Dry red chilli prices: କନ୍ଦାଉଛି ଶୁଖିଲା ଲଙ୍କା, ଦାମ ୭୮ ହଜାର ଟଙ୍କା ପାର୍

NEWS7
house-and-lakhs-of-assets-burnt-in-fire-in-bhadrak

ବେଙ୍ଗାଲୁରୁ: ଶୁଖିଲା ଲଙ୍କା ଏବେ ଆହୁରି କନ୍ଦାଇବ। ରାଗରେ ନୁହେଁ, ବରଂ ଦର ବୃଦ୍ଧିରେ। ଶୁଖିଲା ଲଙ୍କାର ଦାମ ଏବେ ୭୮ ହଜାର ଟଙ୍କାରେ ପହଞ୍ଚିଛି। ଏମିତି ସ୍ଥିତି ଦେଖା ଦେଇଛି ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ। ଚଳିତ ବର୍ଷ ସୁଖିଲା ଲାଲ ଲଙ୍କା ଚାଷ କମି ଯାଇଥିବାରୁ ଦାମ କ୍ୱିଣ୍ଟାଲ ୭୮ ହଜାର ଟଙ୍କା ପାର୍ କଲାଣି।

କର୍ଣ୍ଣାଟକରେ ଶୁଖିଲା ଲଙ୍କା ଦର ମହରଗ ପାଲଟିଛି। ଚାଷ କମ୍ ହୋଇଥିବାରୁ ଉତ୍ପାଦ କମିବା ପରେ ଦର ଏତେ ମହଙ୍ଗା ହେଲାଣି ଯେ ଲୋକଙ୍କୁ କିଣିବାକୁ ଡର ଲାଗିଲାଣି। ସୀମିତ ଯୋଗାଣ ଏବଂ ଘରୋଇ ଏବଂ ରପ୍ତାନି ବଜାରରେ ପ୍ରବଳ ଚାହିଦା ଯୋଗୁ ଉଚ୍ଚମାନର ଶୁଖିଲା ଲାଲ ଲଙ୍କାର ମୂଲ୍ୟ ରେକର୍ଡ ସ୍ତରକୁ ପହଞ୍ଚିଛି। ଏହି ଋତୁରେ, ଉଚ୍ଚମାନର ଲଙ୍କାର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ₹୭୮,୦୦୦ ଅତିକ୍ରମ କରିଛି, ଯାହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି।

ବ୍ୟାଦଗୀ କଡ୍ଡି କିଷମର ଲଙ୍କା ଦାମ ଅଧିକ ବୃଦ୍ଧି ପାଇଛି। ମଣ୍ଡିଗୁଡ଼ିକରେ ଡିସେମ୍ବର ଠାରୁ ଏପର୍ଯ୍ୟନ୍ତ ଲଙ୍କା ଆମଦାନୀ କମ ରହିଛି। ହୁବ୍ବଲୀ ମଣ୍ଡିରେ ବର୍ତ୍ତମାନ ସୁଦ୍ଧା ଶୁଖିଲା ଲଙ୍କା ଆମଦାନୀ ୫୫,୪୩୬ କ୍ୱିଣ୍ଟାଲ ରହିଛି। ତେଣୁ ଦର କ୍ୱିଣ୍ଟାଲ୍ ୮୦୦ରୁ ୭୮,୨୧୧ ଟଙ୍କା ହୋଇଛି। ଗତ ବର୍ଷ ସମାନ ସମୟ ମଧ୍ୟରେ, ବଜାରକୁ ୯୪,୭୨୦ କ୍ୱିଣ୍ଟାଲ ଲଙ୍କା ଲଙ୍କା ଆସିଥିଲା ଏବଂ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ₹୧,୦୦୦ ରୁ ₹୪୬,୧୧୧ ପର୍ଯ୍ୟନ୍ତ ଥିଲା। ମଣ୍ଡିକୁ ଆସିବା ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇବା ଯୋଗୁ ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

କର୍ଣ୍ଣାଟକ ରାଜ୍ୟ ମସଲା ବିକାଶ ବୋର୍ଡର ତଥ୍ୟ ଅନୁଯାୟୀ, ରାଜ୍ୟରେ ଶୁଖିଲା ଲାଲ ଲଙ୍କା ଚାଷ ମୋଟ କ୍ଷେତ୍ରଫଳ ପ୍ରାୟ ୭୯,୧୫୨ ହେକ୍ଟରକୁ ହ୍ରାସ ପାଇଛି। ତେବେ ଆନୁମାନିକ ଉତ୍ପାଦନ ୧.୫୮ ଲକ୍ଷ ମେଟ୍ରିକ୍ ଟନ୍ ବୋଲି ଆକଳନ କରାଯାଇଛି। ଏହା ଗତ ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ। ଚାଷ କମ ଯୋଗ ଉତ୍ପଦାନ କମ ଓ ଡିମାଣ୍ଡରେ ବୃଦ୍ଧି ଦରଦାମକୁ ଆକାଶ ଛୁଆଁ କରିଦେଇଛି।