LIVE TV

ଦିନ ଥିଲା ଅଲଗା ହୋଇଯାଇଥିଲେ ବିରାଟ-ଅନୁଷ୍କା, ଦୁହିଁଙ୍କୁ ଏକାଠି କରାଇଥିଲେ ସଲମାନ ଖାନ

NEWS7
horoscope-of-saturday-rasifala

ମୁମ୍ଵାଇ ୦୫।୧୧; ପପୁଲାର କପଲ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରୀଡା ଜଗତର ପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଜଣେ। ପ୍ରଶଂସକମାନେ ତାଙ୍କୁ "କିଂଗ କୋହଲି" କହୁଥିବା ବେଳେ ଅନୁଷ୍କାଙ୍କୁ "କ୍ୱିନ୍" କୁହାଯାଏ। ବିରାଟ ଏବଂ ଅନୁଷ୍କା ଡିସେମ୍ବର ୨୦୧୭ରେ ବିବାହ କରିଥିଲେ। ପ୍ରାୟ ଛଅ ବର୍ଷ ପୂର୍ବରୁ ଏକ ସାମ୍ପୁ ବିଜ୍ଞାପନ ସୁଟିଂ ସମୟରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା। ଅନ୍ୟ ବଲିଉଡ ଏବଂ କ୍ରୀଡା ଯୋଡ଼ିଙ୍କ ପରି, ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କର ସମ୍ପର୍କକୁ ସିକ୍ରେଟ୍‌ ରଖିଥିଲେ।

ଯେତେବେଳେ ସେମାନଙ୍କୁ ପ୍ରାୟତଃ ଏକାଠି ଦେଖାଯାଉଥିଲା ସେତେବେଳେ ଦୁହେଁ ଲାଇମ୍‌ ଲାଇଟକୁ ଆସୁଥିଲେ। ସେମାନଙ୍କୁ ଦେଖି ପ୍ରଶଂସକଙ୍କମାନେ ଟ୍ୟାଗ୍‌ ଦେଇଥିଲେ "ବିରୁଷ୍କା"। ଦୁହିଁଙ୍କ ବୈବାହିକ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚା ହୁଏ । ହେଲେ ଆପଣ ଜାଣିଛନ୍ତି କି ଦୁହେଁ ସମ୍ପର୍କରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଆଜି ତାଙ୍କ ସମ୍ପର୍କ ଅତୁଟ।  ସୂଚନା ଅନୁଯାୟୀ ୨୦୧୬ ବର୍ଷ ଉଭୟଙ୍କ ପାଇଁ ଏକ କଷ୍ଟକର ବର୍ଷ ଥିଲା। ଏହି ବର୍ଷ ଆରମ୍ଭରେ, ବିରାଟ ଏବଂ ଅନୁଷ୍କାଙ୍କର ସମ୍ପର୍ଣ୍ଣ ବ୍ରେକ୍‌ଅପ ହୋଇଯାଇଥିଲା। ଦୁହିଁଙ୍କର ଅଲଗା ହେବାର କାରଣ କେବେ ବି ସାମ୍ନାକୁ ଆସିନାହିଁ। କିଛି ସମୟ ପରେ ଏହି ଦମ୍ପତିଙ୍କର ପ୍ୟାଚ୍ ଅପ୍ ହୋଇଥିଲା ଏବଂ ଆଜି ଦୁହେଁ ଏକାଠି ଅଛନ୍ତି। 

ପ୍ରଥମେ ଖବର ଆସିଥିଲା ​​ଯେ ଅନୁଷ୍କା ଶର୍ମାଙ୍କ ଭାଇ କର୍ଣ୍ଣେଶ ଶର୍ମା ବିରାଟ କୋହଲିଙ୍କୁ ଅଭିନେତ୍ରୀଙ୍କ ପାଖକୁ ଫେରାଇ ଆଣିବାରେ ସାହାଯ୍ୟ କରୁଥିଲେ। କିନ୍ତୁ ପରେ ରିପୋର୍ଟ ଆସିଥିଲା ​​ଯେ "ସୁଲତାନ" ଚଳଚ୍ଚିତ୍ରରେ ଅନୁଷ୍କାଙ୍କ କୋ-ଷ୍ଟାତ ସଲମାନ ଖାନ ଦୁଇ ଜଣଙ୍କୁ ଏକାଠି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସଲମାନ ପ୍ରାୟତଃ ମଜାରେ ଅନୁଷ୍କାଙ୍କୁ କହୁଥିଲେ ଯେ ପ୍ରେମ ଥରେ ହୁଏ, କିନ୍ତୁ ଯଦି ଏହା ପ୍ରକୃତ ପ୍ରେମ, ତେବେ ଏହାକୁ ରଖ। ଅଭିନେତ୍ରୀ ସଲମାନଙ୍କ ପରାମର୍ଶକୁ ପାଳନ କରିଥିଲେ। ଆଜି ବିରାଟ ଏବଂ ଅନୁଷ୍କା ଏକାଠି ଅଛନ୍ତି ଓ ସେମାନଙ୍କ ସମ୍ପର୍କ ସବୁଠୁ ମଜବୁତ । ଆଜି ସେମାନଙ୍କ ବିବାହ ଆଠ ବର୍ଷ ପୂରଣ ହୋଇଛି। ଉଭୟ ଦୁଇଟି ସନ୍ତାନର ପିତାମାତା