ସରିଲା ଭିତରକନିକାରେ କୁମ୍ଭୀର ଗଣନା, ଗତବର୍ଷ ଅପେକ୍ଷା ୩୨ଟି କୁମ୍ଭୀର ରହିଛନ୍ତି ଅଧିକ

NEWS7
husband-dead-and-wife-injured-in-wall-collapse-in-pattamundai

ପଟ୍ଟାମୁଣ୍ଡାଇ ୧୯।୧: ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ଗଣନା ଶେଷ ହୋଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କୁମ୍ଭୀରଙ୍କ ସଂଖ୍ୟା ବଢିବା ସହ ୩୨ଟି ଅଧିକ କୁମ୍ଭୀର ଥିବା ରିପୋର୍ଟରୁ ଜଣାପଡିଛି । ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୮୨୬ଟି ବଉଳା କୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୮୫୮କୁ ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ ଚଳିତବର୍ଷ କୁମ୍ଭୀର ସଂଖ୍ୟାରେ ୩୨ଟି କୁମ୍ଭୀର ଅଧିକ ରହିଥିବା ନେଇ ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ସୂଚନା ଦେଇଛନ୍ତି ।