elon musk: ଇତିହାସରେ ପ୍ରଥମ ଧନୀ ବ୍ୟକ୍ତି ଭାବରେ ମସ୍କଙ୍କ ସମ୍ପତ୍ତି ୯୫୦ ବିଲିଅନ ଡଲାର ପାର୍: ଧନୀ ବ୍ୟକ୍ତି ତାଲିକାରେ କେଉଁଠି ଭାରତ ?

NEWS7
horoscope-of-friday-13

ଭୁବନେଶ୍ୱର: elon musk, SpaceX-xAI merger, ଧନ କୁବେର ଏଲନ ମସ୍କଙ୍କ ସମ୍ପତ୍ତି ରାତିକରେ ହାତିଏ ବଢ଼ୁଛି। ଟେସଲା ସିଇଓ ବର୍ତ୍ତମାନ ଇତିହାସରେ ପ୍ରଥମ ବ୍ୟକ୍ତି ହୋଇଛନ୍ତି, ଯାହାଙ୍କ ସମ୍ପତି  ୮୫୦ ବିଲିୟନ ଡଲାର ପାର୍ କରିଛି। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୭୭ ଲକ୍ଷ କୋଟି ଟଙ୍କା ହେବ॥ ଗୋଟିଏ ଦିନରେ ତାଙ୍କ ସମ୍ପତ୍ତି ୮୪ ବିଲିୟନ ଡଲାର ମାନେ ୭ ଲକ୍ଷ କୋଟି ଟଙ୍କା ବଢ଼ିଯାଇଛି। ହଠାତ ଏମିତି ବୃଦ୍ଧି କେମିତି ହେଲା ? ଆସନ୍ତୁ ଫୋର୍ବସ ପତ୍ରିକାର ସଦ୍ୟତମ ରିପୋର୍ଟ ବିଷୟରେ ଜାଣିବା।

ଫୋର୍ବସ୍ ଅନୁଯାୟୀ, ମସ୍କ ଏବେ ଇତିହାସର ସବୁଠାରୁ ଧନୀ ବ୍ୟକ୍ତି ହୋଇସାରିଛନ୍ତି। ମସ୍କଙ୍କ ସମ୍ପତ୍ତିରେ ଏହି ବୃଦ୍ଧି ତାଙ୍କର ରକେଟ୍ ତିଆରି କମ୍ପାନୀ, ସ୍ପେସ୍ ଏକ୍ସ ଏବଂ ତାଙ୍କର ଏଆଇ ଷ୍ଟାର୍ଟଅପ୍, xAI ର ମିଶ୍ରଣ ଯୋଗୁ ହୋଇଛି। ମସ୍କଙ୍କ ରକେଟ୍ କମ୍ପାନୀ ସ୍ପେସଏକ୍ସ, ତାଙ୍କର ଏଆଇ କମ୍ପାନୀ, xAI କୁ ଅଧିଗ୍ରହଣ କରିଛି। ଏହି ଦୁଇଟି ପୂର୍ବରୁ ଅଲଗା ସଂସ୍ଥା ଥିଲେ। ଦୁହେଁ ମିଶିଗଲା ପରେ ଏକ ବୃହତ କମ୍ପାନୀ ହୋଇଛି। ଯାହାର ମୂଲ୍ୟ $୧.୨୫ ଟ୍ରିଲିୟନ ଡଲାର ବା ପ୍ରାୟ ୧୦୪ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ଏହି ମିଶ୍ରଣ ପରେ ମସ୍କଙ୍କ ନେଟ ୱାର୍ଥରେ $୮୪ ବିଲିୟନ ଡଲାର ବୃଦ୍ଧି ହୋଇଛି। ଫଳରେ ମସ୍କଙ୍କ ମୋଟ  ସମ୍ପତ୍ତି ୮୫୨ ବିଲିଅନ ଡଲାର ହୋଇଯାଇଛି। ଯାହା ପାକିସ୍ତାନ, ଶ୍ରୀଲଙ୍କା ଏବଂ ନେପାଳର ଜିଡିପି ଠାରୁ ଅଧିକ ରହିଛି। 

