LIVE TV
LIVE TV

ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ୧୧୬ କୋଟି ଟଙ୍କା ବ୍ୟୟ ବରାଦ

NEWS7
husband-cuts-wifes-nose-in-domestic-violence-in-raebareli

ଭୁବନେଶ୍ବର ୨୮।୧୧: ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି । ମୋଟ୍ ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପିତ ହୋଇଛି । ଗୃହରେ ଅତିରିକ୍ତ ବଜେଟ୍‌ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ପ୍ରଶାସନିକ ବ୍ୟୟ ପାଇଁ ମୋଟ୍ ୩୩୮୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିମଧ୍ୟରୁ ୧୪୦୬ କୋଟି ଟଙ୍କା ସୁଧ ଦେୟ ଏବଂ ୧୩୩ କୋଟି ଟଙ୍କା ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଭରଣା ପାଇଁ ଉଦ୍ଦିଷ୍ଟ । ​​​​​​​ସରକାରୀ ଆବାସିକ କୋଠା ଗୁଡିକର ରକ୍ଷଣାବେକ୍ଷଣ ପାଇଁ ୨୦୫ କୋଟି ଟଙ୍କା ଏବଂ ଅଣ-ଆବାସିକ କୋଠା ଗୁଡିକର ରକ୍ଷଣାବେକ୍ଷଣ ପାଇଁ ୩୦୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାସ୍ତା ଏବଂ ସେତୁର ରକ୍ଷଣାବେକ୍ଷଣ ପାଇଁ ୨୫୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ଗ୍ରାମୀଣ ପାଇପ ଜଳ ଯୋଗାଣ ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ୧୧୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପାଣି ପଞ୍ଚାୟତର ଅଚଳ ଉଠା ଜଳସେଚନ ଗୁଡିକର ପୁନରୁଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ଉଠାଣ ଜଳସେଚନ ନିଗମ (OLIC)କୁ ୬୬ କୋଟି ଟଙ୍କାର ଅନୁଦାନ ଏବଂ ସମ୍ପୂର୍ଣ୍ଣ ହୋଇଥିବା କାର୍ଯ୍ୟ ପାଇଁ ପ୍ରୋତ୍ସାହନ ରାଶି ବାବଦକୁ OLICକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଜିଲ୍ଲା ପରିଷଦ ନିର୍ବାଚନ ପରିଚାଳନା ପାଇଁ ୪୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟାଗ (OSSSC) ପକ୍ଷରୁ ନିଯୁକ୍ତି ପରୀକ୍ଷା ପରିଚାଳନା ପାଇଁ ୨୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସରକାରୀ କଲେଜ ପାଇଁ ୩୬ କୋଟି ଟଙ୍କା ଏବଂ ସରକାରୀ ତାଲିମ ମହାବିଦ୍ୟାଳୟ ପାଇଁ ୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ (BSE) ପାଇଁ ୧୩ କୋଟି ଟଙ୍କାର ଅନୁଦାନ । ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ୫ କୋଟି ଟଙ୍କା ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟ ପାଇଁ ୧୪ ଟଙ୍କାର ଅନୁଦାନ ।