କରିସ୍ମା କପୁରଙ୍କ ପିଲାଙ୍କୁ ମିଳିବ କି ୩୦ ହଜାର କୋଟି ଟଙ୍କାର ସମ୍ପତ୍ତି ? ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

NEWS7
hsbc-trainee-had-affair-with-manager-threatened-to-destroy

ନୂଆଦିଲ୍ଲୀ ୨୫।୧୨; ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ଏବଂ ଶିଳ୍ପପତି ସଞ୍ଜୟ କପୁରଙ୍କ ମୃତ୍ୟୁ ପରେ, ପରିବାର ମଧ୍ୟରେ ତାଙ୍କ ସମ୍ପତ୍ତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିବାଦ ଦେଖାଦେଇଛି। ଯାହାର ମୂଲ୍ୟ ପ୍ରାୟ ୩୦ ହଜାର କୋଟି ହେବ। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ତାଙ୍କର ରାୟ ସଂରକ୍ଷିତ ରଖିଛନ୍ତି। ସଞ୍ଜୟ କପୁରଙ୍କ ଦୁଇ ସନ୍ତାନ, ସମାଇରା କପୁର ଏବଂ କିୟାନ ରାଜ କପୁର, କୋର୍ଟକୁ ଯାଇଛନ୍ତି।

କରିସ୍ମା କପୁରଙ୍କ ପିଲାମାନେ ଅଭିଯୋଗ କରିଛନ୍ତି ଯେ ସଞ୍ଜୟଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ପ୍ରିୟା ସଚଦେବ କପୁରଙ୍କ ଦ୍ୱାରା ଦାଖଲ କରାଯାଇଥିବା ସମ୍ପତ୍ତି କାଗଜପତ୍ର ଜାଲ୍ ହୋଇପାରେ। ଆବେଦନରେ କୁହାଯାଇଛି ଯେ ଲିଗାଲ ଡକ୍ୟୁମେଣ୍ଟ ଦସ୍ତଖତ ସଞ୍ଜୟଙ୍କ ପରି ମନେ ହେଉନାହିଁ। ପିଲାମାନେ ସମ୍ପତ୍ତି ଉପରେ ସେମାନଙ୍କର ଅଧିକାର ଦାବି କରିଛନ୍ତି। ଆବେଦନରେ ପ୍ରିୟା କପୁରଙ୍କ ବିରୁଦ୍ଧରେ ବହୁତ ଗମ୍ଭୀର ଅଭିଯୋଗ କରାଯାଇଛି, ତାଙ୍କୁ ଲୋଭୀ ବୋଲି କୁହାଯାଇଥିଲା ଏବଂ ସେ ସିଣ୍ଡରେଲାଙ୍କ ସାବତ ମା' ପରି ବ୍ୟବହାର କରନ୍ତି ବୋଲି ମଧ୍ୟ କୁହାଯାଇଛି। ପିଲାମାନେ ସେମାନଙ୍କ ସ୍ୱର୍ଗତ ପିତା ସଞ୍ଜୟ   ଙ୍କ ଲିଗାଲ ଡକ୍ୟୁମେଣ୍ଟ ଏବଂ ସମ୍ପତ୍ତିରେ ଅଂଶୀଦାରକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ଏହି ମାମଲାରେ, ସେମାନେ ସେମାନଙ୍କ ସାବତ ମାଆ ପ୍ରିୟା କପୁରଙ୍କ ଉପରେ ଲିଗାଲ ଡକ୍ୟୁମେଣ୍ଟ ଜାଲିଆତି କରି ତାଙ୍କ ପିତାଙ୍କ ସମ୍ପତ୍ତି ହଡ଼ପ କରିବାର ଅଭିଯୋଗ ଆଣିଛନ୍ତି। କରିସ୍ମାଙ୍କ ପିଲାମାନେ କହିଛନ୍ତି ଯେ ସଞ୍ଜୟ କପୁର ସେମାନଙ୍କୁ ସମ୍ପତ୍ତିରେ ଅଂଶୀଦାର ହେବାର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଡକ୍ୟୁମେଣ୍ଟରେ ସେମାନଙ୍କ ନାମ ଉଲ୍ଲେଖ ନାହିଁ । ପ୍ରିୟା କପୁର ଲିଗାଲ ପେପର ସହିତ ହେରଫେର କରିଛନ୍ତି। ପିଲାମାନଙ୍କ ଓକିଲ ଡକ୍ୟୁମେଣ୍ଟର ଫୋରେନସିକ୍ ପରୀକ୍ଷା ଦାବି କରିଛନ୍ତି, ଯାହାକୁ ପ୍ରିୟା କପୁରଙ୍କ ଓକିଲ ବିରୋଧ କରୁଛନ୍ତି। ଦିଲ୍ଲୀ ହାଇକୋର୍ଟ ପ୍ରିୟା କପୁର ଏବଂ ଡକ୍ୟୁମେଣ୍ଟର କାର୍ଯ୍ୟକାରୀଙ୍କୁ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସଞ୍ଜୟ କପୁରଙ୍କ ମାଆ ମଧ୍ୟ ଡକ୍ୟୁମେଣ୍ଟ ଉପରେ ଉଠାଇଥିଲେ ପ୍ରଶ୍ନ 