ମସ୍କ ଏବଂ ବିଶ୍ୱର ଦ୍ୱିତୀୟ ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ବ୍ୟବଧାନ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି। ଗୁଗୁଲ୍ ସହ-ପ୍ରତିଷ୍ଠାତା ଲାରି ପେଜ୍ ୨୮୧ ବିଲିୟନ ଡଲାର ସମ୍ପତ୍ତି ସହିତ ବିଶ୍ୱ ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ମସ୍କ ତାଙ୍କଠାରୁ ୫୭୮ ବିଲିୟନ ଡଲାର ଅଧିକ ଧନୀ ଅଛନ୍ତି। ତାଙ୍କ ସମ୍ପତ୍ତି ଯେଉଁ ହାରରେ ବଢୁଛି, ଲାଗୁଛି ସେ ଖୁବ୍ ଶୀଘ୍ର ବିଶ୍ୱର ପ୍ରଥମ ଟ୍ରିଲିୟନିୟର (୧ ଟ୍ରିଲିୟନ ଡଲାରର ମାଲିକ) ହୋଇପାରନ୍ତି।

ଫୋର୍ବ୍‌ସ ପତ୍ରିକାର ସଦ୍ୟତମ ଡାଟା ଅନୁସାରେ, ସାରା ବିଶ୍ୱରେ ୨୬୦୦ ରୁ ଅଧିକ ବିଲିୟନେୟର ଅଛନ୍ତି, ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ କେବଳ ଆମେରିକାରେ ରୁହନ୍ତି। ଏଠାରେ ମୋଟ ପ୍ରାୟ ୯୦୨ ଜଣ ବିଲିୟନେୟାର ଅଛନ୍ତି। ଯେଉଁଥିରୁ ଏଲନ ସବୁଠାରୁ ଆଗରେ ରହିଛନ୍ତି। ଚୀନ ଦ୍ୱିତୀୟ ସ୍ଥାନରେ ଅଛି। ଏଠାରେ ପ୍ରାୟ ୪୫୦ ଜଣ ଆରବପତି ଅଛନ୍ତି। ବାଇଟଡାନ୍ସର ପ୍ରତିଷ୍ଠାତା ଝାଙ୍ଗ ୟିମିଙ୍ଗ ଚୀନ୍‌ର ନମ୍ବରୱାନ ଅରବପତି।

ଭାରତ ପ୍ରାୟ ୨୦୫ ଅରବପତିଙ୍କ ସହ ତାଲିକାରେ ତୃତୀୟ ସ୍ଥାନରେ ଅଛି। ଆମ ଦେଶରେ ଆରବପତିଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ମୁକେଶ ଅମ୍ବାନୀ ଭାରତୀୟ କୋଟିପତିଙ୍କ ତାଲିକାର ଶୀର୍ଷରେ ଅଛନ୍ତି। ତାଙ୍କ କମ୍ପାନୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ତୈଳ, ମୋବାଇଲ୍ ନେଟୱାର୍କ ଏବଂ ସପିଂ ପ୍ଲାଟଫର୍ମ ସମେତ ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ କରୁଛି।

୧୭୧ ଅରବପତିଙ୍କ ସହିତ ଜର୍ମାନୀ ଚତୁର୍ଥରେ ଥିବା ବେଳେ ୧୪୦ ସଂଖ୍ୟା ସହ ଋଷ ପଞ୍ଚମ, ୭୬ ସଂଖ୍ୟା ସହ କାନାଡ଼ା ଷଷ୍ଠ, ୭୪ ଆରବପତିଙ୍କ ସଂଖ୍ୟା ସହ ଇଟାଲ ସପ୍ତମ,୬୬ ସହ ହଂକଂ ଅଷ୍ଟମ ଓ ୫୬ ଅରବପତିଙ୍କ ସହ ବ୍ରାଜିଲ୍ ନବମରେ ଥିବା ବେଳେ ୫୫ ଆରବପତିଙ୍କ ସହ ୟୁକେ ଦଶମ ସ୍ଥାନରେ ରହିଛି।

ଫୋର୍ବ୍‌ସ ରିପୋର୍ଟ ଅନୁଯାୟୀ, କୋଭିଡ-୧୯ ମହାମାରୀ ପରେ ୨୦୨୦ ରେ ସାରା ବିଶ୍ୱରେ ଅରବପତିଙ୍କ ସଂଖ୍ୟା ହ୍ରାସ ପାଇଥିଲା। ଏହାପରେ ୨୦୨୧ ରେ ଏହି ସଂଖ୍ୟା ପୁଣି ବୃଦ୍ଧି ପାଇଥିଲା। ଏହାପରେ ୨୦୨୩ ରେ ପୁଣି ଏକ ହ୍ରାସ ଘଟିଥିଲା। ୨୦୨୪ ପରଠାରୁ, ଆରବପତି ସଂଖ୍ୟାରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇ ନାହିଁ।