ଦଶମ ବୋର୍ଡ ପରୀକ୍ଷା ବେଳେ ଶୌଚାଳୟରେ ଛାତ୍ରୀ କଲେ ପ୍ରସବ, ପରିବାରକୁ ଜଣାନଥିଲା ଖବର

NEWS7
hotspot-of-berhampur-kukudakhandi-matia-sahi-village-covid-19

ନୂଆଦିଲ୍ଲୀ ୨୬/୦୨: ସାରା ଦେଶରେ ଚାଲିଛି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା । ମଧ୍ୟପ୍ରଦେଶରେ ବି ପରୀକ୍ଷା ଦେଉଛନ୍ତି ହଜାର ହଜାର ଛାତ୍ରୀ । ତେବେ ଧାର ଜିଲ୍ଲାର ପରୀକ୍ଷା ହଲ୍ରୁ ନଜର ଆଶ୍ଚର୍ଯ୍ୟ କରିବା ଭଳି ଘଟଣା । ପରୀକ୍ଷା ଚାଲିଥିବା ବେଳେ ହଠାତ୍ ଶୌଚାଳୟରୁ ଶୁଭିଥିଲା କରୁଣ ଚିତ୍କାର । ଆଉ ତା ପରେ ଯାହା ନଜର ଆସିଥିଲେ ଆପଣ ବି ଶୁଣିଲେ ହୋଇଯିବେ ତାଜୁବ୍ ।

କାରଣ ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ରୀ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ସେଠାର ପ୍ରକାଶ ପାଇଥିଲା ଉତ୍ତେଜନା । ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହସ୍ପିଟାଲରେ ପୀଡିତା ଯାହା କହିଥିଲେ ତାହା ଆଧାରରେ, ପୋଲିସ ଏକ ମାମଲା ରୁଜୁ କରିଛି । ମାମଲା ଏବେ ଚାଲିଛି ପୋଲିସ ତଦନ୍ତ ପରିସରରେ । ପୋଲିସ ଆହୁରି କହିଛି ଯେ, ପରିବାର ଲୋକ ନାବାଳିକାଙ୍କ ଗର୍ଭଧାରଣ ବିଷୟରେ ଥିଲେ ସଂପୂର୍ଣ୍ଣ ଅଜ୍ଞ ।

ସୂଚନା ଥାଉକି, ଛାତ୍ରୀ ଜଣକ ତାଙ୍କ ଗଣିତ ପେପର ଦେବା ପାଇଁ ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିଥିଲେ । ପ୍ରାୟ ଦେଢ଼ ଘଣ୍ଟା ଧରି ନିରନ୍ତର ପରୀକ୍ଷା ଦେଉଥିଲେ । ହଠାତ୍ ପରୀକ୍ଷା ସମୟରେ, ସେ ପେଟରେ ଯନ୍ତ୍ରଣା ହେଉଥିବା ଅନୁଭବ କରିଥିଲେ । ସଂଗେ ସଂଗେ ସେ ବାଥରୁମକୁ ଚାଲିଗଲେ । କିଛି ସମୟ ପରେ, ଶୌଚାଳୟ ଭିତରୁ ଏକ ଶିଶୁର କାନ୍ଦଣା ଶବ୍ଦ ଶୁଭିଥିଲା । ଜଣେ ମହିଳା କର୍ମଚାରୀଙ୍କୁ ଭିତରକୁ ପଠାଗଲା । ଯେଉଁଠାରେ ସେ ଜାଣିବାକୁ ପାଇଲେ ଯେ ଛାତ୍ରୀ ସେଠାରେ ଶିଶୁକୁ ଜନ୍ମ ଦେଇଛନ୍ତି । ତୁରନ୍ତ ଏକ ଆମ୍ବୁଲାନ୍ସ (୧୦୮ ସେବା) ଡକାଯାଇଥିଲା ।

ଛାତ୍ରୀ ଓ ନବଜାତ ଶିଶୁ ଉଭୟଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଏବେ ଉଭୟ ସୁସ୍ଥ ଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।ସବ-ଇନ୍ସପେକ୍ଟର ଚାନ୍ଦନୀ ସିଙ୍ଗାର କହିଛନ୍ତି ଯେ ଏକ ଜିରୋ ଏଫଆଇଆର ରୁଜୁ ହୋଇଛି । ମାମଲାକୁ ବେତମା ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଉଛି । ତେବେ ଆଶ୍ଚର୍ଯ୍ୟର ଘଟଣା ଏତେ ବଡ଼ କଥା ବିଷୟରେ ଜାଣିନଥିଲେ ପୁରା ପରିବାର । ଅର୍ଥାତ୍ ପରିବାର ସଦସ୍ୟ ଛାତ୍ରୀଙ୍କ ଗର୍ଭଧାରଣ ବିଷୟରେ ଅଜ୍ଞ ଥିବା ଜଣାପଡ଼ିଛି ।

ଯାହା ଅନୁମାନ କରାଯାଉଥିଲା କି, ନବଜାତ ଶିଶୁଟି ଭାବି ସ୍ୱାସୀଙ୍କର ହୋଇଥାଇପାରେ । ଯାହାଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା । ହେଲେ ପଚରାଉଡରା ବେଳେ ସାମ୍ନାକୁ ଆସିଲା ସାଂଘାତିକ ସତ । ଜେରା ବେଳେ ଛାତ୍ରୀ ଜଣକ କହିଥିଲେ ଯେ ପିଲାର ବାପା ତାଙ୍କ ମଙ୍ଗେତର ନୁହେଁ ବରଂ ବେଟମାର ଜଣେ ଯୁବକ । ଯାହାଙ୍କ ସହ ସେ ଗରବା ଖେଳୁଥିବା ସମୟରେ ସଂପର୍କରେ ଆସିଥିଲେ । ସେ ଆହୁରି କହିଛନ୍ତି ଯେ ସେମାନେ ୨୦୨୪ ମସିହାରେ ପ୍ରଥମ ଥର ପାଇଁ ଭେଟାଭେଟି ହୋଇଥିଲେ । ପରେ ଯୋଗାଯୋଗରେ ରହିଥିଲେ।