ବାପା-ପୁଅ ମିଶି ପୁତୁରାକୁ ମାରିଦେଲେ, ଗିରଫ କରି ସିନ୍ ରିକ୍ରିଏସନ କଲା ପୋଲିସ

NEWS7
husband-and-wife-dies-daughter-injured-in-attack-by-youth-at-bhadrak-chandabali

ଦିଗପହଣ୍ଡି ୧୪।୧: କକା ପରିବାରର ସଂଘବଦ୍ଧ ଆକ୍ରମଣରେ ପୁତୁରାର ମୃତ୍ୟୁ ଘଟଣାରେ ସିନ୍ ରିକ୍ରିଏସନ୍ କଲା ପୋଲିସ । ଅଭିଯୁକ୍ତ ବାପା ଓ ପୁଅଙ୍କୁ ଗିରଫ ପରେ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ ହୋଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଜବତ କରିବା ସହ ଅଭିଯୁକ୍ତ ବାପା-ପୁଅଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଜମିବାଡ଼ି ବିବାଦକୁ କେନ୍ଦ୍ରକରି କୋନ୍ଦୁଝର ଜିଲ୍ଲା ଘଷିପୁରା ଥାନା କୁମୁଡ଼ ଗାଁରେ ଗତ ୧୦ ତାରିଖ ରାତିରେ ଯୁବକ ମଳୟ କୁମାର ମୋଦିଙ୍କୁ ହତ୍ୟା କରିଥିଲେ ନିଜ କକା ପୀତାମ୍ବର ମୋଦିଙ୍କ ପରିବାର ଲୋକ । ସେହି ରାତିରେ ପ୍ରଥମେ ପୀତାମ୍ବରଙ୍କ ପରିବାର ସହ ମଳୟଙ୍କ ପରିବାରର ବଚସା ହୋଇଥିଲା । ବଚସା ଉଗ୍ରରୂପ ନେବା ପରେ ପୀତାମ୍ବରଙ୍କ ପୁଅ ଆଦିତ୍ୟନାଥ ମୋଦି ଏକ ଠେଙ୍ଗାରେ ମଳୟ ମୁଣ୍ଡକୁ ଆଘାତ ଦେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ସେହି ରାତିରେ ମଳୟର ମୃତ୍ୟୁ ଘଟିଥିଲା ।

​​​​​​​

ତେବେ ଆକ୍ରମଣ ପରେ ଅଭିଯୁକ୍ତ ଆଦିତ୍ୟନାଥ ଫେରାର ହୋଇ ଲୁଚି ରହିଥିବା ବେଳେ ଭୁବନେଶ୍ବରରୁ ତାକୁ ଗିରଫ କରିଥିଲା ଘଷିପୁରା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଜବତ କରିବା ପରେ ଉଭୟ ହତ୍ୟା ଅଭିଯୁକ୍ତ ବାପା ପୀତାମ୍ବର ଓ ପୁଅ ଆଦିତ୍ୟନାଥଙ୍କୁ ନେଇ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ କରିଛି ପୋଲିସ । ଅଭିଯୁକ୍ତ ବାପା-ପୁଅଙ୍କୁ କୋର୍ଟ ଚାଲାଣ କରି ଅଭିଯୁକ୍ତ ପରିବାରର ଅନ୍ୟମାନଙ୍କ ସଂପୃକ୍ତି ବିଷୟରେ ତଦନ୍ତ ଚଳାଇଛି ପୋଲିସ । ଅନ୍ୟପଟେ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ମୃତକ ମଳୟ ପରିବାର ପକ୍ଷରୁ ଦାବି ହୋଇଛି ।