ସେଥିପାଇଁ ବେଙ୍ଗଲର ପ୍ରତ୍ୟେକ କୋଣରୁ ସ୍ୱର ଉଠିବାରେ ଲାଗିଛି, ଏବେ ବିଜେପି ସରକାର । ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ‘ଗତକାଲି, ଟିଏମସି ଏହି ରାଲିରେ ଆସିଥିବା ସମସ୍ତଙ୍କୁ ଚୋର ବୋଲି କହି ଗାଳି ଦେଇଥିଲା। ରାଜ୍ୟର ଜନତା ଜାଣନ୍ତି ଯେ, ପ୍ରକୃତ ଚୋର କିଏ ? ଏଠାକାର ନିଷ୍ଠୁର ସରକାର ନିଜ ଚୌକି ଯାଉଥିବା ଦେଖି ବିଚଳିତ ହୋଇଯାଇଛି।’

ଟିଏମସିର କୌଣସି ଅତ୍ୟାଚାରୀଙ୍କୁ ଛଡ଼ାଯିବନି
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ମଧ୍ୟ, ନିଷ୍ଠୁର ସରକାର ଏହି ସମାବେଶକୁ ବନ୍ଦ କରିବା ପାଇଁ ସମସ୍ତ ଅସ୍ତ୍ର ବ୍ୟବହାର କରିଛି। ଆପଣଙ୍କୁ ଆସିବାରୁ ରୋକିବା ପାଇଁ, ସେମାନେ ପୋଲ ବନ୍ଦ କରିଛନ୍ତି । ଯାନବାହାନ ଅଟକାଇଛନ୍ତି, ଟ୍ରାଫିକ ଜାମ କରିଛନ୍ତି, ବିଜେପି ପତାକା ହଟାଇଛନ୍ତି ଏବଂ ପୋଷ୍ଟର ଚିରି ଦେଇଛନ୍ତି। କିନ୍ତୁ ନିଷ୍ଠୁର ସରକାର ଆଜିର ଜନସମାବେଶକୁ ବନ୍ଦ କରିପାରି ନାହିଁ।’ ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଜଙ୍ଗଲରାଜ୍ ଆଣିଥିବା ଲୋକଙ୍କ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି। ସେହି ଦିନ ଆଉ ଦୂର ନୁହେଁ, ଯେବେ ପଶ୍ଚିମବଙ୍ଗରେ ପୁଣି ଥରେ ଆଇନର ଶାସନ ପ୍ରଚଳନ ହେବ। ଯିଏ ଆଇନ ଭଙ୍ଗ କରିବ, ଯିଏ ଅତ୍ୟାଚାର କରିବ, କୌଣସି ଟିଏମସି ଅତ୍ୟାଚାରୀକୁ ଛଡ଼ାଯିବ ନାହିଁ ।

ପରିବର୍ତ୍ତନର ଝଡ଼କୁ ରୋକିପାରିବନି ଟିଏମସି

Also Read: ମାତ୍ର ୭୦ ସେକେଣ୍ଡ, ୧୮ କୋଟିର ଗହଣା ଲୁଟିନେଲେ ମୁଖା ପିନ୍ଧା ଲୁଟେରା
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଠାକାର ନିଷ୍ଠୁର ସରକାର ଯେତେ ଚେଷ୍ଟା କଲେ ମଧ୍ୟ, ପରିବର୍ତ୍ତନର ଏହି ଝଡ଼କୁ ରୋକିବାରେ ସକ୍ଷମ ହେବ ନାହିଁ । ବିଜେପି ଏବଂ ଏନଡିଏ ଉପରେ ମହିଷାମର୍ଦ୍ଦିନୀଙ୍କ ଆଶୀର୍ବାଦ ରହିଛି। ବିଜେପି ସରକାର ଶ୍ରୀ ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଋଷି ବଙ୍କିମ ଚନ୍ଦ୍ର, ଗୁରୁଦେବ ରବିନ୍ଦ୍ରନାଥ ଟାଗୋର, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ଖୁଦିରାମ ବୋଷ ଏବଂ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପରି ମହାନ ବ୍ୟକ୍ତିତ୍ୱଙ୍କ କଳ୍ପନା ଅନୁଯାୟୀ ପଶ୍ଚିମବଙ୍ଗକୁ ପୁନଃନିର୍ମାଣ କରିବ।