ସଞ୍ଜୟଙ୍କ ମାଆ ରାଣୀ କପୁର ମଧ୍ୟ ଦିଲ୍ଲୀ ହାଇକୋର୍ଟରେ ଲିଗାଲ ଡକ୍ୟୁମେଣ୍ଟକୁ ଚ୍ୟାଲେଞ୍ଜ କରିଛନ୍ତି। ରାଣୀ କପୁର ଦାବି କରିଛନ୍ତି ଯେ ତାଙ୍କ ପୁଅର ଜୀବନକାଳ ମଧ୍ୟରେ ତାଙ୍କୁ ଏପରି କୌଣସି ଡକ୍ୟୁମେଣ୍ଟ ବିଷୟରେ କେବେ ଜଣାଯାଇ ନଥିଲା ଏବଂ ଡକ୍ୟୁମେଣ୍ଟରେ ତାଙ୍କ ନାମ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ। ପ୍ରିୟା କପୁରଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ରାଜୀବ ନାୟାର ସମସ୍ତ ଅଭିଯୋଗକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଛନ୍ତି। ସେ କୋର୍ଟକୁ କହିଛନ୍ତି ଯେ ଦଲିଲ ସହିତ ସମ୍ପତ୍ତିର ଏକ ସମ୍ପୂର୍ଣ୍ଣ ତାଲିକା ପୂର୍ବରୁ ଦାଖଲ କରାଯାଇଛି।

ପ୍ରିୟା କପୁରଙ୍କ ଓକିଲ ସମସ୍ତ ଯୁକ୍ତିକୁ ଭିତ୍ତିହୀନ କହିଛନ୍ତି

ଦିଲ୍ଲୀ ହାଇକୋର୍ଟରେ ପ୍ରିୟା କପୁରଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ କହିଛନ୍ତି ଯେ ସଞ୍ଜୟଙ୍କ ବାର୍ଷିକ ଆୟ ୬୦ କୋଟି ଟଙ୍କା ଦାବିକୁ ଭୁଲ କହିଛନ୍ତି। ପିଲାମାନଙ୍କ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ମହେଶ ଜେଠମାଲାନୀ କହିଛନ୍ତି ଯେ ଲିଗାଲ ଡକ୍ୟୁମେଣ୍ଟକୁରେ ଅନେକ ଗମ୍ଭୀର ତ୍ରୁଟି ରହିଛି । ଯାହା ସନ୍ଦେହ ସୃଷ୍ଟି କରିଛି। ଚୂଡ଼ାନ୍ତ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ପ୍ରିୟା କପୁରଙ୍କୁ ସମ୍ପତ୍ତି ବିକ୍ରୟ କିମ୍ବା ବ୍ୟବହାର କରିବାରୁ ନିଷେଧ କରିବାକୁ ସେ କୋର୍ଟକୁ ଅନୁରୋଧ କରିଛନ୍ତି।