ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ, ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାରେ

NEWS7
how-to-restore-files-if-deleted-from-phone-bymistakely

ଭୁବନେଶ୍ବର ୫।୧୨: ବିନା ମୁରବିରେ ଚାଲିଛି ସ୍କୁଲ ।ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ। ସର୍ବାଧିକ ମୟୁରଭଞ୍ଜ ଜିଲ୍ଲାର ୯ ବ୍ଲକ୍ରେ ପଦବୀ ଖାଲି ପଡିଛି ।

ସେହିଭଳି ଜଗତସିଂହପୁର, କୋରାପୁଟ, ରାୟଗଡ଼ା ଜିଲ୍ଲାର ୭ ବ୍ଲକ୍, ବାଲେଶ୍ୱର ଜିଲ୍ଲାର ୬ ବ୍ଲକ୍, ଅନୁଗୋଳ, କନ୍ଧମାଳ, ଗଞ୍ଜାମ, ସମ୍ବଲପୁର ଜିଲ୍ଲାର ୫ ବ୍ଲକ୍, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ ଜିଲ୍ଲାର ୪ ବ୍ଲକ୍, ଢେଙ୍କାନାଳ, କେନ୍ଦୁଝର, ନବରଙ୍ଗପୁର, ନୟାଗଡ଼, ସୋନପୁର ଜିଲ୍ଲାର ୩ ବ୍ଲକ୍, ବଲାଙ୍ଗିର, କଟକ, ଖୋର୍ଦ୍ଧା, ମାଲକାନଗିରି, ସୁନ୍ଦରଗଡ଼ ଜିଲ୍ଲାର ୨ ବ୍ଲକ୍, ବରଗଡ଼, ଦେବଗଡ଼, ଗଜପତି ଜିଲ୍ଲାର ଗୋଟିଏ ବ୍ଲକ୍ରେ ପଦବୀ ଖାଲି ପଡିଛି ।

ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନରେବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତରରଖିଛନ୍ତି ।