LIVE TV
LIVE TV

ୟୁଟ୍ୟୁବର ସମୟ ରୈନା ଓ ୩ କମେଡିଆନଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଦେଶ, କହିଲେ- ଦିବ୍ୟାଙ୍ଗଙ୍କୁ ଡାକନ୍ତୁ ସୋ’କୁ

NEWS7
huge-quanity-of-liquor-seized-from-bhubaneswar-saliasahi

ନୂଆଦିଲ୍ଲୀ ୨୭।୧୧: ସୁପ୍ରିମକୋର୍ଟ ୟୁଟ୍ୟୁବର ସମୟ ରୈନାଙ୍କ ସମେତ ୩ କମେଡିଆନଙ୍କୁ ଦିବ୍ୟାଙ୍ଗ ଲୋକଙ୍କ ବିରୋଧରେ ଅସମ୍ବେଦନଶୀଳ ଟିପ୍ପଣୀ ମାମଲାରେ ଅନ୍ୟନ୍ୟ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ନିଜ ଡିଜିଟାଲ ପ୍ଲାଟଫର୍ମକୁ ମାସକୁ ଅନୁନ୍ୟ ୨ ଥର ଦିବ୍ୟାଙ୍ଗଙ୍କୁ ଡାକନ୍ତୁ ଓ ସେମାନଙ୍କ ପ୍ରେରକ କାହାଣୀ ଦେଖାଇବା ସହିତ ସଚେତନତା ସୃଷ୍ଟି କରନ୍ତୁ। ସେହିପରି କୋର୍ଟ ସେମାନଙ୍କୁ ସ୍ପାଇନ ମସ୍କୁଲାର ଅଟ୍ରୋଫି(ଏସଏମଏ) ଭଳି ବିରଳ ବିକାରରେ ପୀଡ଼ିତ ପିଲାଙ୍କ ଚିକିତ୍ସା ନିମନ୍ତେ ଧନ ସଂଗ୍ରହ କରନ୍ତୁ ବୋଲି ମଧ୍ୟ କହିଛନ୍ତି।

ମାମଲାର ଶୁଣାଣି କରୁଥିବା ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ଆମେ ଆଶା କରୁଛୁ ମାମଲାର ପରବର୍ତ୍ତି ଶୁଣାଣି ପୂର୍ବରୁ ଏଭଳି କିଛି ସ୍ମରଣୀୟ ଇଭେଣ୍ଟ ହେବ ଯାହା ଲୋକଙ୍କୁ ପସନ୍ଦ ଆସିବ। ସେହିପରି ୩ କମେଡିଆନଙ୍କୁ କୋର୍ଟ କହିଛନ୍ତି ଯେ ଆପଣ ସମସ୍ତେ ସମାଜରେ ଭଲସ୍ଥାନରେ ଥିବା ଲୋକ। ଯଦି ଆପଣମାନେ ଅଧିକ ଲୋକପ୍ରୀୟ ହୋଇ ପାରିଛନ୍ତି ତ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଏହି ନିର୍ଦ୍ଦେଶ କ୍ୟୋର ଏସଏମଏ ଫାଉଣ୍ଡେସନ ପକ୍ଷରୁ ଆଗତ ସେହି ପିଟିସନ ଆଧାରରେ ଆସିଛି ଯେଉଁଥିରେ ଦିବ୍ୟାଙ୍ଗଙ୍କ ବିରୋଧରେ ଅସମ୍ବେଦନଶୀଳ ଟିପ୍ପଣୀ କରିଥିବା କମେଡିଆନଙ୍କ ବିରୋଧରେ ନିର୍ଦ୍ଦେଶ ଦାବି କରାଯାଇଥିଲା।

କମେଡିଆନ ସମୟ ରୈନାଙ୍କ ସୋ ରେ ସ୍ପାଇନାଲ ମସ୍କ୍ୟୁଲାର ଅଟ୍ରୋଫି ପୀଡ଼ିତ ପିଲାଙ୍କୁ ପରିହାସ କରାଯିବା ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆପତ୍ତିଜନକ କଣ୍ଟେଣ୍ଟ ରୋକିବା ଲାଗି ସେଲ୍ଫ ରେଗୁଲେସନ ସିଷ୍ଟମ ପ୍ରଭାବହୀନ ପ୍ରମାଣିତ ହେଉଛି। ଏଣୁ ସିଜେଆଇ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲା ବାଗଚୀଙ୍କ ବେଞ୍ଚ ଆପତ୍ତିଜନକ ଅନଲାଇନ କଣ୍ଟେଣ୍ଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ୟୁଜର ଜେନେରେଟେଡ ସାମଗ୍ରୀ ଲାଗି ପ୍ରଭାବଶାଳୀ ନିୟମ ଓ ଦିଶାନିର୍ଦ୍ଦେଶ ରହିବା ଦରକାର। ଏଣୁ ସୁପ୍ରିମକୋର୍ଟ ସୋସିଆଲ ମିଡିଆରେ ଦିବ୍ୟାଙ୍ଗଙ୍କ ପ୍ରତି ପରିହାସ କରୁଥିବା ଲୋକଙ୍କ ବିରୋଧରେ କଡ଼ା ଆଇନ ପ୍ରଣୟନ କରିବାର ଆବଶ୍ୟକତା ଥିବା କହିଛନ୍ତି।

ସିଜେଆଇ ସୂର୍ଯ୍ୟକାନ୍ତ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି ଯେ ସରକାର ଏକ କଡ଼ା ଆଇନ ବିଷୟରେ ଚିନ୍ତା କରୁ ନାହାନ୍ତି କାହିଁକି, ଯାହା ଏସସି/ଏସଟି ଆକ୍ଟ ଭଳି ହୋଇଥିବ। ଏପରି ଆଇନରେ ଦିବ୍ୟାଙ୍ଗଙ୍କୁ ନିଚା ଦେଖାଉଥିବା ଲୋକଙ୍କବିରୋଧରେ କଡ଼ା ଆଇନ ବ୍ୟବସ୍ଥା କରିବାକୁ କହିଛନ୍ତି। ମାମଲାର ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟ ରମଣୀ ଓ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନୂଆ ଗାଇଡଲାଇନ ନିର୍ମାଣ ଉପରେ କାମ କରୁଛନ୍ତି। ଏ ନେଇ ସବୁ ପକ୍ଷଙ୍କ ସହ ଆଲୋଚନା କରାଯାଉଛି। ଏହି ମାମଲାର ପରବର୍ତ୍ତି ଶୁଣାଣି ୪ ସପ୍ତାହ ପରେ ହେବ।