Live Live
LIVE

୧ ଟଙ୍କାରେ ମିଳିବ ଦାମୀ ଜୋତା, ବିଜ୍ଞାପନ ପରେ ଅସମ୍ଭାଳ ଭିଡ଼, ଲାଠିଚାର୍ଜ ପରେ ଦଳାଚକଟା

NEWS7
how-to-invest-money-in-right-way-according-to-chanakya-niti

ନୂଆଦିଲ୍ଲୀ: କେରଳ କୋଝିକୋଡ୍ ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସେଠାରେ ଏକ ଜୋତା ଦୋକାନ ପକ୍ଷରୁ ମାତ୍ର ୧ ଟଙ୍କାରେ ଦାମୀ ଜୋତା ଦେବାକୁ ବିଜ୍ଞାପନ ଦିଆଯାଇଥିଲା । ସେହି ଅଫର୍ ଦ୍ୱାରା ଆକର୍ଷିତ ହୋଇ ବହୁ ସଂଖ୍ୟାରେ ଲୋକେ ଶନିବାର ବିଳମ୍ବିତ ରାତିରୁ ଦୋକାନ ବାହାରେ ଭିଡ଼ ଜମାଇଥିଲେ । ଫଳରେ ସେଠାରେ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା ।

ବାଧ୍ୟ ହୋଇ ପୁଲିସ ଲୋକଙ୍କୁ ଘଉଡ଼ାଇବାକୁ ମୃଦୁ ଲାଠିଚାର୍ଜ କରିଥିଲା । ପୁଲିସ ଅନୁସାରେ, କିଛି ଦିନ ଆଗରୁ ଦୋକାନ ଏହି ବିଜ୍ଞାପନ ଦେଇଥିଲା । ସେଥିରେ କୁହାଯାଇଥିଲା ଯେ, ରବିବାର ଦୋକାନରେ ପ୍ରଥମେ ପହଞ୍ଚିଥିବା ୧୦୦ ଜଣ ଗ୍ରାହକଙ୍କୁ ମାତ୍ର ୧ ଟଙ୍କା ବିନିମୟରେ ଦାମୀ ଜୋତା କିଣିବାର ସୁଯୋଗ ମିଳିବ ।

ସେହି ଅଫର୍ ଯୋଗୁ ଗତକାଲି ବିଳମ୍ବିତ ରାତିରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକେ ଦୋକାନ ନିକଟରେ ପହଞ୍ଚିବା ଆରମ୍ଭ କରିଥିଲେ । ଏପରିକି ନିକଟବର୍ତ୍ତୀ ଜିଲ୍ଲାରୁ ବି ଲୋକେ ସେଠାକୁ ଆସିଥିଲେ । ଲୋକଙ୍କର ଏଭଳି ସୁଅ ଛୁଟିବା ଯୋଗୁ ସେହି ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଥିଲା । ଏହାପରେ ବାଧ୍ୟହୋଇ ଲୋକଙ୍କୁ ଘଉଡ଼ାଇବାକୁ ପୁଲିସ ମୃଦୁ ଲାଠିଚାଳନା କରିଥିଲା । ଏହି ଘଟଣା ପରେ ଜୋତା ଦୋକାନର ମାଲିକଙ୍କୁ ଗିରଫ କରାଯାଇଛି ।