ବାଲିଯାତ୍ରା ୨୦୨୫
LIVE TV

ଅନଲାଇନରେ ବଢୁଛି ମହିଳା ସାମ୍ବାଦିକଙ୍କ ପ୍ରତି ହିଂସା : ଉଦବେଗ ପ୍ରକାଶ କଲେ ଜଷ୍ଟିସ ସୂର୍ଯ୍ୟକାନ୍ତ

NEWS7
husband-given-3-talaq-over-phone-wife-logged-complain

ନୂଆଦିଲ୍ଲୀ, ୧୦|୧୧: ଅନଲାଇନରେ ବୃଦ୍ଧି ପାଉଥିବା ଯୌନ ଉତ୍ପୀଡନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପରବର୍ତ୍ତୀ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ଜଷ୍ଟିସ ସୂର୍ଯ୍ୟକାନ୍ତ ଗଣମାଧ୍ୟମ ସହ ଜଡିତ ମହିଳା ବିରୋଧୀ ଅତ୍ୟାଚାରକୁ ଗୁରୁତର ସହ ନେଇଛନ୍ତି । ଏହାସହ ମହିଳା ସାମ୍ବାଦିକଙ୍କୁ ସଠିକ ଭାବେ ସୁରକ୍ଷା ପ୍ରଦାନ ପାଇଁ ସେ ସଂସ୍ଥାମାନଙ୍କୁ କହିଛନ୍ତି । ସେମାନଙ୍କ ସମ୍ମାନରେ ଯେପରି ଆଂଚ୍ ନଆସିବ ସେନେଇ ମଧ୍ୟ ଧ୍ୟାନ ଦେବାକୁ ଏକ କାର୍ଯ୍ୟକ୍ରମରେ ସେ ପ୍ରକାଶ କରିଛନ୍ତି  ।

ଇଣ୍ଡିଆନ୍ ଓ୍ୱିମ୍ୟାନ୍ ପ୍ରେସ କର୍ପ୍ସର ଏକ କାର୍ଯ୍ୟକ୍ରମରେ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, ମହିଳାମାନେ ସାମ୍ବାଦିକତାକୁ ଏକ ନୂଆ ରୂପ ଦେଇଛନ୍ତି । ସେମାନଙ୍କ ରିପୋର୍ଟିଂ ଦକ୍ଷଚା ଉଚ୍ଚକୋଟୀର । ଯାହା ସମାଜରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିଛି । ଅନେକ ସମୟରେ ଲିଙ୍ଗଗତ ବୈଷମତା, ଘରୋଇ ହିଂସା ଆଦି ଖବର ମହିଳା ସାମ୍ବାଦିକମାନେ ସାମ୍ନାକୁ ଆଣିଥାନ୍ତି । ଯାହା ଗଣତନ୍ତ୍ରରେ ଜରୁରୀ । ସାମ୍ବାଦିକତାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ସମାଜ ଉପରେ ସକରାତ୍ମକ ପ୍ରଭାବ ପକାଉଛି ।

ଜଷ୍ଟିସ ସୂର୍ଯ୍ୟକାନ୍ତ ଆହୁରି କହିଛନ୍ତି ଯେ, ଅନେକ ସମୟରେ ମହିଳା ସାମ୍ବାଦିକ ସୋସିଆଲ ମିଡିଆରେ ନିର୍ଯାତନାର ଶିକାର ହେଉଛନ୍ତି । ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହେଉଛି । ଧମକ ଦିଆଯାଉଛି ।  ଯାହା ସେମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରୁଛି ।ଯାହା ସିଧାସଳଖ ଭାବେ ଗଣମାଧ୍ୟମ ସ୍ବାଧିନତାର କଣ୍ଠରୋଧ କରୁଛି । ତେଣୁ ସମସ୍ତ ଗଣମାଧ୍ୟମ ସଂସ୍ଥା ଏବଂ ସରକାର ଏହା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ । କିପରି ଅନଲାଇନ ହିଂସାକୁ ରୋକାଯାଇ ପାରିବ ସେନେଇ ସମସ୍ତେ ଆଗକୁ ଆସିବା ଦରକାର ବୋଲି ଜଷ୍ଟିସ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଗଣମାଧ୍ୟମ ସଂସ୍ଥାର ସବୁ ବିଭାଗରେ ମହିଳାଙ୍କୁ ନିଷ୍ପତ୍ତି ନେବାର ଅଧିକାର ମିଳିବା ଦରକାର । ଆଜିର ଦିନରେ ଡିପଫେକ୍ ଏବଂ ପେକ୍ ଫଟୋ ସବୁଠୁ ଚିନ୍ତାର ବିଷୟ ପାଲଟିଛି । ଯାହା ଦ୍ୱାରା ମିଛ ଖବର ଅନେକ ସମୟରେ ପ୍ରସାରିତ ହେଉଛି । ଏହା ଗଣମାଧ୍ୟମର ବିଶ୍ବସନୀୟତାକୁ କ୍ଷତି ପହଁଚାଉଛି ବୋଲି ସେ ଉଦବେଗ ପ୍ରକାଶ କରିଛନ୍ତି ।