କଂଗ୍ରେସ ନେତାଙ୍କ ଧୁଆଁଧାର ରିଲ୍ସ : ବନ୍ଧୁକ ଧରି କଲେ ଭିଡିଓ...ଏବେ ଖୋଜୁଛି ପୋଲିସ

NEWS7
hundreds-of-fish-died-on-pond

ବେଙ୍ଗାଲୁରୁ, ୧୧|୦୨: ବିବାଦରେ କଂଗ୍ରେସ ନେତା । ବନ୍ଧୁକ ଧରି କଲେ ରିଲ୍ସ । ଧୂଆଁଧାର ଫିଲ୍ମର ଗୀତ ଭଳି ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ । ତେବେ କଂଗ୍ରେସ ନେତାଙ୍କ ଏପରି ଆଚରଣକୁ ନେଇ ସବୁଠି ଚର୍ଚ୍ଚା ।

ରିପୋର୍ଟ ଅନୁସାରେ, କର୍ଣ୍ଣାଟକର କାଲାବୁରାଗିର କଂଗ୍ରେସ ବିଧାୟକଙ୍କ ଜଣେ ଘନିଷ୍ଠ ସହଯୋଗୀ ଏବେ ଅଡୁଆରେ ପଡିଛନ୍ତି । ସେ ହାତରେ ବନ୍ଧୁକ ଏବଂ ପିସ୍ତଲ ଧରି ଏକ ରିଲ୍ସ କରିଛନ୍ତି । ଯାହା ଧୂଆଁଧାର ଗୀତର ଏକ ରେହମାନ ଡକେଟ୍ ଭଳି । ତେବେ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ବନ୍ଧୁକ ଧରି ରିଲ୍ସ କରିଥିବା ନେତା ହେଲେ ମାଟିନ୍ ପଟେଲ୍ । 

ଭିଡିଓରେ ଦେଖିବାକୁ ମିଳିଛି ଯେ, ମାଟିନ୍ ଏକ କଳା ରଙ୍ଗର ଏସୟୁଭିରୁ ଓହ୍ଲାଉଛନ୍ତି । ଏହାପରେ ବନ୍ଧୁଙ୍କ ସହ ନାଚ କରୁଛନ୍ତି । ନାଚିବା ବେଳେ ସେ ଧୁଆଁଧାର ଫିଲ୍ମର ରେହମାନ ଡକେଟ୍ ଭଳି ଅଭିନୟ କରୁଛନ୍ତି ।

କାଲାବୁରାଗିର ପୋଲିସ କମିଶନର ସରନପ୍ପା ଏସଡି କହିଛନ୍ତି ଯେ, ସୋସିଆଲ ମିଡିଆରେ ଏକ ରିଲ୍ସ ଭାଇରାଲ ହେଉଛି । ଏଥିରେ ଜଣେ ବ୍ୟକ୍ତି ବନ୍ଧୁକ ଏବଂ ପିସ୍ତଲ ଧରି ନାଚ କରୁଛନ୍ତି । ସେମାନେ ସେହି ବ୍ୟକ୍ତିଙ୍କୁ ଜାଣିଛନ୍ତି । ଏହାକୁ ଗୁରୁତର ସହ ନେବାକୁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଖବରଟି ପଢନ୍ତୁ... ଡଲଫିନଙ୍କୁ ସୁହାଉଛି ଓଡିଶାର ପାଣିପାଗ, ରାଜ୍ୟର ଅଛନ୍ତି ୬ ପ୍ରଜାତିର ୭୬୫ ଡଲଫିନ୍

ସେ ଆହୁରି କହିଛନ୍ତି ଯେ, ମାଟିନ୍ ରିଲ୍ସରେ ଯେଉଁ ବନ୍ଧୁକ ଧରିଛନ୍ତି ତାହା ଅସଲି ନା ନକଲି ସେନେଇ କିଛି ସ୍ପଷ୍ଟତା ଆସିନାହିଁ । ଏହାର ତଦନ୍ତ ହେବ । ଯଦି ଏହା ଅସଲି ହୋଇଥାଏ ତେବେ ଏହାର ଲାଇସେନ୍ସ ଅଚି ନା ନାହିଁ ତାହା ପ୍ରଥମେ ତଦନ୍ତ ହେବ । ଲାଇସେନ୍ସ ଥିଲେ ମଧ୍ୟ ବନ୍ଧୁକ ସର୍ତ୍ତର ଖିଲାପ ହୋଇଛି ନା ନାହିଁ ସେ ଦିଗରେ ଧ୍ୟାନ ଦିଆଯିବ । ଯଦି କୌଣସି ସୂତ୍ରରୁ ଏହା ବେଆଇନ ପ୍ରମାଣିତ ହୁଏ ତେବେ ଆଇନ୍ ଅନୁଯାୟୀ ଦଣ୍ଡ ଦିଆଯିବ ।