LIVE TV

ପ୍ରକୃତିକୁ ବଞ୍ଚାଇବା ପାଇଁ ବିକ୍ଷୋଭ : ବ୍ରାଜିଲରେ ଆନ୍ଦୋଳନ କଲେ ହଜାର ହଜାର ପରିବେଶବିତ୍

NEWS7
husband-arrested-of-wife-murder-suspect-in-kendrapada

ନୂଆଦିଲ୍ଲୀ, ୧୬|୧୧: ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ତାତିଲେ ଲୋକେ । ରାସ୍ତାକୁ ଓହ୍ଲାଇ କଲେ ଆନ୍ଦୋଳନ । ବ୍ରାଜିଲରେ ଏକାଠି ହେଲେ ହଜାର ହଜାର ପରିବେଶବିତ୍ । ନିଜ ଦାବି ରଖିଲେ । ବ୍ରାଜିଲର ବେଲେମରେ ସାମ୍ନାକୁ ଆସିଛି ଏମିତି ଚିତ୍ର ।

ଆମେରିକା ସମେତ ବିଶ୍ବର ଅନେକ ସ୍ଥାନରେ ଚାଲିଥିବା ବେଆଇନ ଖଣି ଉତ୍ତୋଳନ, ଜଙ୍ଗଲ ନଷ୍ଟ, କଳକାରଖାନାରୁ ନିର୍ବାତ ପ୍ରଦୂଷଣ ବିରୋଧରେ ଗର୍ଜିଛନ୍ତି ଆନ୍ଦୋଳନକାରୀ । ଏସବୁ ଉପରେ ରୋକ୍ ଲଗାଯିବା ଦରକାର ବୋଲି ସେମାନେ ଦାବି କରିଛନ୍ତି ।

ସେମାନଙ୍କ ଅଭିଯୋଗ ହେଲା, ବ୍ରାଜିଲ, ପେରୁ, ଫ୍ରାନ୍ସ ଏବଂ ଭେନେଜୁଏଲାରେ ଅନେକ ଶିଳ୍ପକୁ ଘରୋଇକରଣ କରାଯାଉଛି । ଯାହା ନିଜ ଲାଭ ପାଇଁ ପରିବେଶକୁ ନଷ୍ଟ କରୁଛି । ଜଳବାୟୁ ପରିବର୍ତ୍ତନ ଏଥିପାଇଁ ଦାୟୀ । ବିଭିନ୍ନ ପ୍ରାକୃତିକ ସମ୍ବଳକୁ ସେମାନେ ମନଇଚ୍ଛା ବ୍ୟବହାର କରୁଛନ୍ତି । ପେଟ୍ରୋଲ-ଡିଜେଲ ଆଦିର ବହୁଳ ବ୍ୟବହାର ମଧ୍ୟ ପରିବେଶ ଉପରେ ନକରାତ୍ମକ ପ୍ରଭାବ ପକାଉଛି । ଯାହା ଆଗକୁ ଭୟଙ୍କର ବିପତ୍ତିର କାରଣ ହେବ ।

ଏସବୁକୁ ନଜରରେ ରଖି ବ୍ରାଜିଲରେ ବେଲେମରେ ଜନତା ରାସ୍ତାକୁ ଓହ୍ଲାଇଥିଲେ । କାରଣ ଏଠାରେ କୋପ୍-30ର ଆୟୋଜନ ହେଉଛି । ଏହି କୋପ୍-୩୦ ସମ୍ମିଳନୀ ସାରା ବିଶ୍ବରେ କିପରି ଜଳବାୟୁ ପରିବର୍ତ୍ତନର ମୁକାବିଲା କରିହେବ ସେନେଇ ଯୋଜନା ପ୍ରସ୍ତୁତ କରିଥାଏ । ଏହାସହ ଅନେକ ଦେଶକୁ କିଛି ଟାର୍ଗେଟ୍ ମଧ୍ୟ ପ୍ରଦାନ କରିଥାଏ ।