ନଗର ନିଗମ ନିର୍ବାଚନ : ମହାରାଷ୍ଟ୍ରରେ ଆଗରେ ବିଜେପି ମେଣ୍ଟ, ମୁମ୍ୱାଇରେ ଉଦ୍ଧବଙ୍କ ସହ କଡା ଟକ୍କର

NEWS7
huge-quantities-of-indigenous-wine-were-seized-from-the-canal

ମୁମ୍ବାଇ,୬|୦୧:ମହାରାଷ୍ଟ୍ରରେ ନଗର ନିଗମ ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ଧିରେ ଧିରେ କିଏ ଜିତିବ କିଏ ହାରିବ ତାହା ସାମ୍ନାକୁ ଆସିଲାଣି । ଅନେକ ସ୍ଥାନରେ ମହାୟୁତି ଏବଂ ଉଦ୍ଧବ ଶିବସେନା ମଧ୍ୟରେ ଟକ୍କର ଦେଖିବାକୁ ମିଳୁଛି । ଆଉ କିଛି ଜାଗାରେ ବିଜେପି ସମର୍ଥିତ ମେଣ୍ଟ ମହାୟୁତି ଆଗରେ ରହିଛି ।

ଦିନ ୧୧ଟା ସୁଦ୍ଧା ମୋଟ୍ ୨୮୬୯ ଓ୍ୱାର୍ଡରୁ ୭୪୯ଟି ଓ୍ୱାର୍ଡର ଚିତ୍ର ସାମ୍ନାକୁ ଆସିଛି । ଏଥିରେ ବିଜେପି ୩୯୧ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୧୦୯ଟି ଆଗୁଆ ଅଛି । ସେହିପରି ଶିବସେନା ୯୧ଟି ଆସନ ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ୫୨ଟି ଜାଗାରେ ଆଗୁଆ ରହିଛି ।ନ୍ୟ ଦିଗରେ ଅଜିତ ପାଓ୍ୱାରଙ୍କ ଏନସିପି ୫୨ଟି ଏବଂ ଶରଦ ପାଓ୍ୱାରଙ୍କ ଏନସିପି୧୧ଟି ଜାଗାରେ ଆଗକୁ ବଢୁଛି । ତେବେ ସବୁଠୁ ଖରାପ ପ୍ରଦର୍ଶନ କରିଛି ରାଜ ଠାକରେଙ୍କ ମହାରାଷ୍ଟ୍ର ନିର୍ମାଣ ସେନା। ମାତ୍ର ୬ଟିରେ ଦଳ ଆଗୁଆ ରହିଛି ।

ମୁମ୍ବାଇରେ ବିଜେପି ଆଗରେ

ମୁମ୍ବାଇ ନଗର ନିଗମର୨୨୭ଚି ଓ୍ୱାର୍ଡରୁ ଏବେସୁଦ୍ଧା ବିଜେପି ପ୍ରାର୍ଥୀ୪୨ଟି ଓ୍ୱାର୍ଡରେ ଆଗୁଆ ଅଛନ୍ତି । ଉଦ୍ଧବଙ୍କ ଶିବସେନା ଏଠାରେ ବିଜେପିକୁ କଡା ଟକ୍କର ଦେଉଛି । ଦଳ ୩୦ଟି ସିଟରେ ଆଗୁଆ ରହିଛି । ସେହିପରି ଶିବସେନା୧୪, କଂଗ୍ରେସ ଏବଂ ଏମଏନଏସ ଟିରେ ଆଗୁଆ ରହିଛନ୍ତି ।

ନଭି ମୁମ୍ବାଇରେ ଶିବସେନା୨୫, ବିଜେପି୨୨ରେ ଆଗୁଆ ରହିଛନ୍ତି । ଅନ୍ୟ କେହି ଏବେସୁଦ୍ଧା ଖାତା ଖୋଲି ନାହାଁନ୍ତି । ଥାଣେରେ ଶିବସେନା୧୪, ବିଜେପି୧୨ଟିରେ ଆଗୁଆ ଅଛନ୍ତି । ଏଠାରେ କଂଗ୍ରେସ ଖାତା ଖୋଲିନାହିଁ ।

ପୁଣେରେ ୧୬୫ଟି ଆସନରୁ ବିଜେପି ୪୪, ଏନସିପି୧୩ରେ ଆଗୁଆ ରହିଛନ୍ତି । ନାଗପୁରରେ ମଧ୍ୟ୧୫୧ଆସନରୁ ବିଜେପି ୫୪ଟି ଆସନରେ ଆଗୁଆ ରହିଛି । ଅମରାବତୀ ଏବଂ ଅକୋଲାରେ ମଧ୍ୟ ବିଜେପି ଆଗକୁ ବଢୁଥିବା ଜଣାପଡିଛି । ଅର୍ଥାତ ମହାରାଷ୍ଟ୍ରବାସୀ ବିଜେପି ଉପରେ ଭରସା କରିଛନ୍ତି । ରାଜ୍ୟର ସହରୀ ଭୋଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସଙ୍କ ଉପରେ ବିଶ୍ୱାସ ପ୍ରକଟ କରୁଥିବା ପ୍ରାରମ୍ଭିକ ଫଳାଫଳରୁ ଜଣାପଡିଛି ।